ନ୍ୟୁଜ୍ 365(ବ୍ୟୁରୋ): ଜେଲରୁ ପ୍ରେମିକାକୁ ମନେ ପକାଇଛନ୍ତି ମହାଠକ ସୁକେଶ ଚନ୍ଦ୍ରଶେଖର । ଆଜି ହେଉଛି ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କ ଜନ୍ମଦିନ । ଏହି ଅବସରେ ଜନ୍ମଦିନର ଶୁଭେଚ୍ଛାରେ କିଛି ଏମିତି ଲେଖିଛନ୍ତି ସୁକେଶ । ଦିଲ୍ଲୀର ମଣ୍ଡୋଲି ଜେଲ୍ରେ ବନ୍ଦୀ ହୋଇଥିବା ଦେଶର ସବୁଠୁ ବଡ଼ ଠକ ସୁକେଶ ଚନ୍ଦ୍ରଶେଖର ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ଏକ ପ୍ରେମପତ୍ର ଲେଖି ପଠାଇଛନ୍ତି । ସୁକେଶ ଲେଖିଥିବା ପ୍ରେମ ଚିଠିରେ ସେ ଅଭିନେତ୍ରୀଙ୍କୁ ‘ମାଇଁ ବେବି ଗାର୍ଲ’ ବୋଲି ସମ୍ବୋଧନ କରିଛନ୍ତି । ଜ୍ୟାକଲିନ୍ ୧୧ ଅଗଷ୍ଟ, ଅର୍ଥାତ ଆଜି ତାଙ୍କର ୩୮ ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶ ଜେଲ୍ ଦଣ୍ଡ ଭୋଗୁଥିବା ବେଳେ ଏହି ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଙ୍କୁ ମଧ୍ୟ ପଚରାଉଚରା କରିଥିଲା ପୁଲିସ୍ । ଜ୍ୟାକ୍ କନ୍ମ୍ୟାନ୍ ସୁକେଶଙ୍କଠାରୁ ଅନେକ ଦାମୀ ଉପହାର ବି ନେଇଥିବା ପ୍ରମାଣ ରହିଛି।
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ୍ଙ୍କୁ ଗେହ୍ଲାରେ ‘ମାଇଁ ବେବି ଗାର୍ଲ’ ବୋଲି ସମ୍ବୋଧନ କରି ସୁକେଶ ଚନ୍ଦ୍ରଶେଖର ଲେଖିଛନ୍ତି, “ଜନ୍ମଦିନର ଶୁଭେଚ୍ଛା। ଈଶ୍ବର ତୁମକୁ ଆଶୀର୍ବାଦ କରନ୍ତୁ। ପ୍ରତ୍ୟେକ ଦିନ ତୁମେ ଅଧିକ ସୁନ୍ଦର ଏବଂ ଯୁବା ହୋଇଯାଉଛ। ତୁମ ପ୍ରତ୍ୟେକ ଜନ୍ମଦିନ ମୋ ପାଇଁ ଖୁସିର ଦିନ ଥାଏ। ମୁଁ ମୋ ନିଜ ଜନ୍ମଦିନଠାରୁ ତୁମ ଜନ୍ମଦିନକୁ ନେଇ ବେଶି ଉତ୍ସାହିତ ଥାଏ। ମୁଁ ତୁମକୁ କେତେ ମନେପକାଉଛି ତୁମେ ଚିନ୍ତା ବି କରିପାରିବ ନାହିଁ।’’ ତେବେ ଜ୍ୟାକଲିନ୍ ଙ୍କର ଏନେଇ କୌଣସି ପ୍ରକାରର ପତିକ୍ରିୟା ଦେଖିବାକୁ ମିଳିନି ।