ନ୍ୟୁଜ୍ 365(ବ୍ୟୁରୋ): ରାହୁଲ ଗାନ୍ଧିଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ପାଇଁ ଦଶ ବର୍ଷ ହେଲା ଚେଷ୍ଟା ଚଳାଇଛି କଂଗ୍ରେସ । କିନ୍ତୁ ତାଙ୍କର ପିଲାଳିଆମି ପାଇଁ ରାହୁଲଙ୍କ ଇମେଜ ଡ୍ୟାମେଜ ହେଉଛି । ବିଶେଷ କରି ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରୁଥିବାରୁ ତାଙ୍କ ଲୋକପ୍ରିୟତା ମଧ୍ୟ କମି କମି ଚାଲିଛି । ସେପଟେ ତାଙ୍କ ବିବାଦୀୟ କଥାକୁ ନେଇ ମାମଲା ଚାଲିଥିବାରୁ ଏହାର ଫାଇଦା ନେଉଛି ବିଜେପି । ତାଙ୍କ ନାମରେ ମାମଲା କରି ତାଙ୍କ ଇମେଜକୁ ଡ୍ୟାମେଜ କରୁଛନ୍ତି ଶାସକ ଦଳର ନେତା । ରାହୁଲଙ୍କ ଜେଲ ଦଣ୍ଡାଦେଶକୁ ନେଇ ବହୁ ଚର୍ଚା ହେଉଛି । କଂଗ୍ରେସ ସମର୍ଥକମାନେ ଏଥିରୁ ରାହୁଲ ଲାଭ ପାଇବେ କହୁଛନ୍ତି । କିନ୍ତୁ ଏହାଦ୍ବାରା ରାହୁଲଙ୍କର କ୍ଷତି ହୋଇଛି । ତାଙ୍କ ଶସ୍ତା କଥା ପାଇଁ ଅନେକ ମାମଲା ଏବେ ବିଚାରାଧିନ ରହିଛି । ବିଶେଷ କରି ବୀର ସାବରକରଙ୍କୁ ମାଫିବୀର କହିବାକୁ ଦେଶବାସୀ ପସନ୍ଦ କରିନାହାଁନ୍ତି । ପୁଣି ସବୁ ମୋଦି ଚୋର କହିବାକୁ ନେଇ ସେ ନ୍ୟାୟାଳୟରୁ ୨ବର୍ଷ ଜେଲ ଦଣ୍ଡାଦେଶ ପାଇଛନ୍ତି । ଯଦିଓ ବିଜେପି ରାହୁଲ ଜେଲ ଯିବା ଚାହୁଁନାହିଁ ପରୋକ୍ଷରେ ତାଙ୍କୁ ନ୍ୟାୟାଳୟକୁ ଟାଣି ତାଙ୍କ ଲୋକପ୍ରିୟତା ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଉଛି ।
ଗତ ମାର୍ଚ୍ଚ ମାସରେ ସୁରଟର ଏକ ନିମ୍ନ ଅଦାଲତ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ଗୁଜରାଟ ହାଇକୋର୍ଟ ମଧ୍ୟ ଏହାକୁ ବଜାୟ ରଖିଥିଲେ। ଏହି ମାମଲାରେ ରାହୁଲଙ୍କର ବହୁତ କ୍ଷତି ହୋଇଛି । କାରଣ ରାହୁଲଙ୍କ ଭାଷଣରେ ଯେଉଁ ଗମ୍ଭୀରତା ରହିବା କଥା ତାହା ରହୁନାହିଁ । ସୁପ୍ରିମକୋର୍ଟଙ୍କ ରାୟ ହିଁ ବିଜେପି ଚାହୁଁଥିଲା । କାରଣ ରାହୁଲଙ୍କ ଜେଲ ପଠାଇ ତାଙ୍କ ପାଇଁ ଅନୁକଂପା ବଢ଼ୁ ତାଙ୍କ ଲୋକପ୍ରିୟତା ବଢ଼ୁ ତାହା ବିଜେପି ଚାହୁଁନାହିଁ । ବିଜେପି ଚାହୁଁଛି ରାହୁଲ ବିବାଦୀୟ ବକ୍ତବ୍ୟ ଦେଇ ନିଜର ଲୋକପ୍ରିୟତା ହରାଇଚାଲନ୍ତି । ବିଜେପି ଚାଲରେ ରାହୁଲ ପଡୁଛନ୍ତି । ଏପରିକି ଏଥିପାଇଁ ବିରୋଧୀ ଦଳମାନେ ତାଙ୍କୁ ନେତା ଭାବେ ମାନୁନାହାଁନ୍ତି । ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବାକୁ ସମ୍ମତି ଦେଉନାହାଁନ୍ତି । ରାହୁଲଙ୍କ ସଦସ୍ୟତା ଫେରିବାରୁ ବିଜେପିକୁ ଲାଭ ମିଳିବ । ବର୍ତ୍ତମାନ ସୁଦ୍ଧା ବିଜେପି ବିରୋଧରେ ଏକମାତ୍ର ବଡ଼ ମାମଲା ଥିଲା ମଣିପୁର ହିଂସା। ରାହୁଲ ଜେଲ ଯାଇଥିଲେ କଂଗ୍ରେସ ସହ ସାଧାରଣ ଲୋକଙ୍କର ମଧ୍ୟ ତାଙ୍କ ପ୍ରତି ସହାନୁଭୂତି ବଢ଼ିଥାନ୍ତା । ଯାହାର ଲାଭ କଂଗ୍ରେସ ପାଇଥାନ୍ତା ।
ଏବେ ରାହୁଲ ଗାନ୍ଧୀଙ୍କୁ ସବୁ ସ୍ତରରେ ବିରୋଧ କରୁଛନ୍ତି ତାଙ୍କ ମେଂଟର ନେତା । ରାହୁଲଙ୍କ ଭାବମୂର୍ତ୍ତିକୁ ନେଇ ବିରୋଧୀ ଦଳ ମଧ୍ୟ ଚିନ୍ତିତ । ଭାରତ ଯୋଡ଼ୋ ଯାତ୍ରା ପରେ ସେ ଜାତୀୟ ସ୍ତରରେ ଜଣେ ବଡ଼ ନେତାଭାବେ ଉଭା ହୋଇଛନ୍ତି ବୋଲି ଯେତେ କଂଗ୍ରେସ ପ୍ରଚାର କଲେ ମଧ୍ୟ ବିରୋଧୀମାନେ ସଂଖ୍ୟା ଖେଳରେ କଂଗ୍ରେସକୁ ଗୁରୁତ୍ବ ଦେଉନାହାଁନ୍ତି । ଏହା ହିଁ ରାହୁଲ ଏବଂ କଂଗ୍ରେସ ପାଇଁ ବଡ଼ ସମସ୍ୟା । ଦେଶରେ ଯେଉଁ ହିଂସାକାଣ୍ଡ କଥା ରାହୁଲ କହୁଛନ୍ତି । ସେଥିରେ କାହାର ହାତ ଅଛି ତାହା ମଧ୍ୟ ଦେଶବାସୀ ଜାଣୁଛନ୍ତି । ଏଥିପାଇଁ କଂଗ୍ରେସ ମୋଦିଙ୍କୁ ଦୋଷ ଦେଉଥିବା ବେଳେ ମୋଦିଙ୍କ କଥାକୁ ହିଁ ଦେଶବାସୀ ବିଶ୍ବାଷ କରୁଛନ୍ତି । ମୋଦିଙ୍କ ଲୋକପ୍ରିୟତା ଏଥିରେ କମୁନାହିଁ । ପୂର୍ବରୁ ଚୈାକିଦାର ଚୋର ହେ ଏବଂ ରାଫେଲ ପର୍ସଙ୍ଗରେ ରାହୁଲ ନ୍ୟାୟାଳୟ ଆଗରେ କ୍ଷମା ମାଗିସାରିଛନ୍ତି । କିନ୍ତୁ ମୋଦି ଚୋର ମାମଲାରେ ସେ କ୍ଷମା ମାଗୁନାହାଁନ୍ତି । ଏଥିରେ ମଧ୍ୟ ନ୍ୟାୟାଳୟ ତାଙ୍କୁ ଦୋଷମୁକ୍ତ କରିନାହାଁନ୍ତି । କହିଛନ୍ତି ଅଧିକ ଦିନ ଦଣ୍ଡ ହୋଇଯାଇଛି । ଯାହା କମ ହେବା କଥା । ଏହି ପ୍ରସଙ୍ଗରେ କ୍ଷମା ନ ମାଗିବା ରଣନୀତି ରାହୁଲଙ୍କ ଭାବମୂର୍ତ୍ତିକୁ ଫାଇଦା ଦେଇପାରିନାହିଁ ।
ମଣିପୁର ପ୍ରସଙ୍ଗରେ ଅନାସ୍ଥା ପ୍ରସ୍ତାବ ବେଳେ ମଧ୍ୟ ରାହୁଲଙ୍କ କଥା ଗ୍ରହଣୀୟ ହୋଇନାହିଁ । ସେ ଯେଉଁଭଳି ଭାରତ ମାତା ଏବଂ ମୋଦିଙ୍କୁ କଟାକ୍ଷ କରିଛନ୍ତି ଏଥିରେ ତାଙ୍କ ଭାବମୂର୍ତ୍ତି ଆହୁରି ଖରାପ ହୋଇଛି । କଂଗ୍ରେସ ତାଙ୍କୁ ଯେତେ ଶକ୍ତିଶାଳୀ ନେତା ଭାବେ ଗଢ଼ିତୋଳିବା ପାଇଁ ପ୍ରୟାସ କରୁଛି ତାହା ବିପରୀତ ଘଟୁଛି । ରାହୁଲଙ୍କ ଭାଷଣ ସ୍ଥାନୀୟ ନେତାଙ୍କ ଭଳି, ଶସ୍ତା ରାଜନେତା ଭଳି ହେଉଥିବାରୁ ତାଙ୍କର ଭାବମୂର୍ତ୍ତିକୁ ଜନସାଧାରଣମାନେ ଭଲ ଅର୍ଥରେ ନେଉନାହାଁନ୍ତି । ଅନାସ୍ଥା ପ୍ରସ୍ତାବ ବେଳେ ରାହୁଲଙ୍କ ବକ୍ତବ୍ୟ ମଧ୍ୟ ଭାରି ଶସ୍ତା ହୋଇଥିବାରୁ ବିରୋଧୀମାନେ ଏହାକୁ ନାପସନ୍ଦ କରିଛନ୍ତି । ଏପରିକି ତାଙ୍କୁ ଆଜି ପର୍ଯ୍ୟନ୍ତ ଆଇଏନଡିଏ ଦ୍ୱାରା ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବାକୁ କେହି ଘୋଷଣା କରୁନାହାଁନ୍ତି । ନିର୍ବାଚନ ପୂର୍ବରୁ ରାହୁଲଙ୍କୁ ମିଳିତ ନେତା ଘୋଷଣା କରିବନି ଆଇଏନଡିଆଇଏ ଏହା ନିଶ୍ଚିତ । ସବୁଠୁ ବଡ଼ କଥା ହେଲା ମୋଦିଙ୍କ ଭଳି ରାହୁଲଙ୍କ ଲୋକପ୍ରିୟତା ନାହିଁ । ମୋଦି ଦେଶ ବିଦେଶରେ ଗ୍ରହଣୀୟ ନେତା ଭାବେ ସମସ୍ତଙ୍କର ପ୍ରଥମ ପସନ୍ଦ ହୋଇଛନ୍ତି । ଲୋକସଭା ନିର୍ବାଚନରେ ମୋଦିଙ୍କୁ ତୃତୀୟବାର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାଁନ୍ତି ସଂଖ୍ୟାଧିକ ଭୋଟର । ଏସବୁ ଭିତରେ କଂଗ୍ରେସ ୧୦୦ ଆସନ ପାଇବା କଷ୍ଟକର ହୋଇପଡିବ । ତେଣୁ ରାହୁଲଙ୍କୁ ବିରୋଧୀମାନେ ନେତା ଭାବେ ସେଥିପାଇଁ ମନୋନୀତ କରିପାରୁନାହାଁନ୍ତି ।
ଗତ ଦୁଇ ଲୋକସଭା ନିର୍ବାଚନରେ ବିଜେପି ବିରୋଧରେ କଂଗ୍ରେସ ସିଧାସଳଖ ପ୍ରତିଦ୍ୱନ୍ଦ୍ୱିତା କରିପାରୁନାହିଁ । ଏପରିକି ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶରେ ସ୍ମୃତି ଇରାନୀଙ୍କ ଠାରୁ ପରାଜିତ ହୋଇଛନ୍ତି । କଂଗ୍ରେସ ଅବସ୍ଥା ଏବେ ଏତେ ଖରାପ ଯେ ରାହୁଲଙ୍କ କଥାକୁ ଆଇଏନଡିଏ ସଦସ୍ୟମାନେ ସେତେ ଗୁରୁତ୍ବ ଦେଉନାହାଁନ୍ତି । ଏପରି ଆପ୍ ମଧ୍ୟ ପ୍ରଥମରୁ କଂଗ୍ରେସକୁ ବ୍ଲାକ୍ ମେଲ କରିବାରେ ସଫଳ ହୋଇଛି । ଦିଲ୍ଲୀରେ ଯେଉଁ ଆପ୍ କଂଗ୍ରେସଠାରୁ ସରକାର ଛଡାଇନେଇଛି ସେହି ଆପ୍ କୁ ଶେଷରେ ସମର୍ଥନ କରିଛି କଂଗ୍ରେସ । ଆଉ ଏହାର ଫାଇଦା ମଧ୍ୟ ବିଜେପିକୁ ମିଳୁଛି । ବିଜେପି ଆଶା କରୁଛି ଯେ ମୋଦିଙ୍କ ଚେହେରା ଆଗରେ ରାହୁଲଙ୍କ ଲୋକପ୍ରିୟତା ବହୁତ କମ । ମୋଦି ବନାମ ରାହୁଲ ଯେ ପର୍ଯ୍ୟନ୍ତ ବିରୋଧୀ କହୁଥିବେ ସେ ପର୍ଯ୍ୟନ୍ତ ମୋଦିଙ୍କୁ ହିଁ ଦେଶବାସୀ ସମର୍ଥନ ଦେଉଥିବେ । ଦେଶର ଭୋଟର ରାହୁଲଙ୍କ ଅପେକ୍ଷା ମୋଦିଙ୍କୁ ଅଧିକ ଗୁରୁତ୍ୱ ଦେଉଥିବାରୁ ବିଜେପି ଏଭଳି ରଣନୀତି କରି କଂଗ୍ରେସ ଏବଂ ରାହୁଲଙ୍କୁ ଘାଇଲା କରୁଛି । ଯାହା କି ରାହୁଲଙ୍କ ଇମେଜ ଡ୍ୟାମେଜ କରୁଛି ।