ନ୍ୟୁଜ୍ 365 (ବ୍ୟୁରୋ): ପୁଣି ସାମ୍ନାକୁ ଆସିଲା ଜାଲ ସାର୍ଟିଫିକେଟର ସ୍କାମ୍ । ଜାଲ ସାର୍ଟିଫିକେଟ କାରବାରରେ ପୁଣି ୨ ଜଣଙ୍କୁ ବାନ୍ଧିଲା ପୋଲିସ। ଜାତୀୟ ମୁକ୍ତ ବିଦ୍ୟାଳୟ ନାମରେ ନକଲି ଯୁକ୍ତଦୁଇ ପ୍ରମାଣପତ୍ର ପ୍ରସ୍ତୁତ କରି ବିକ୍ରି କରିବା ମାମଲାରେ ଜଣ ଗିରଫ ହୋଇଛନ୍ତି । ତେବେ ଗତ କିଛିଦିନ ହେବ ବାରମ୍ବାର ଜାଲ ସାର୍ଟିଫିକେଟର କଥା ସୁଣିବାକୁ ମିଳୁଥିବା ବେଳେ ଖୋଦ୍ଧା ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗତ ୫ ତାରିଖରେ ସଦର ଥାନା ପୁଲିସ କାଇପଦର ସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ ତପନ କୁମାର ପୃଷ୍ଟିଙ୍କୁ ଗିରଫ କରିଥିବାବେଳେ ଗୁରୁବାର ଅନ୍ୟ ୨ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ଆଜି ଖୋର୍ଦ୍ଧା ଏସ୍ଡିପିଓ ଦିଲ୍ଲୀପ ଦାସ ଙ୍କ କହିବା ମୁତାବକ । ସେ କହିଛନ୍ତି, “ଜାଲ ସାର୍ଟିଫିକେଟ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସଦର ଥାନାର ଅଧିକାରୀ କାହ୍ନୁଚରଣ ପୃଷ୍ଟିଙ୍କ ନେତୃତ୍ବରେ ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଧୀନ ଚୁଆଁପୁର ଗ୍ରାମର କାର୍ତ୍ତିକ ବରିହା ଓ ଜଟଣୀ ଥାନା ଅଧୀନ ରାମଚନ୍ଦ୍ରପୁରର ମହମ୍ମଦ ସାଜିଦ ହୁସେନ । ପୂର୍ବରୁ ମଧ୍ୟ ଦୁଇଜଣଙ୍କୁ ଗିରଫ କରାଯାଇଥିଲା ।
ତେବେ କାର୍ତ୍ତିକ ଭୁବନେଶ୍ବର ଖଣ୍ଡଗିରିରେ ରହୁଥିବାବେଳେ ମହମ୍ମଦ ସାଜିଦ ଭୁବନେଶ୍ବର ଏୟାରଫିଲ୍ଡ ଥାନା ଅଞ୍ଚଳ କଣ୍ଟିଲୋକୁହାଠାରେ ରହୁଥିଲେ। ପଚରାଉଚରା ସମୟରେ ଉଭୟ ଏଭଳି ନକଲି ମାଟ୍ରିକ ଓ ଯୁକ୍ତ ଦୁଇ ପ୍ରମାଣ ପତ୍ର ଶତାଧିକ ଲୋକଙ୍କୁ ଦେଇଥିବା ସ୍ବୀକାର କରିଛନ୍ତି । “ମାମଲାର ତଦନ୍ତ ଜାରି ରହିଥିବାବେଳେ ଏଥିରେ ସମ୍ପୃକ୍ତ ଅନ୍ୟ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ” ବୋଲି ଏସଡିପିଓ ପ୍ରେସମିଟ୍ କରିକହିଛନ୍ତି ।