ନ୍ୟୁଜ 365 (ବ୍ୟୁରୋ): ଅନେକ ସମୟରେ ଆମ ଶରୀରର ଲୋମ ଟାଙ୍କୁରି ଉଠେ। ଅତ୍ୟଧିକ ଥଣ୍ଡା କିମ୍ବା ଭୟଭୀତ ହେଲେ ହଠାତ୍ ଲୋମ ଟାଙ୍କୁରି ଉଠେ। ଆପଣ ଜାଣନ୍ତି କି ଏଭଳି ହେବା ପଛରେ କ’ଣ ରହିଛି କାରଣ ? ଲୋମ ଟାଙ୍କୁରି ଉଠିବାକୁ ଡାକ୍ତରୀ ଶବ୍ଦରେ ‘ପେଲୋରିଆକ୍ସନ୍’, ‘କଟିସ୍’ ‘ଏନସେରିନା’ କିମ୍ବା ‘ହୋରେପିଲେସନ୍’ କୁହାଯାଏ। ଏହି ପ୍ରକ୍ରିୟାରେ ଆମ ଚର୍ମରେ ଥିବା କେଶ ଫୋଲିକଲଗୁଡ଼ିକ ଠିଆ ହୋଇଯାଏ। ଯଦି କେଶ ନଥାଏ, ଚର୍ମ ଉପରକୁ ଉଠିଯାଏ। ଯେତେବେଳେ ଆଡ୍ରେନାଲିନ୍ ନାମକ ଷ୍ଟ୍ରେସ୍ ହରମୋନ୍ ଅବଚେତନା ଅବସ୍ଥାରେ ରିଲିଜ୍ ହୁଏ ସେତେବେଳେ କେଶଗୁଡ଼ିକ ଠିଆ ହୁଏ । ଏହି ହରମୋନ୍ ରିଲିଜ୍ କେବଳ ଚର୍ମର ମାଂସପେଶୀରେ ସଂକୋଚନ ସୃଷ୍ଟି କରେ ନାହିଁ ଏହାସହ ଶରୀରର ଅନ୍ୟାନ୍ୟ କାର୍ୟ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେଥିପାଇଁ ଅତ୍ୟଧିକ ଥଣ୍ଡା ହେଲେ ମସ୍ତିଷ୍କ ଆପଣଙ୍କ ଶରୀରକୁ ସଙ୍କେତ ଦେଇଥାଏ ଯେ ଶରୀର ଉଷ୍ମତା ଆବଶ୍ୟକ କରେ। ଯାହାଫଳରେ ଶରୀରରେ ଲୋମ ଟାଙ୍କୁରି ଉଠେ ।