ନ୍ୟୁଜ 365 (ବ୍ୟୁରୋ):ଛୋଟଠୁ ବୟସ୍କ ସମସ୍ତେ ସୁସ୍ଥ , ସୁନ୍ଦର ଓ ନିରୋମୟ ଜୀବନ ଅତିବାହିତ କରିବାକୁ ପସନ୍ଦ କରନ୍ତି । ହେଲେ ଆଜିକାଲିର କର୍ମ ଓ ବ୍ୟସ୍ତ ବହୁଳ ଜୀବନ ଭିତରେ ସମସ୍ତଙ୍କ ପକ୍ଷେ ସୁସ୍ଥ ଜୀବନ ଅତିବାହିତ କରିବା ଅସମ୍ଭବ ହୋଇପଡିଲାଣି । ଆପଣ ଭାବୁଥିବେ ଯେ ସଠିକ ସମୟରେ ଖାଦ୍ୟ ଖାଇବା ଦ୍ୱାରା ଆମଶରୀର ସୁସ୍ଥ ରହିଥାଏ । ହେଲେ ଆପଣ ଜାଣନ୍ତି କି , ଖାଦ୍ୟ ସହ ଖେଳ ,କୁଦ ମଧ୍ୟ ଶରୀର ପାଇଁ ବେଶ୍ ଉପକାରୀ । ସବୁଠୁ ବଡ଼ କଥା ହେଉଛି ତାଳି ମାରିବା ଆମ ଶରୀର ପାଇଁ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି ।
୨୦୧୭ ସେପ୍ଟେମ୍ବରରେ ‘ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭପ୍ରଦ । ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ଉପରେ ସୁପ୍ରଭାବ ପଡିଥିବାର ପ୍ରକାଶ ପାଇଥିଲା । ତାଳି ମାରିଥିବା ଲୋକଙ୍କର ଯେତେବେଳେ ଏମଆରଆଇ କରାଯାଇଥିଲା । ସେତେବେଳେ ସେମାନଙ୍କ ମସ୍ତିଷ୍କ ବେଶ୍ ସକ୍ରିୟ ଥିବାର ଜଣାପଡିଥିଲା । ତାଳି ମାରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜୁବୁତ୍ ହେବା ସହ ରକ୍ତ ସଞ୍ଚାଳନ ଠିକ ଭାବେ ହୋଇଥାଏ ବୋଲି ମଧ୍ୟ ରିପୋର୍ଟରେ ପ୍ରକାଶ ପାଇଥିଲା। ନିୟମିତ ତାଳି ବଜାଇବା ଦ୍ୱାରା ଉଚ୍ଚ ରକ୍ତଚାପ, ହୃଦରୋଗ, ପେଟରୋଗ ଓ ଶ୍ୱାସରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଖାଲି ଏତିକି ନୁହେଁ ନିୟମିତ ୩୦ ମିନିଟ୍ ତାଳି ବଜାଇବା ଦ୍ୱାରା ମଧୁମେହ, ଅବସାଦ, ଆଣ୍ଠୁଗଣ୍ଠିବାତ, ଅନିଦ୍ରା, ଅକାଳରେ କେଶ ଝଡିବା ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।