ନ୍ୟୁଜ୍ 365(ବ୍ୟୁରୋ): ବାର୍ ଡ୍ୟାନ୍ସର ଶୁଭଲକ୍ଷ୍ମୀ ଡେଥ୍ ସସ୍ପେନ୍ସ ଉପରୁ ହଟିଲା ପରଦା। ନିଜେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି । ଏନେଇ ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ । ସେ କହିଛନ୍ତି, ଏହି ମାମଲାରେ ସବୁ ଦିଗରୁ ତଦନ୍ତ କରାଯାଉଛି । ଆତ୍ମହତ୍ୟା ପଛର କଣ କାରଣ ? କିଏ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲା କି ? କିଛି ଲୋକଙ୍କୁ ପଚରାଉଚରା କରାଯାଇଛି । ଆଉ କିଛି ଲୋକଙ୍କୁ ପଚରା ଉଚରା କରାଯିବ । ଶୁଭଲକ୍ଷ୍ମୀଙ୍କ ସିଡିଆର ଯାଞ୍ଚ ଚାଲିଛି । ତାଙ୍କ ସଂପର୍କୀୟ ଅଙ୍କଲଙ୍କର କ୍ରାଇମ୍ ହିଷ୍ଟ୍ରି ଯାଞ୍ଚ କରାଯାଉଛି ।
ଗତ ଶନିବାର ଦିନ ଭୁବନେଶ୍ବର କଟକ ରୋଡ ସ୍ଥିତ ଦୀପାଳି ବାର ଲଜରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଏହାପରେ ଦୀପାଳି ବାର୍ ଲଜର ୨୦୫ ନମ୍ବର ରୁମ ସିଲ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଘଟଣାଦିନ ଏହି ରୁମ୍ରୁ ଶୁଭଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା ତେବେ ଶୁଭଲକ୍ଷ୍ମୀ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲେ ବି କାରଣ ଅସ୍ପଷ୍ଟ ରହିଛି। ତାଙ୍କ ମାନସିକ ସ୍ଥିତି ଜାଣିବାକୁ ପରିବାର, ପରିଜନ ଲୋକଙ୍କୁ ପଚରାଉଚରା କରୁଥିବା ଡିସିପି କହିଛନ୍ତି।
କୁହାଯାଉଥିବା ଭାଇରାଲ ଭିଡିଓ ପୁଲିସ ହାତରେ ଲାଗିନାହିଁ। ସେମିତି କିଛି ଭିଡିଓ ଆସିଲେ ଆମେ ତର୍ଜମା କରିବୁ। ଆତ୍ମହତ୍ୟା ସହ ଭିଡିଓର କିଛି ସଂପର୍କ ଅଛି କି ନାହିଁ ପରଖିବୁ। ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ପଛରେ କାହାର ହାତ ଅଛି କି ନାହିଁ ତଦନ୍ତ କରାଯାଉଛି। ଏହି ଘଟଣାରେ ଯାହାର ନାମ ସାମ୍ନାକୁ ଆସୁଛି, ତାକୁ ଆମେ ପଚରାଉରା କରୁଛୁ। ଆଗକୁ ତଦନ୍ତ ଜାରି ରହିବ ବୋଲି ଡିସିପି କହିଛନ୍ତି।
ଅନ୍ୟପକ୍ଷରେ ଶୁଭଲକ୍ଷ୍ମୀଙ୍କ ଆତ୍ମହତ୍ୟା ମାମଲାରେ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା। ଘଟଣାକୁ ଗୁରୁତର ସହ ନେବା ସହ ନିଜ ଆଡୁ ମାମଲା ରୁଜୁ କରିଛନ୍ତି। ଏହାସହ ମହିଳା କମିଶନ ଭୁବନେଶ୍ୱର ଡିସିପିଙ୍କୁ ରିପୋର୍ଟ ତଲବ କରିଛନ୍ତି। ୧୫ ଦିନ ଭିତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।