ନ୍ୟୁଜ 365 (ବ୍ୟୁରୋ): ପୃଥୀବିରେ ଅନେକ ପ୍ରକାରର ରହସ୍ୟମୟ କାହାଣୀ ରହିଛି । କଥାରେ ଅଛି ଯେଉଁ ଦେଶକୁ ଯିବ, ସେ ଫଳ ଖାଇବ । ବିଭିନ୍ନ ଦେଶର ଭିନ୍ନ ଭିନ୍ନ ପରମ୍ପରା ରହିଛି । ଆଜି ଆମେ ଆପଣଙ୍କୁ ହରିୟାଣାର ଭିୱାନିରେ ଥିବା ମଧୁବାସ ଗ୍ରାମ ବିଷୟରେ କହିବୁ । ଏହି ଗାଁର ପରମ୍ପରା କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମଧୁବାସ ଗ୍ରାମରେ ପ୍ରତ୍ୟେକ ପରିବାର ପ୍ରାୟ ୨ରୁ ୭ଟି ଲେଖାଏଁ ଗାଈ ରହିଥାନ୍ତି । ଗୋପାଳନ ହେଉଛି ଏହି ଗାଁରେ ବାସ କରୁଥିବା ଲୋକମାନଙ୍କର ମୁଖ୍ୟ ଜୀବିକା । ହେଲେ ଆଶ୍ଚର୍ୟ୍ୟର କଥା ହେଉଛି ଗୋପାଳନ କରି ମଧ୍ୟ ଏହି ଗାଁର ଲୋକମାନେ ଦୁଗ୍ଧ ବେପାର କରିନ୍ତି ନାହିଁ। ଗାଈ କ୍ଷୀରରୁ ଘିଅ ମାରି ବିକ୍ରି କରନ୍ତି । ହେଲେ ସିଧାସଳଖ କ୍ଷୀର ବିକ୍ରି କରନ୍ତିନି ଏହି ଗାଁର ବାସିନ୍ଦା। କାହିଁ କେବେଠୁ ଏପରି ପରମ୍ପରା ଲାଗିରହିଛି ।
ଶୁଣିବାକୁ ମିଳେ ଯେ, ଏକ ସମୟ ଥିଲା ଯେବେ ଗାଁର ସବୁ ଗୋରୁ ରୋଗରେ ପଡ଼ି ଯାଉଥିଲେ। ସେମାନେ ରୋଗରେ ପଡ଼ିବାରୁ ଗୋରୁ ମୃତ୍ୟୁ ଦିନକୁ ଦିନ ବୃଦ୍ଧି ପାଇଲା । ଏହାକୁ ରୋକିବା ପାଇଁ ଜଣେ ବୟୋଜ୍ୟଷ୍ଠ ବ୍ୟକ୍ତି କହିଥିଲେ ଯେ ଗୋରୁମାନଙ୍କୁ ଈଶ୍ବର ସୁରକ୍ଷିତ ରଖନ୍ତୁ, ଆମେ ଆଉ କ୍ଷୀର ବିକ୍ରି କରିବୁ ନାହିଁ । ଏହାପରେ ଧୀରେ ଧୀରେ ଗାଈଗୋରୁ ଙ୍କ ରୋଗ କମିବାକୁ ଲାଗିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସେଠାକାର ବାସିନ୍ଦା କ୍ଷୀର ବିକ୍ରି କରୁନାହାନ୍ତି ।