ନ୍ୟୁଜ୍ 365(ବ୍ୟୁରୋ): ଆପ୍ ପାଇଁ ବଢ଼ିଲା ଅଡୁଆ । ନକଲି ଦସ୍ତଖତ ମାମଲାରେ ଆମ ଆଦମୀ ପାର୍ଟିର ରାଜ୍ୟସଭା ଏମ୍ପି ରାଘବ ଚଡ୍ଡାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ସେପଟେ ସଞ୍ଜୟ ସିଂଙ୍କ ନିଲମ୍ବନ ଅବଧିକୁ ବୃଦ୍ଧି କରାଯାଇଛି । ବିଶେଷ ଅଧିକାର ସମିତିର ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଏହି ଦୁଇ ନେତାଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟସଭାରେ ଆପ୍ ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ରାଜ୍ୟସଭାରେ ଭାଜପା ଏମ୍ପି ପୀୟୁଷ ଗୋୟଲ ରାଘବ ଚଡ୍ଡାଙ୍କ ମାମଲାଙ୍କୁ ନେଇ କହିଛନ୍ତି, ଏହା ଏକ ଗମ୍ଭୀର ବିଷୟ, ସଦସ୍ୟଙ୍କ ବିନା ଅନୁମତିରେ ତାଙ୍କ ନାମକୁ କିପରି ତାଲିକାରେ ରଖାଯାଇଛି। ତେବେ ରାଘବ ଚଡ୍ଡା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।