ନ୍ୟୁଜ୍ 365 (ବ୍ୟୁରୋ): ଆପଣ ଯାଣନ୍ତି ମା ଲକ୍ଷ୍ମୀହେଉଛନ୍ତି ଧନରଦାତ୍ରୀ । ମାଙ୍କୁ ଯଦିକେହି ଭକ୍ତ ସହୃଦୟରେ ଡାକିଦିଏ ତେବେ ମା ଭକ୍ତର ସବୁ କଷ୍ଟ ଦୂରକିଥାଏ । ତେଣୁ ମା ଲକ୍ଷ୍ମୀକୁ ଧନଦାତ୍ରୀ ବୋଲି କୁହାଯାଇଥାଏ । ତେବେ ଆପଣ ଯଦି ଶ୍ରାବଣର ଶୁକ୍ରବାର ଦିନ ମାଙ୍କୁ ପୂଜାକରନ୍ତି ତେବେ ଆପଣଙ୍କରବି କଷ୍ଟ ଦୂରହୋଇଯିବ ।
ଆର୍ଥିକ ସ୍ଥିତିରେ ଦୁର୍ବଳତା, ଲାଗିରହିଛି ଟଙ୍କାର ଅଭାବ ତେବେ ଆପଣବି କରନ୍ତୁ ଶ୍ରାବଣରେ ଶୁକ୍ରବାର । ଶ୍ରାବଣର ଶୁକ୍ରବାର ଦିନ ମହାଦେବଙ୍କ ସହିତ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ଦ୍ବାରା ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନ ସମ୍ପତ୍ତିରେ ଘର ପୂରି ଉଠିବ ଯକାରଣ ଶ୍ରାବଣର ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ପୂଜା କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ ଆପଣ ଶୁକ୍ରବାର ଦିନ ସଂନ୍ଧ୍ୟାରେ ମାତା ଲକ୍ଷ୍ମୀଙ୍କୁ ଚାରିଟାରୁ ପାଞ୍ଚଟା ଗୁଜୁରାତି ଭୋଗ ଚଢାନ୍ତୁ । ଦେଖିବେ ମା ଆପଣଙ୍କ ପକେଟରେ ଟଙ୍କା ସବୁବେଳେ ରଖିବେ । ଏହି ସରଳ ଉପାୟ ଦ୍ୱାରା ଆପଣଙ୍କ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ଖାଲି ସେତିକି ନୁହେଁ ଶ୍ରାବଣ ଶୁକ୍ରବାର ଦିନ ଶିବ ମନ୍ଦିର ଯାଇ ଜଳ ଅର୍ପଣ କରନ୍ତୁ ଏହା ସହିତ ୧୦୮ ଥର ଶିବ ମନ୍ତ୍ର ଯପ କରନ୍ତୁ । ଦେଖିବେ ଆପଣଙ୍କର ଧନସମ୍ପତ୍ତିରେ ଉନ୍ନତି ହେବ ।
ତେବେ ଯଦି ଆପଣଙ୍କ ବିବାହରେ ବିଳମ୍ବ ହେଉଛି ତେବେ ଶୁକ୍ରବାର ସକାଳେ ଗାଧୋଇବା ପରେ ଶିବଲିଙ୍ଗରେ ପାଣି ଚଢାନ୍ତୁ । ଏହାସହିତ ମାଙ୍କୁ ପାଖରେ ଏହିଦିନରେ ବା ଶୁକ୍ରବାର ଦିନ ମା ମଙ୍ଗଳାଙ୍କ ନିକଟରେ କ୍ଷୀର ମଧ୍ୟ ଭୋଗ ଲଗାନ୍ତୁ ଦେଖିବେ ମାଙ୍କ କୃପା ସଦାସର୍ବଦା ଆପଣଙ୍କ ଉପରେ ରହିବ । ସେିପରି ଶ୍ରାବଣ ଶୁକ୍ରବାର ଦିନ ଭଗବାନ ବିଷ୍ଣୁଙ୍କୁ ଶଙ୍ଖରେ ପାଣି ଚଢାଇ ପୂଜା ମଧ୍ୟ କରନ୍ତୁ । ଦେଖିବେ ମା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ ।