ନ୍ୟୁଜ୍ 365 (ବ୍ୟୁରୋ) : ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୟୁପିଆଇ ସିଷ୍ଟମକୁ ଉନ୍ନତ କରିବା ପାଇଁ ଆଣିଛି ନୂଆ ଯୋଜନା । ୟୁପିଆଇ ପେମେଣ୍ଟରେ କୃତ୍ରିମ ବୁଦ୍ଧିମତା ବା ଏଆଇ ସାମିଲ୍ କରିବାକୁ ଚାହୁଛି ।ତେବେ ଏ ସମ୍ପର୍କରେ ଗୁରୁବାର RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆରବିଆଇର ମୌଦ୍ରିକ ନୀତି ବୈଠକ ପରେ UPIକୁ ନେଇ ରହିଥିବା ଯୋଜନା ବିଷୟରେ ଅବଗତ କରାଇଥିଲେ ।ସେ କହିଛନ୍ତି ଏଆଇ ଦ୍ବାରା ୟୁପିଆଇରେ ‘ଭଏସ କମାଣ୍ଡ’ ସୁବିଧା ଆଣିବାକୁ ଯୋଜନା ରହିଛି ।ଏହା କୃତ୍ରିମ ବୁଦ୍ଧିମତାର ୟୁପିଆଇ ସିଷ୍ଟମକୁ ଉପଭୋକ୍ତାଙ୍କ ସହ ଯୋଡ଼ିବାରେ ସାହାଯ୍ୟ କରିବ । ଅଥାତ୍ ଭଏସ କମାଣ୍ଡ ଦ୍ବାରା ୟୁପିଆଇ ପେମେଣ୍ଟ ପାଇଁ ଗ୍ରାହକଙ୍କୁ ଏକ ଭିନ୍ନ ଅନୁଭବ ଦେବ।
ଖାଲି ସେତିକି ନୁହେଁ ଆର୍ ବି ଆଇ୍ ଜାରି କରିଛି ନୂଆ ପଲିସି, ରେପୋ ରେଟ୍ ଅପରିବର୍ତ୍ତିତ, RBIର ଦାବି ଭାରତ ହେବ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନଆରବିଆଇ ଏହି ଘୋଷଣା ବ୍ୟତୀତ, ସରକାର ଏବଂ ବେସରକାରୀ କ୍ଷେତ୍ରର ଅନ୍ୟ ବ୍ୟାଙ୍କ୍ ଡିଜିଟାଲ ବ୍ୟାଙ୍କିଂ ସେବାର ବିସ୍ତାର କରିବ । ଏଆଇ ଏବଂ ମେସିନ୍ ଲର୍ଣ୍ଣିଂ ଟୁଲ୍ର ବ୍ୟବହାର କରି ନିଜର ଟେକ୍ନୋଲୋଜୀ ଉପରେ କାମକରୁଥିବା ସୂଚନା ମିଳିଛି । ଆରବିଆଇ କହିଛି ଭାରତରେ ବ୍ୟାଙ୍କମାନେ ଦ୍ରୁତ ଭାବରେ ନିଜର ପରିଚାଳନାରେ ଏଆଇ ଆଧାରିତ ସେବା ଭଳି ଟେକ୍ନୋଲୋଜୀ ସାମିଲ କରୁଛନ୍ତି । । ଏଚଡିଏଫସି ବ୍ୟାଙ୍କ ପାଖରେ ଏହାର ନିଜସ୍ବ ଚାଟ୍ବଟ୍ ରହିଛି। ଏହା ଗ୍ରାହକଙ୍କୁ ଏବଂ ଅଣ ଗ୍ରାହକଙ୍କୁ ଋଣଦାତାଙ୍କ ବ୍ୟାଙ୍କିଂ ସେବା ବିଷୟରେ ସୂଚନା ଦେବାରେ ସହାୟକ ହେବ । ଏହା ସହ ଆରବିଆଇ ଗଭର୍ଣ୍ଣର ୟୁପିଆଇ ଲାଇଟ ମାଧ୍ୟମରେ ଟଙ୍କା ପଠାଇବା ସୀମାକୁ ୨୦୦ରୁ ୫୦୦କୁ ବୃଦ୍ଧି ଘୋଷଣା କରିଛନ୍ତି । ୟୁପିଆଇ ଲାଇଟରେ ସର୍ବାଧିକ ୨୦୦୦ ଟଙ୍କା ରଖିପାରିବା ସୁବିଧା ରହିଛି । ୟୁପିଆଇ ଲାଇଟ୍ ଓ୍ବାଲେଟ ଭଳି କାମ କରିବ ।