ନ୍ୟୁଜ ୩୬୫ (ବ୍ୟୁରୋ): ନ୍ୟାୟପାଳିକାରେ ବଡ଼ ଧରଣର ଅଦଳବଦଳ । ୨୩ଟି ହାଇକୋର୍ଟର ନ୍ୟାୟଧୀଶଙ୍କୁ ଟ୍ରାନ୍ସଫର କରିବାକୁ ସୁପ୍ରିମକୋର୍ଟ କଲେଜିୟମ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଜଷ୍ଟିସ୍ ଏସକେ କୌଲ୍ , ଜଷ୍ଟିସ୍ ସଞ୍ଜୀବ ଖନ୍ନା , ଜଷ୍ଟିସ୍ ବିଆର୍ ଗୱାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଉଚ୍ଚ ଅଦାଲତଙ୍କ ବିଚାରପତିଙ୍କ ଅଦଳବଦଳ ପାଇଁ ସୁପାରିସ କରିଛନ୍ତି ।
ଆହ୍ଲାବାଦ ହାଇକୋର୍ଟ, କୋଲକାତା ହାଇକୋର୍ଟ, ଗୁଜୁରାଟ ହାଇକୋର୍ଟ, ତେଲେଙ୍ଗାନା ହାଇକୋର୍ଟ, ଆନ୍ଧ୍ରପ୍ରଦେଶ ହାଇକୋର୍ଟ, ପଞ୍ଜାବ-ହରିୟାଣା ହାଇକୋର୍ଟ, କର୍ଣ୍ଣାଟକ ହାଇକୋର୍ଟ, ପାଟଣା ହାଇକୋର୍ଟ ଭଳି ୨୩ଟି ହାଇକୋର୍ଟର ବିଚାରପତି ଅଦଳବଦଳ ପାଇଁ ସୁପ୍ରିମକୋର୍ଟ ୱେବସାଇଟରେ ସୂଚନା ଦେଇଛନ୍ତି ।