ନ୍ୟୁଜ୍ 365(ବ୍ୟୁରୋ): ସତରେ ଶିକ୍ଷା ପାଇଁ ଆବଶ୍ୟକ ନଥାଏ ବୟଷ । ଶିକ୍ଷା ଅର୍ଜନ କରିବା ମାନବ ସମାଜ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ । ଏକ ଶିକ୍ଷିତ ମାନବ ସମାଜର ନିର୍ମାଣ ପାଇଁ ଶିକ୍ଷାର ଆବଶ୍ୟକତା ରହିଛି । କିନ୍ତୁ ଆମ ଦେଶରେ କିଛି ଲୋକ ଶିକ୍ଷାରୁ ବଞ୍ଚିତ ହୋଇଥାନ୍ତି । କତେବେଳେ ଶିକ୍ଷା ପାଇଁ ଅର୍ଥ ବାଧକ ସାଜିଥାଏ ତ ଆଉ କେତେବେଳେ ପାରିପାର୍ଶ୍ୱକ ପରିସ୍ଥିତି ସାଜେ ବାଧକ । କିନ୍ତୁ ଏସବୁକୁ ପଛରେ ପକାଇ ଜଣେ ୭୮ ବର୍ଷୀୟ ବୃଦ୍ଧ ସିଧା ନବମ କକ୍ଷାରେ ପଢିବା ଆରମ୍ଭ କରିଛନ୍ତି । ଖାଲି ସେତିକି ନୁହେଁ ପ୍ରତିଦିନ ସ୍କୁଲ ଯିବା ପାଇଁ ବୃଦ୍ଧ ତିନି କିଲୋମିଟ ବାଟ ଚାଲିଚାଲି ସେ ଯାଉଛନ୍ତି । ତେବେ ଏଭଳି ଘଟଣା ଦେଖିବାକୁ ମିଳିଛି ପୂର୍ବ ମିଜୋରାମରେ ।
୧୯୪୫ ମସିହାରେ ଭାରତ- ମିଆଁମାର ସୀମା ଖୁଲାଙ୍ଗ ଗାଁରେ ଜନ୍ମଗ୍ରହଣ କରିଥିବା ଲାଲରିଙ୍ଗଥାରାଙ୍କ ପିତାଙ୍କ ମୃତ୍ୟୁ ହେତୁ ଦ୍ୱିତୀୟ ଶ୍ରେଣୀ ପରେ ନିଜ ବହିବସ୍ତାନିରେ ବାନ୍ଧିଥିଲେ ଡୋରି । ସ୍କୁଲ ୟୁନିଫର୍ମ ପିନ୍ଧି ବହି ବ୍ୟାଗ ନେଇ ଲାଲରିଙ୍ଗଥାରା ନିଜ ଶ୍ରେଣୀରେ ପହଞ୍ଚିବା ପାଇଁ ପ୍ରତିଦିନ ତିନି କିଲୋମିଟର ସେ ଜାଇଥାନ୍ତି । ମିଜୋରାମର ଚମ୍ପାଇ ଜିଲ୍ଲାର ହୁରାଇକନ୍ ଗାଁର ବାସିନ୍ଦା ଲାଲରିଙ୍ଗଥାରାଙ୍କ କାହାଣୀ ବର୍ତ୍ତମାନ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ଚଳିତ ଶିକ୍ଷାବର୍ଷ ପାଇଁ ହୁରାଇକୋନ୍ ଗାଁର ରାଷ୍ଟ୍ରିୟ ମାଧ୍ୟାମିକ ଶିଖ୍ ଅଭିଆନ୍ (ଆରଏମ୍ଏସ୍ଏ) ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ନାମ ଲେଖାଇଛନ୍ତି ।