ନ୍ୟୁଜ ୩୬୫ (ବ୍ୟୁରୋ): ସୁସ୍ଥ ଶରୀର ସମସ୍ତଙ୍କର ପସନ୍ଦ । ସୁସ୍ଥ ରହିବାକୁ ହେଲେ ଶରୀର ପାଇଁ ସକାଳର ଜଳଖିଆ, ଦିନ ଓ ରାତ୍ରି ଭୋଜନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ। ହେଲେ ଅନେକ ସମୟରେ ଅଧିକାଂଶ ଲୋକ ଥକ୍କାପଣ ଏବଂ ମୋଟାପଣ ପାଇଁ ରାତି ଖାଦ୍ୟ ଖାଇନଥାନ୍ତି । ହେଲେ ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ କ୍ଷତିକାରକ ହୋଇଥାଏ। ସୂଚନାଅନୁଯାୟୀ, ରାତ୍ରି ଭୋଜନ ନକରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳି ପାରିନଥାଏ। କୁପୋଷଣର ଶିକାର ହେବା ସହ ଅଧିକ ହାଲିଆ ଅନୁଭବ ହୋଇଥାଏ । ଦୈନନ୍ଦିନ କାମ ପାଇଁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରି ନଥାଏ। ଶରୀରରେ ରକ୍ତର ଅଭାବ ହୋଇଥାଏ।
କେତେକ ଖାଦ୍ୟ ପ୍ରସ୍ତୁତି କରିବାର ଆଳସ୍ୟପଣ କାରଣରୁ ରାତିରେ ଭୋଜନ ପ୍ରସ୍ତୁତି କରିନଥାଆନ୍ତି। ରାତିରେ ଅନ୍ୟ ଶାରିରୀକ କାର୍ୟ୍ୟକଳାପ ହେଉନଥିଲେ ମଧ୍ୟ ମସ୍ତିଷ୍କ କାର୍ୟ୍ୟ କରିଥାଏ। ଖାଦ୍ୟ ନଖାଇବା ଦ୍ୱାରା ସଠିକ୍ ନିଦ ପାଇଁ ଶକ୍ତିର ଅଭାବ ହୋଇଥାଏ। ଯାହାଫଳରେ ଭଲ ନିଦମଧ୍ୟ ହୋଇନଥାଏ। ଏହାଦ୍ୱାରା ପରଦିନ ଥକ୍କାପଣ,ମୁଣ୍ଡ ବିନ୍ଧା, ଚିଡ୍ଚିଡା ଆଦି ଅନୁଭବ ହୋଇଥାଏ। ରାତିରେ ଖାଦ୍ୟ ନଖାଇବା ଦ୍ୱାରା ବାରମ୍ବାର ନିଦ ଭାଙ୍ଗିଥାଏ। ରାତି ଅଧରେ ଭୋକ ମଧ୍ୟ ଲାଗିଥାଏ। ଖାଲି ପେଟରେ ଶୋଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦେଖାଦିଏ।