ନ୍ୟୁଜ 365 (ବ୍ୟୁରୋ): ଅବିଶ୍ୱାସ ପ୍ରସ୍ତାବ ବିଜେପି ପାଇଁ ସବୁବେଳେ ଶୁଭ ସାବ୍ୟସ୍ତ ହୋଇଛି । ସଂସଦରେ ଅନାସ୍ଥା ପ୍ରସ୍ତାବ ଉପରେ ବିବୃତ୍ତି ରଖି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି, ୨୦୧୮ ମସିହାରେ ମଧ୍ୟ ଅନାସ୍ଥା ପ୍ରସ୍ତାବର ସାମ୍ନା କରିଥିଲା ବିଜେପି । ସେତେବେଳେ ବିରୋଧୀଙ୍କୁ ମୋଦି କହିଥିଲେ, ବିରୋଧୀଙ୍କୁ ୨୦୨୩ ରେ ପୁଣିଥରେ ଅନାସ୍ଥା ପ୍ରସ୍ତାବ ଆଣିବାର ସୁଯୋଗ ପାଇବେ । ମୋଦି କହିଛନ୍ତି, ବିଜେପି ବରୋଧୀ ଦଳକୁ ୫ ବର୍ଷର ସମୟ ଦେଇଥିଲା । କିନ୍ତୁ ବିରୋଧି କିଛି ପରିଶ୍ରମ କରିନାହାନ୍ତି । କେବଳ ଏକଜୁଟ ହୋଇ ପ୍ରସ୍ତାବ ଆଣିଛନ୍ତି । ବିରୋଧି ଟିକେ ତ ପରିଶ୍ରମ କରିବା କଥା ବୋଲି କହି କଟାକ୍ଷ କରିଛନ୍ତି ମୋଦୀ । ବିରୋଧୀଙ୍କୁ ଗରୀବର ଭୋକର ଚିନ୍ତା ନାହିଁ, କେବଳ କ୍ଷମତା ଭୋକରେ ରାଜନୀତି କରୁଛନ୍ତି ବିରୋଧୀ ।
ବିଜେପି ଭାରତର ବିଗିଡ଼ିଥିବା ଛବିକୁ ସୁଧାରିଛି । ଆଜି ଭାରତ ଏକ ଶ୍ରେଷ୍ଠ ଭାରତ ରୁପେ ସାରା ବିଶ୍ୱ ପରିଚିତ ହୋଇପାରିଛି । କିନ୍ତୁ ବିରୋଧୀ ଭାରତର ଗୋଟିଏ ବି ଭଲ କଥା ଶୁଣିବାକୁ ନାରାଜ ଅଛନ୍ତି । ବିରୋଧୀଙ୍କୁ ଭାରତର ଖୁସି ହଜମ ହେଉନାହିଁ । ଆଜି ଭାରତରେ ଗରିବୀ ଦୁରିକରଣ ହୋଇଛି । ଜଳ ଜୀବନ ମିଶନ ଅଧିନରେ ୪ ଲକ୍ଷରୁ ଅଧିକ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯାଉଛି । ଯାହାକୁ ନେଇ ବିସ୍ୱ ସ୍ୟାସ୍ଥ୍ୟ ସଂଗଠନ ପ୍ରସଂଶା କରିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଜି ବିଶ୍ୱର ଚାରିଆଡେ ଭାରତର ପ୍ରଂସସା ଓ ଜୟ ଜୟକାର ହେଉଛି । କିନ୍ତୁ ତାକୁ ବିରୋଧୀ ହଜମ କରିପାରୁନାହାନ୍ତି ।