ନ୍ୟୁଜ୍ 365 (ବ୍ୟୁରୋ): ପୁଣି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍। ଆଇରନ୍ ବୋଝେଇ ଟ୍ରେନଟି ବାଂଶପାଣିରୁ ଯାଉଥିବା ବେଳେ ଏହି ସମୟରେ ଟ୍ରେନଟି ବିଲେଇପଦା କାଳିଆବେଡା ସାଇଡିଂ ନିକଟରେ ଲାଇନଚ୍ୟୁତ ହୋଇଥିଲା । ଯାହାଫଳରେ ରେଳ ଟ୍ରାକ୍ ସହ ଇଞ୍ଜିନ୍ କ୍ଷତିଗ୍ରସ୍ତ ହୋଇଛି ।
ସେପଟେ ଲାଇନଚ୍ୟୁତ ହେବା ପରେ ଓ୍ବାଗନ୍ ଗୁଡିକୁ ଇଞ୍ଜିନରୁ ଅଲଗା କରିଦିଆଯାଇଛି । ବର୍ତ୍ତମାନ ଇଞ୍ଜିନକୁ ପୁନର୍ବାର ଟ୍ରାକକୁ ଆଣିବାକୁ ରେଳବାଇ ପକ୍ଷରୁ ଉଦ୍ୟମ ଜାରି ରହିଛି । ତେବେ କେଉଁ କାରଣରୁ ଏଭଳି ଅଘଟଣ ଘଟିଛି , କାରଣ ଅସ୍ପଷ୍ଟ ରହିଛି ।
ତେବେ ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟଣା ପରେ ଦେଶରେ କ୍ରମାଗତ ରେଳ ଦୂର୍ଘଚଣା ବଢ଼ିବାରେ ଲାଗିଛି। ପ୍ରତି ସପ୍ତାହ ଅନ୍ତରରେ କଉଠି ନା କଉଠି ରେଳ ଦିର୍ଘଟଣା ଘଟୁଛି।