ନ୍ୟୁଜ୍ ୩୬୫ (ବ୍ୟୁରୋ): ପୃଥିବୀରେ ଅନେକ ଚର୍ଚ୍ଚିତ ସହର ଅଛି । କିଏ ମନ୍ଦିର ମାଳିନି ପାଇଁ ପ୍ରସିଦ୍ଧ ତ ଆଉ କିଏ ବୀର ମହାପୁରୁଷ ମାନଙ୍କ ଜନ୍ମସ୍ଥଳୀ ପାଇଁ ବେଶ୍ ନାଁ କରିଛି । ଆଉଁ କେଉଁଠି ରହସ୍ୟମୟ କାହାଣୀ ପାଇଁ ଇତିହାସ ପୃଷ୍ଠାରେ ସ୍ଥାନ ପାଇଛି ଭାରତର ଅନେକ ଜିଲ୍ଲା । ସେଥିମଧ୍ୟରୁ ଗୁଜୁରାଟ ଅନ୍ୟତମ । ଗୁଜୁରାଟର କଚ୍ଛ ଜିଲ୍ଲାରେ ଏକ ରହସ୍ୟମୟ ସ୍ଥାନ ରହିଛି । ଯାହାର ନାମ ‘ଚିର୍ ବତି’। ଭାରତ-ପାକିସ୍ତାନ ସୀମାନ୍ତରେ ଅବସ୍ଥିତ ଆଦ୍ରଭୂମି ଅଂଚଳରେ ଏକ ରହସ୍ୟମୟ ଆଲୋକ ଦେଖିବାକୁ ମିଳେ । ଏହାକୁ ନିୟମିତ ଭାବରେ ଦେଖିବାକୁ ମିଳୁଥିବାରୁ ସ୍ଥାନୀୟ ଲୋକେ ଏହି ଆଲୋକକୁ ‘ଚିର୍ ବତି’ ବୋଲି କୁହନ୍ତି ।
ସୂଚନାଅନୁଯାୟୀ, ‘ଚିର୍’ ଅର୍ଥ ‘ଭୂତ’ ଓ ‘ବିତ’ର ଅର୍ଥ ‘ଆଲୋକ’ । ରାତି ୮ଟା ବେଳେ ଏହି ଚିର୍ ବତି ଆଲୋକ ନିଆଁ ପିଣ୍ଡୁଳା ପରି ମାଡି ଆସେ ଓ ଗୋଟେ ସ୍ଥାନରେ ଅଟକି ଯାଏ । ଏହି ଆଲୋକ ଗୁଡିକର ରଙ୍ଗ ମର୍କୁରି, ନୀଳ, ନାଲି ଓ ହଳଦିଆ ହୋଇଥାଏ । ଲୋକେ ରାତିରେ ଏହି ବାଟ ଦେଇ ଯିବା ପାଇଁ ମଧ୍ୟ ଭୟ କରନ୍ତି ।