ନ୍ୟୁଜ 365 (ବ୍ୟୁରୋ): ବର୍ତ୍ତମାନ ସ୍ଥିତିରେ ବିଶ୍ବ ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଛି। କିନ୍ତୁ ଭାରତ ମାନ୍ଦାବସ୍ଥାରୁ ମୁକୁଳି ସ୍ଥିର ସ୍ଥିତିକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ ଦୃଢ ରଣନୀତି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ଅଭିଭାଷଣରେ କହିଛନ୍ତି, 60 ଦଶକ ଧରି ଗରିବୀ ହଟାଓ ଏକ ନାରା ହୋଇ ରହିଯାଇଥିଲା। ପରିଲକ୍ଷିତ ହେଉଛି। ଦେଶରୁ ଗରିବୀ ହଟୁଛି, ଅର୍ଥନୀତିରେ ସୁଧାର ଆସିଛି । ସେହିପରି ଦେଶର ଅର୍ଥ ବ୍ୟବସ୍ଥାରେ ତୀବ୍ର ଅଗ୍ରଗତି ଦେଖାଦେଇଛି ।
ପୂର୍ବ ସରକାର କେବଳ ଲୋକଙ୍କୁ ସ୍ବପ୍ନ ଦେଖାଉଥିଲେ। ଆମ ସରକାର ଲୋକଙ୍କ ସ୍ବପ୍ନକୁ ପୂରଣ କରିବାର ପ୍ରଚେଷ୍ଟା କରିଛି ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି । ଆଗରୁ କହୁଥିଲେ ମିଳିବ, ହେବ…ଏବେ ମିଳୁଛି, ହେଉଛି। ଆଗରୁ ଲୋକେ କହୁଥିଲେ କାମ ହେବ, ଏବେ କହୁଛନ୍ତି କାମ ହୋଇସାରିଛି। ଆଗରୁ କହୁଥିଲେ ବିଜୁଳି ଆସିବ, ଏବେ କହୁଛନ୍ତି ବିଜୁଳି ଆସିସାରିଛି। ଲୋକଙ୍କୁ ଶସ୍ତାରେ ଔଷଧ ମିଳୁଛି, ଗରିବଙ୍କୁ ଘର, ରାସନ ମିଳୁଛି। ଚାଷୀଙ୍କୁ ସୁବିଧା, ବୀମା, ସହାୟତା ମୋଦି ଯୋଗାଇ ଦେଇଛନ୍ତି। ଏ ବିରାଟ ପରିବର୍ତ୍ତନ ମୋଦି ସରକାରର 9 ବର୍ଷରେ ଆସିଛି ।