ନ୍ୟୁଜ୍ 365(ବ୍ୟୁରୋ): ଲଗାତର ତିନିଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ର ‘ରେପୋ’ ରେଟ୍ ୬.୫%ରେ ଅପରିବର୍ତ୍ତିତ ରଖିଥିବା କଥା କହିଛନ୍ତି ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ । ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର୍ କହିଛନ୍ତି, ‘ରେପୋ ରେଟ୍’ ଅପରିବର୍ତ୍ତିତ ରଖିବା ଲାଗି ୬ଜଣିଆ ସଦସ୍ୟବିଶିଷ୍ଟ ‘ମନିଟାରି ପଲିସି କମିଟି’ ସର୍ବସମ୍ମତକ୍ରମେ ନିଷ୍ପତ୍ତି ଗ୍ରହଣ କରିଛି ।
ମୁଦ୍ରସ୍ଫୀତିକୁ ଅଭିବୃଦ୍ଧିର ନିର୍ଦ୍ଧାରିତ ଲକ୍ଷ୍ୟ ସହ ସମାନ୍ତରଳ କରିବା ଉପରେ ଧ୍ୟାନ ଦେଇ ‘ମନିଟାରି ପଲିସି’ର ୬ଜଣ ସଦ୍ୟଙ୍କ ମଧ୍ୟରୁ ୫ଜଣ ‘ରେପୋ ରେଟ୍’ ଅପରିବର୍ତ୍ତିତ ରଖାଯିବା ସପକ୍ଷରେ ମତ ଦେଇଥିଲେ। କିନ୍ତୁ, ଗତ କେତେ ମାସ ହେବ ମୁଦ୍ରାସ୍ଫୀତିର ଦ୍ରୁତ ବୃଦ୍ଧି ସଂକ୍ରାନ୍ତରେ ଚିନ୍ତା ବ୍ୟକ୍ତ କରି ଦାସ କହିଛନ୍ତି ଯେ, ଏଥିପ୍ରତି କଠୋରତା ବଜାୟ ରଖିବାକୁ କେନ୍ଦ୍ରୀୟ ବ୍ୟାଙ୍କ୍ ସଜାଗ ରହିଛି। ପନିପରିବା ଦର ବୃଦ୍ଧି ଯୋଗୁଁ ଜୁଲାଇ ଓ ଅଗଷ୍ଟ ମାସରେ ମୁଦ୍ରାସ୍ଫୀତି ହଠାତ୍ ବୃଦ୍ଧି ପାଇଛି। କିନ୍ତୁ, ଖୁବ୍ ଶୀଘ୍ର ପନିପରିବା ଦର ହ୍ରାସ ପାଇପାରେ।
‘ରେପୋ ରେଟ୍’ ଅପରିବର୍ତ୍ତିତ ରହିବା ଫଳରେ, ‘ଷ୍ଟାଣ୍ଡିଙ୍ଗ୍ ଡିପୋଜିଟ୍ ଫେସିଲିଟି’ (ଏସ୍ଡିଏଫ୍) ରେଟ୍ ୬.୨୫% ଏବଂ ‘ମାର୍ଜିନାଲ୍ ଷ୍ଟାଣ୍ଡିଙ୍ଗ୍ ଫେସିଲିଟି’ (ଏମ୍ଏସ୍ଏଫ୍) ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫% ରହିଛି । ସେହିପରି, ଋଣ ସୁଧହାର ମଧ୍ୟ ଅପରିବର୍ତ୍ତିତ ରହିପାରେ ବୋଲି ଆଶା କରାଯାଉଛି ।ବଡ ଅର୍ଥନୀତି ଏବଂ ଅଭିବୃଦ୍ଧି ଆମ ଅର୍ଥନୀତିରେ କ୍ରମାଗତ ଭାବରେ ଚାଲିଛି । ବିଶ୍ୱ ଅର୍ଥବ୍ୟବସ୍ଥାରେ ହେଉଥିବା ପରିବର୍ତ୍ତନଗୁଡିକର ଲାଭ ଉଠାଇବା ପାଇଁ ଭାରତ ବର୍ତ୍ତମାନ ସର୍ବୋତ୍ତମ ସ୍ଥିତିରେ ଅଛି । ବିଶ୍ୱ ଅର୍ଥବ୍ୟବସ୍ଥାରେ ଭାରତୀୟ ଅର୍ଥନୀତି ପ୍ରାୟ ୧୫ ପ୍ରତିଶତ ଯୋଗଦାନ ଦେଉଛି । ଦେଶରେ ମୁଦ୍ରାସ୍ଫୀତିର ଏକ ଉଚ୍ଚ ସ୍ତରରେ ପହଞ୍ଚିବା ପରେ, ରିଜର୍ଭ ବ୍ୟାଙ୍କ ୨୦୨୨ ମସିହା ମେ ମାସରୁ ଲଗାତାର ନଅ ଥର ରେପୋ ରେଟ୍ ବୃଦ୍ଧି କରି ଏହାକୁ ନିର୍ଦ୍ଦିଷ୍ଟ ପରିସର ମଧ୍ୟରେ ଫେରାଇ ଆଣିଥିଲା । ଏହି ସମୟ ମଧ୍ୟରେ ଏହି ହାର ୨୫୦ ଆଧାର ପଏଣ୍ଟକୁ ବୃଦ୍ଧି କରାଯାଇଥିଲା । ତଥାପି, ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସହିତ କେନ୍ଦ୍ରୀୟ ବ୍ୟାଙ୍କ ଏହାର ବୃଦ୍ଧି ଉପରେ ଏକ ବ୍ରେକ୍ ଲଗାଇଛି ଏବଂ ଫେବୃଆରୀ ୨୦୨୩ ପରଠାରୁ କୌଣସି ପରିବର୍ତ୍ତନ ହୋଇନାହିଁ ।
ବିଶେଷଜ୍ଞମାନେ ଆଶା କରୁଥିଲେ ଯେ ଆରପିଓ ରେପୋ ହାରକୁ ସ୍ଥିର ରଖିପାରିବ। ପୂର୍ବରୁ ଏପ୍ରିଲ ଏବଂ ଜୁନ୍ରେ ଅନୁଷ୍ଠିତ ବୈଠକରେ ଏହି ହାର ସ୍ଥିର ରହିଥିଲା । ବ୍ୟାଙ୍କ ରେପୋ ରେଟ୍ ସ୍ଥିର ରଖିବା ସହିତ ଆରବିଆଇ ଏମଏସଏଫ, ବ୍ୟାଙ୍କ ହାର ୬.୭୫ ପ୍ରତିଶତ ଥିବାବେଳେ ଏସଡିଏଫ ହାର ୬.୨୫ ପ୍ରତିଶତରେ ରଖିବାକୁ ନିଷ୍ପତ୍ତି ନେଇଛି ।