ନ୍ୟୁଜ 365 (ବ୍ୟୁରୋ): କଂଗ୍ରେସ ସ୍ବପ୍ନ ଦେଖାଏ କିନ୍ତୁ ଭାରତୀୟ ଜନତା ପାର୍ଟି ଏହି ସ୍ୱପ୍ନକୁ ପୂରଣ କରେ । ସଂସଦରେ ଅବିଶ୍ୱାସ ପ୍ରସ୍ତାବ ଉପରେ ନିଜ ମନ୍ତବ୍ୟ ରଖି ଏଭଳି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ କହିବା ସମୟରେ କଂଗ୍ରେସ ସମେତ ବିରୋଧୀ ଦଳର ନେତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ନିର୍ମଳା ସୀତାରମଣ । କଂଗ୍ରେସକୁ କଡ଼ା ସମାଲୋଚନା କରି ସୀତାୀରମଣ କହିଛନ୍ତି, କଂଗ୍ରେସ ସ୍ବପ୍ନ ଦେଖାଏ କିନ୍ତୁ ଭାରତୀୟ ଜନତା ପାର୍ଟି ଏହି ସ୍ୱପ୍ନକୁ ପୂରଣ କରେ । ଏହା ହିଁ କଂଗ୍ରେସ ଓ ବିଜେପି ମଧ୍ୟରେ ଫରକ ।
ସୀତାରମଣ କହିଛନ୍ତି, ‘୨୦୧୩ରେ ମୋର୍ଗାନ ଷ୍ଟେନଲି ଭାରତକୁ ବିଶ୍ୱର ପାଞ୍ଚଟି ଦୁର୍ବଳ ଅର୍ଥନୀତି ତାଲିକାରେ ଅନ୍ତର୍ଭୁକ୍ତ କରିଥିଲେ। ଭାରତକୁ ଏକ ଦୁର୍ବଳ ଅର୍ଥନୀତି ଘୋଷଣା କରାଯାଇଥିଲା। ଆଜି ସେହି ମୋର୍ଗାନ ଷ୍ଟେନଲି ଭାରତକୁ ଅପଗ୍ରେଡ କରି ଏକ ଉଚ୍ଚ ରେଟିଂକୁ ଉନ୍ନୀତ କରିଛି। ଆମ ସରକାରଙ୍କ ନୀତି ଯୋଗୁଁ ମାତ୍ର ୯ବର୍ଷ ମଧ୍ୟରେ ଅର୍ଥନୀତି ଉନ୍ନତ ହୋଇଥିଲା ଏବଂ କୋଭିଡ ସତ୍ତ୍ୱେ ଅର୍ଥନୈତିକ ଅଭିବୃଦ୍ଧି ଘଟିଥିଲା। ଆଜି ଭାରତ ହେଉଛି ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି।