ନ୍ୟୁଜ୍ 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ୍ ଷ୍ଟାର । କିଏ ଦମ୍ଦାର ଅଭିନୟ ତ ଆଉ କିଏ ନିଜର ଷ୍ଟାଇଲିସ୍ ଲୁକକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ହେଲେ ବିଗ୍ବସ୍ ଫେମ୍ ତଥା ମଡେଲ୍ ଉର୍ଫି ଜାଭେଦ ନିଜର ଅଜବ ପୋଷାକକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ଉର୍ଫିଙ୍କୁ ଅନେକ ଲୋକ କ୍ରିଏଟିଭ୍ ବା ସୃଜନଶୀଳ ବୋଲି କହି ପ୍ରଶଂସା କରୁଥିବା ବେଳେ ଅନେକ ଲୋକ ତାଙ୍କର ସମାଲୋଚନା ବି କରନ୍ତି। ଏପରିକି ଉର୍ଫି ନିଜ ପୋଷାକ ମାଧ୍ୟମରେ ସମାଜକୁ ଖରାପ ବାର୍ତ୍ତା ଦେଉଛନ୍ତି ବୋଲି ବି ଅଧିକାଂଶ ସମୟରେ ଅଭିଯୋଗ ହୋଇଛି।
ନିଜ ପୋଷାକକୁ ନେଇ ସବୁବେଳେ ବିବାଦରେ ରହୁଥିବା ଉର୍ଫି କାହା କଥା ନଶୁଣି ଭିନ୍ନ ଭିନ୍ନ ପୋଷାକ ପିନ୍ଧି ନିଜ ଫ୍ୟାନ୍ସ ମାନଙ୍କୁ ଖୁସି କରିଥାନ୍ତି ।
ହେଲେ ଆପଣ ଜାଣଛନ୍ତି କି , କାହିଁକି ଅଜବ ପୋଷାକ ପିନ୍ଧନ୍ତି ଉର୍ଫି ? ଏହା ପଛରେ କଣ ରହିଛି ରହସ୍ୟ ? ଏଭଳି ପ୍ରଶ୍ନର ଉତ୍ତର ଦେଇ ଉର୍ଫି କହିଛନ୍ତି ଯେ, ଯେତେବେଳେ ତାଙ୍କୁ ବିଗ୍ ବସ ଓଟିଟିରୁ ବାହାରକୁ ଆସିବାକୁ ପଡ଼ିଲା, ସେତେବେଳେ ସେ ଅନୁଭବ କଲେ ଯେ ତାଙ୍କ ଜୀବନ ଶେଷ ହୋଇଗଲା । ସେ ତାଙ୍କ ଜୀବନରେ ଏପର୍ୟ୍ୟନ୍ତ କିଛି କରିନାହାଁନ୍ତି। ତାଙ୍କ କହିବା ମୁତାବକ, ‘ମୁଁ ଆମ ୭ଜଣିଆ ପରିବାରକୁ ଚଳାଏ। ବିଗ୍ ବସରୁ ଆସିବା ପରେ କ’ଣ କରିବି? କିପରି ମୋ ଘରର ଯତ୍ନ ନେବି? ବର୍ତ୍ତମାନ ମୋତେ କେହି କାମ ଦେବେ ନାହିଁ ବୋଲି ଭାବିଥିଲି। ହେଲେ ଧୀରେ ଧୀରେ ଏହା ଜାଣିବାକୁ ପାଇଲି ଯେ ମୋ ପୋଷାକ ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି। ଏହା ଜାଣିବା ପରେ ମୁଁ ଭିନ୍ନ ଭିନ୍ନ ପୋଷାକ ଡିଜାଇନ କରି ପିନ୍ଧିବା ଆରମ୍ଭ କଲି। ଯେଉଁଥିପାଇଁ ଆଜି ମୁଁ ଘର ଚଳାଇବା ସହ ତାଙ୍କ ପାଟିରେ ମୁଠାଏ ଦାନା ଦେଇ ପାରୁଛି ।