ନ୍ୟୁଜ 365 (ବ୍ୟୁରୋ): ହରିଆଣା ନୁହରେ ହିଂସା ପରେ ଆକ୍ସନ ମୋଡ଼ରେ ପୁଲିସ । ହିଂସାରେ ସମ୍ପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରିଛି ପୁଲିସ । ପୁଲିସ ପ୍ରଥମେ ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପୋଲିସକୁ ଚଖମା ଦେଇ ଦୌଡି ପଳାଉଥିଲେ ଅଭିଯୁକ୍ତ । କିନ୍ତୁ ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ନାହିଁ । ଅଭିଯୁକ୍ତଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି ।
ଜୁଲାଇ ୩୧ ସୋମବାର ନୁହର ନାଲହାଦ ଶିବ ମନ୍ଦିରରୁ ବ୍ରଜମଣ୍ଡଲ ଜଲାଭିଷେକ ଯାତ୍ରା ଉପରେ ଏକ ର୍ନିଦ୍ଦିଷ୍ଟ ସମ୍ପ୍ରଦାୟ ଦ୍ୱାରା ପଥର ଫିଙ୍ଗିବା ପରେ ହିଂସା ଆରମ୍ଭ ହୋଇଥିଲା। ଏହି କାରଣରୁ ଯାତ୍ରା ସ୍ଥଗିତ ରଖାଗଲା। ଏହି ହିଂସା ସମୟରେ ଦୁଇ ଜଣ ହୋମଗାର୍ଡ, ଦୁଇଜଣ ବଜରଙ୍ଗ ଦଳ କର୍ମଚାରୀଙ୍କ ସମେତ ୬ ଜଣଙ୍କର ମତ୍ୟୁ ଘଟିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ନୁହର ପରିବେଶ ସମ୍ପୂର୍ଣ୍ଣ ଶାନ୍ତ ହୋଇନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ ।