ନ୍ୟୁଜ୍ 365(ବ୍ୟୁରୋ): ସେ ଆଧୁନିକ ଓଡ଼ିଶାର ବିନ୍ଧାଣୀ। ସେ ଥିଲେ ଏକାଧାରାରେ ଜଣେ ବାଗ୍ମୀ,ଶିକ୍ଷାବିତ୍,କବି ,ସମୀକ୍ଷକ,ପ୍ରାବନ୍ଧିକ, ସ୍ଵାଧୀନତା ସଂଗ୍ରାମୀ, ଦେଶସେବକ, ସାହିତ୍ୟିକ, ରାଜନେତା ଓ ସ୍ବାମ୍ବାଦିକ । ଅର୍ଦ୍ଧଶତାବ୍ଦୀରୁ ଉର୍ଦ୍ଧ୍ଵ କାଳ ଧରି ଓଡ଼ିଶାର ସାମାଜିକ, ରାଜନୈତିକ, ସାଂସ୍କୃତିକ ଓ ସାହିତ୍ୟିକ ଜୀବନକୁ ସମୃଦ୍ଧ କରିଥିଲେ । ତାଙ୍କ ଜୀବନର ଅନ୍ୟ ନାମ ଥିଲା ସାଧନା। ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ ପଣ୍ଡିତ ନୀଳକଣ୍ଠ ଦାସ । ୧୮୮୪ ମସିହା ଅଗଷ୍ଟ ୫ ତାରିଖ ପୁରୀ ଜିଲ୍ଲା ଶ୍ରୀରାମଚନ୍ଦ୍ରପୁରରେ ଜନ୍ମଗ୍ରହଣ କରିଥିଲେ ନୀଳକଣ୍ଠ । ସେ ଥିଲେ ଆଜନ୍ମ ବିପ୍ଳବୀ ଓ ସଂସ୍କାରବାଦୀ । ନବମ ଶ୍ରେଣୀରେ ପଢିବାବେଳେ ଓଡ଼ିଶାର ଦୁର୍ଗତି ଦେଖି ଜୀବନକୁ ଉତ୍ସର୍ଗ କରିବାର ଶପଥ ନେଇଥିଲେ । ସାମାଜିକ କୁସଂସ୍କାରକୁ ଅଛୁଆଁ ଭେଦଭାବକୁ ଘୋର ବିରୋଧ କରୁଥିଲେ। ଅଗାଧ ଜ୍ଞାନ ପାଇଁ ତାଙ୍କୁ ଜୀବନ୍ତ ଜ୍ଞାନକୋଷ ବୋଲି କୁହାଯାଉଥିଲା ।
ଓଡ଼ିଶାରେ ଶିକ୍ଷାର ପ୍ରସାର ଲକ୍ଷ୍ୟରେ ପ୍ରତିଷ୍ଠିତ ସତ୍ୟବାଦୀ ବନବିଦ୍ୟାଳୟର ପ୍ରଧାନଶିକ୍ଷକ ରହି ସେ ଏହାକୁ ଆଦର୍ଶ ବିଦ୍ୟାଳୟ ରୂପେ ଗଢି ତୋଳିଥିଲେ। ଏହି ବିଦ୍ୟାଳୟଟି ପରବର୍ତ୍ତୀ ସମୟରେ ସମାଜ ସଂସ୍କାର ଓ ରାଜନୈତିକ କାର୍ଯ୍ୟକଳାପର ପ୍ରାଣକେନ୍ଦ୍ର ପାଲଟିଥିଲା। ନୀଳକଣ୍ଠ ସ୍ଵାଧୀନତା ଆନ୍ଦୋଳନରେ ଯୋଗଦେଇ ବହୁବାର କାରାବରଣ କରିଥିଲେ। ଓଡ଼ିଆକୁ ସ୍ଵତନ୍ତ୍ର ଭାଷାର ମର୍ଯ୍ୟାଦା ମିଳିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ସେ ଦୁଇଥର ଓଡ଼ିଶା ପ୍ରଦେଶ କଂଗ୍ରେସର ସଭାପତି ହୋଇଥିଲେ ଏବଂ ପରେ ଦଳ ଛାଡ଼ିଥିଲେ। ୧୯୫୫ରେ ଜବାହରଲାଲ ନେହେରୁଙ୍କ ଅନୁରୋଧକ୍ରମେ ପୁଣି କଂଗ୍ରେସରେ ଯୋଗଦେଇ ସତ୍ୟବାଦୀ ଆସନରୁ ନିର୍ବାଚିତ ହୋଇ ବିଧାନସଭାର ବାଚସ୍ପତି ହୋଇଥିଲେ। ସେ ନବଗଠିତ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପ୍ରଥମ ସଭାପତି ଥିଲେ। ୧୯୦୬ରେ ତାଙ୍କୁ “ପଦ୍ମଭୂଷଣ”ରେ ସମ୍ମାନିତ କରାଯାଇଥିଲା । ୧୯୧୧ରେ ସେ କଲିକତାରୁ ଫେରିବା ପରେ ପଣ୍ଡିତ ନୀଳକଣ୍ଠ ସତ୍ୟବାଦୀ ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିଲେ। ପରେ ପରେ ସେ ଓଡ଼ିଆ ଓ ଦର୍ଶନଶାସ୍ତ୍ରରେ ପ୍ରଫେସର ଭାବେ ଯୋଗ ଦେଇଥିଲେ। କିନ୍ତୁ ଅସହଯୋଗ ଆନ୍ଦୋଳନରେ ଯୋଗ ଦେବାକୁ ପଡ଼ିବାରୁ ତାଙ୍କୁ ଏହି ବୃତ୍ତି ଛାଡ଼ିବାକୁ ପଡ଼ିଥିଲା।
ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଯେଉଁ କେତେ ଜଣ ଶିକ୍ଷିତ ଯୁବକ ଓଡ଼ିଶାର ଶିକ୍ଷା ଓ ସଂସ୍କୃତିରେ ନବ ଜାଗରଣ ଆଣିବାକୁ ଉଦ୍ୟମ କରିଥିଲେ ସେମାନଙ୍କ ମଧ୍ୟରେ ପଣ୍ଡିତ ନୀଳକଣ୍ଠ ଦାସ ଥିଲେ ଅନ୍ୟତମ। ମହାତ୍ମାଗାନ୍ଧୀଙ୍କ ପ୍ରଥମ ପର୍ଯ୍ୟାୟ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମର ସେ ଆୟୋଜନ କରିଥିଲେ। ୧୯୩୬ ମସିହାରେ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ଲାଭ କଲା। ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶର ମନ୍ୟତା ପାଇବା ପଛରେ ଯେଉଁମାନଙ୍କ ହାତ ଥିଲା ସେ ମାନଙ୍କ ମଧ୍ୟରୁ ନୀଳକଣ୍ଠ ଥିଲେ ଅନ୍ୟତମ। ସମାଜସେବାରୁ ଆରମ୍ଭ କରି ଶିକ୍ଷକତା,ରାଜନୀତି ପର୍ଯ୍ୟାନ୍ତ ସବୁଥିଲେ ସଫଳ ହୋଇଥିଲେ ନିଳକଣ୍ଠ ଦାସ। ପଣ୍ଡିତ ନୀଳକଣ୍ଠ ପିସିସି ସଭାପତି ଭାବେ କାର୍ଯ୍ୟ ଆରମ୍ଭ କଲେ। ତାଙ୍କର ଦୃଢ଼ ନେତୃତ୍ୱ ଯୋଗୁ ସମୁଦାୟ ୬୦ ଆସନ ମଧ୍ୟରୁ କଂଗ୍ରେସ ୩୬ଟି ଆସନ ପାଇଥିଲା।
ଓଡ଼ିଶାରେ ଉଚ୍ଚଶିକ୍ଷାର ପ୍ରସାର ପାଇଁ ପଣ୍ଡିତ ନୀଳକଣ୍ଠ ଏକ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନେଇଥିଲେ ଏବଂ ଏଥିପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଥିଲା। ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରୋ ଚାନସେଲର ରୂପେ ନିଯୁକ୍ତି ପାଇଥିଲେ। ୧୯୫୭ରେ ସେ ପୁନଃ ନିର୍ବାଚିତ ହେଲେ ଏବଂ ୧୯୫୭ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭାର ବାଚସ୍ପତି ଦାୟିତ୍ୱ ତାଙ୍କୁ ମିଳିଥିଲା। ଓଡ଼ିଶା ବିଧାନସଭାରେ ତାଙ୍କର ଓଜସ୍ୱିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା। ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସେ ସ୍ୱର ଉଠାଇଥିଲେ । ଅନ୍ୟପଟେ ସ୍ବତନ୍ତ୍ର ପ୍ରଦେଶ ଗଠନ ହେଉ ଅବା ଭାଷା ଆନ୍ଦୋଳନ ଓଡ଼ିଆ ଭାଷାକୁ ବାକି ପଡ଼ୋଶୀ ଭାଷାଭାଷୀମାନଙ୍କ ଆକ୍ରମଣରୁ ଅଲଗା କରି ସ୍ୱତନ୍ତ୍ର ଭାଷାର ମର୍ଯ୍ୟାଦା ଦେବାରେ ସେ ମୁଖ୍ୟ ଭୂମିକା ନିଭାଇଥିଲେ । ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବ୍ୟାସକବି ଫକିର ମୋହନ ସେନାପତି, ସ୍ୱଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାୟ ଓ ଏମିତି ଅନେକ କର୍ମୀମାନଙ୍କ ସହ ସେ ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନରେ ଯୋଗ ଦେଇଥିଲେ ସଫଳ କରିଥିଲେ। ଫଳସ୍ୱରୂପ ୧ ଅପ୍ରେଲ ୧୯୩୬ରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠିତ ହୋଇଥିଲା । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ ।
ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି.ଏ.ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,ତାକୁ ସେ ପ୍ରତ୍ୟକ୍ଷନ କରିଥିଲେ। କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ୍ୟ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,ସରକାରୀ ଚାକିରି କରିବା ନାହିଁ। ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା। ତାଙ୍କ ପଦୁଟିଏ କଥା ଆଜି ବି ମନେ ପଡେ, ଦେଶ ମାତୃକାର ପାଇଁ ତାଙ୍କ ସେବା ,ବଳିଦାନ ପିଢି ପରେ ପିଢି ମନେ ରଖିବ। ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କ ଅବଦାନ ଥିଲା ଅତୁଳନୀୟ। ଭାଷାବିତମାନଙ୍କ ମତରେ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ ଥିଲେ । କାବ୍ୟପ୍ରଣୟିନୀ,କୋଣାର୍କେ,ଖାରବେଳ,ଦାସନାୟକ।
ପ୍ରବନ୍ଧ ଆର୍ଯ୍ୟ ଜୀବନ,ଓଡ଼ିଆ ସାହିତ୍ୟର କ୍ରମ ପରିଣ।ମ,ଶ୍ରୀମଦ ଭଗବତଗୀତାର ଭୂମିକା,ଓଡ଼ିଆ ଭାଷା ଓ ସାହିତ୍ୟ.ସଂସ୍କୃତି ଓ ସଂସ୍କୃତି,ଲାବଣ୍ୟବତୀର ଟୀକା। ଶିଶୁ ସାହିତ୍ୟ ପିଲାଙ୍କ ରାମାୟଣଠୁ ମହାଭାରତ,ପିଲାଙ୍କ ଭାଗବତ ଏଭଳି ଅନେକ ସାହିତ୍ୟ କଥା ତାଙ୍କୁ ପରିଚୟ ଦେଇଛି। ସେ ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ଦକ୍ଷତା ପ୍ରତିପାଦନ କରିଛନ୍ତି। ସମାଜ ଓ ନବଭାରତର ସମ୍ପାଦକ, ସାପ୍ତାହିକ ଲୋକମତର ପ୍ରତିଷ୍ଠାତା,ଉତ୍କଳ ସାହିତ୍ୟ ସମାଜର ଆଜୀବନ ସଭ୍ୟ ରହିଛନ୍ତି। ସାମ୍ବାଦିକତା କ୍ଷେତ୍ରରୁ ରାଜନୀତି ସମାଜସେବା ତାଙ୍କ ଅବଦାନ ଥିଲା ଅତୁଳନୀୟ। ୧୯୬୦ ମସିହାରେ ସେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ ୧୯୬୩ରେ ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କାର , ଉତ୍କଳ ବିଶ୍ୱବିଦ୍ୟାଳୟରେ ଡି. ଲିଟ, ୧୯୫୧ରେ ଉତ୍କଳ ଗୁରୁ ଉପାଧି ରେ ବିଭୂଷିତ ହୋଇଥିଲେ। ୧୯୬୭ ନଭେମ୍ବର ୬ ତାରିଖରେ ଏମାଟିର ସୁଯୋଗ୍ୟ ସନ୍ତାନ,ବୀରଙ୍କୁ ହରାଇ ଥିଲା ଏମାଟି। ସବୁଦିନ ପାଇଁ ବୀର ସିନା ଆଖି ବୁଝିଲେ ପଣ୍ଡିତ ନୀଳକଣ୍ଠ ଦାସ। ଆଜିବି ସେ ମରି ଅମର ହୋଇ ରହିଛନ୍ତି। ଦେଶମାତୃକାର ସେବା,ତ୍ୟାବ ମନୋଭାବ ତାଙ୍କୁ କାର୍ଯ୍ୟଲାଗି ତାଙ୍କୁ ଅମର କରି ରଖିଛି। ମହାନ କାର୍ଯ୍ୟ ପିଢି ପରେ ପିଢିକୁ ପ୍ରେରଣା ଦେଉଛି।