ନ୍ୟୁଜ୍ ୩୬୫ (ବ୍ୟୁରୋ): ପୃଥିବୀ ପ୍ରକୃତି ରାଣୀ । ଗଛ, ଲତା ,ପଶୁ, ପକ୍ଷୀ, ବନ ପାହାଡକୁ ନେଇ ସବୁଜ ଓଢ଼ଣୀ ଢ଼ାଙ୍କି ହୋଇଛି ପୃଥିବୀ ରାଣୀ । ହେଲେ ଏହାରି ଭିତରେ ଅନେକ ରହସ୍ୟମୟ କାହାଣୀ ରହିଛି । ଯାହାକୁ ଆଜି ବି ବୈଜ୍ଞାନିକମାନେ ଅନୁସନ୍ଧାନ କରୁଛନ୍ତି । ଆପଣ ଜାଣିଛନ୍ତି କି , ପୃଥିବୀରେ ଏପରି କିଛି ଜୀବ ଅଛନ୍ତି ଯେଉଁମାନେ ଅଣ୍ଡା କିମ୍ବା ଛୁଆ ଜନ୍ମ କରିବା ପରେ ମରିଯାଆନ୍ତି ।
ଜାଣିବା କେଉଁ ଜୀବ ଛୁଆ ଜନ୍ମ କରିବା ପରେ ମରିଯାଆନ୍ତି:
ଉତ୍ତର ଆମେରିକାରେ ମିଳୁଥିବା ସବୁଠାରୁ ବଡ଼ ପୋକ ହେଉଛି ସେକ୍ରୋପିଆ ପୋକ । ଏହି ପୋକର ଡେଣା ୬ ଇଞ୍ଚ ପର୍ୟ୍ୟନ୍ତ ଲମ୍ବା ହୋଇଥାଏ ।ଏହାର ବୟସ ବଢ଼ି ପୋକ ହେବା ପରେ ସେମାନଙ୍କର ଜୀବନ ଏକ ସପ୍ତାହ ପର୍ୟ୍ୟନ୍ତ ରହିଥାଏ ଏବଂ ଅଣ୍ଡା ଦେବା ପରେ ସେମାନେ ମରିଯାଆନ୍ତି । ସେହିପରି ମେଫ୍ଳାଇ ଜୀବନ ବହୁତ ଛୋଟ । ଏମାନେ କିଛି ଦିନ ପାଇଁ ଦୁନିଆରେ ରହିଥାନ୍ତି । ଏମାନଙ୍କ ଜୀବନ ଅଣ୍ଡା ଏବଂ ଲାର୍ଭା ଆକାରରେ ଗତି କରିଥାଏ । ମେଫ୍ଳାଇ ଅଣ୍ଡା ଦେବା ପରେ ମୃତ୍ୟୁ ବରଣ କରିଥାଏ ।
ଖାଲିସେତିକି ନୁହେଁ ହୁବର୍ଟ କେଲ୍ପ ଭାରତ ମହାସାଗରର ଗଭୀରତାରେ ମିଳୁଥିବା ଏକ ପ୍ରକାରର ସମୁଦ୍ର ଶୈବାଳ । ଏମାନେ କେବଳ ଗୋଟିଏ ସନ୍ତାନ ଜନ୍ମ ଦେଇ ମୃତ୍ୟୁବରଣ କରନ୍ତି । ସେହିପରି ସେମେଲେସନ ହେଉଛି ଏକ ପ୍ରକାର ସମୁଦ୍ର ପୋକ ଯାହା ନିଜର ଜୀବନ କାଳରେ କେବଳ ପିଲା ଜନ୍ମ କରି ମରିଯାଇଥାଏ । ଅକ୍ଟୋପସ ମଧ୍ୟ ସନ୍ତାନ ଜନ୍ମ କରିବା ପରେ ମରିଯାଏ । ଅକ୍ଟୋପସ ନିଜର ପିଲାମାନଙ୍କର ଯତ୍ନ ନିଏ ଏବଂ ଥରେ ଅଣ୍ଡାରୁ ଛୁଆ ବାହାରିବା ପରେ ସେ ମୃତ୍ୟୁବରଣ କରିଥାଏ ।