ନ୍ୟୁଜ୍ 365(ବ୍ୟୁରୋ): ଶରୀରରେ ସବୁବେଳେ ବିଷାକ୍ତ ତତ୍ତ୍ବ ସୃଷ୍ଟି ହୋଇଥାଏ ଯାହା ପରିସ୍ରା ଜରିଆରେ ବାହାରେକୁ ନିଷ୍କାସିତ ହୋଇଥାଏ। ପରିସ୍ରା ଜରିଆରେ ଏହିଭଳି ବିଷାକ୍ତ ତତ୍ତ୍ବ ବାହାରିଯିବାକୁ ଡିଟକ୍ସ କୁହାଯାଇଥାଏ। ସାଧାରଣ ପରିସ୍ରାର ରଙ୍ଗ ହାଲୁକା ହଳଦିଆ ହୋଇଥାଏ,କିନ୍ତୁ ଅନେକ ଥର ଗାଢ଼ ହଳଦିଆ ,ଲାଲ କିମ୍ବା କଳା ମଧ୍ୟ ହୋଇଥାଏ। ଲୋକେ ଏହାର ରଙ୍ଗକୁ ସାଧାରଣ ଭାବି ଗୁରୁତ୍ବ ଦେଇନଥାନ୍ତି । ଯାହା ପରବର୍ତ୍ତି ସମୟରେ ବଡ ବିପଦର ସାମ୍ନା କରିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ପରିସ୍ରାରେ କାହିଁକି ପଡେ ରକ୍ତ ।
ତେବେ ଅନେକ କାରଣ ରହିଛି ପରିସ୍ରାରେ ରକ୍ତ ପଡିବାର । ତେବେ ୟୁରିନାରି ଇନଫେକ୍ସନ ହେବା ଏହା ମହିଳା ଏବଂ ପୁରୁଷଙ୍କଠାରେ ଦେଖାଯାଉଥିବା ଏକ ସାଧାରଣ ସମସ୍ୟା ଅଟେ । ଏହା ସଂକ୍ରମଣ ଯୋଗୁଁ ପରିସ୍ରା କରିବା ସମୟରେ ରକ୍ତ ପଡ଼ିଥାଏ ଏବଂ ଏହା ସହିତ ଜ୍ବଳନ ମଧ୍ୟ ହୋଇଥାଏ। ଏପରି ହେଲେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ ।
ଯଦି କିଡନିରେ ଷ୍ଟୋନ୍ ହୋଇଛି ତେବେ ଏହି ସମୟରେ ମଧ୍ୟ ପରିସ୍ରା କରିବା ସମୟରେ ଯନ୍ତ୍ରଣା ଏବଂ ରକ୍ତ ପଡ଼ିପାରେ ।
ଗୁଲୋମେରୁଲୋନେଫରିଟିସ୍ ଏକ ଏମିତି ରୋଗ, ଏହି ରୋଗ କମ୍ ବୟସରେ ଛୋଟ ପିଲାଙ୍କଠାରେ ଦେଖାଯାଇଥାଏ। ଅନେକ ଥର ବଡ଼ମାନଙ୍କଠାରେ ମଧ୍ୟ ଏହି ରୋଗ ଦେଖାଯାଇଥାଏ ଯାହା ଫଳରେ ଆପଣଙ୍କୁ ପରିସ୍ରା କରିବା ସମୟରେ ଅତ୍ୟନ୍ତ ଯନ୍ତ୍ରଣା ହୋଇଥାଏ ଏବଂ ରକ୍ତ ପଡ଼ିଥାଏ । ତେବେ ବ୍ଲାଡର କ୍ୟାନସର ହେଲ ପରିସ୍ରା କରିବାବେଳେ ରକ୍ତ ପଡ଼ିଥାଏ । ଖାଲି ସେତିକି ନୁହେଁ ଯଦି ଆପଣଙ୍କ ପ୍ରୋଷ୍ଟେଟ ଗ୍ଲାଣ୍ଡ ବଢ଼ିଯାଇଛି ତେବେ ଆପଣ ପରିସ୍ରା କରିବାବେଳେ ଯନ୍ତ୍ରଣା ଅନୁଭୂତ ହେବ ଏବଂ ପରିସ୍ରାରେ ରକ୍ତ ପଡ଼ିବ ।
ମୁଖ୍ୟତ ମହିଳାଙ୍କଠାରେ ସିଷ୍ଟ ବଢ଼ିବା ଏକ ସାଧାରଣ ସମସ୍ୟା। ଏଥିପାଇଁ ମଧ୍ୟ ଆପଣଙ୍କ ପରିସ୍ରାରେ ରକ୍ତ ପଡ଼ିଥାଏ । ତେବେ ପରିଶ୍ରାରେ ରକ୍ତ ପଡିଲେ ଅଣଦେଖା ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।