ନ୍ୟୁଜ 365 (ବ୍ୟୁରୋ): ଚନ୍ଦ୍ରର ଅତି ନିକଟତର ହେଉଛି ଚନ୍ଦ୍ରଯାନ-୩ । ବର୍ତ୍ତମାନ ଚନ୍ଦ୍ରଯାନ-୩ ଚନ୍ଦ୍ରଠାରୁ ପାଖାପାଖି ୧୪ ଶହ କିମି ଦୂରରେ ଥିବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସୂଚନା ଦେଇଛି । ଚନ୍ଦ୍ରଯାନ-୩ କକ୍ଷପଥ ବର୍ତ୍ତମାନ ୧୭୪* ୧୪୩୭ କୁ ହ୍ରାସ ପାଇଛି । ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ ଅଗଷ୍ଟ ୧୪ ତାରିଖରେ ହେବ ବୋଲି ଜଣାପଡିଛି । ସେହିପରି ଅଗଷ୍ଟ ୧୬ ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଆହୁରି ନିକଟତର ହେବ ବୋଲି ଇସ୍ରୋ କହିଛି । ଚନ୍ଦ୍ରଯାନ-୩ ଏହି ଦିନ ଚନ୍ଦ୍ରର ୧୦୦ କିମି ବୃତ୍ତାକାର କକ୍ଷପଥରେ ପ୍ରବେସ କରିବ । ଅଗଷ୍ଟ ୧୭ରେ ଲ୍ୟାଣ୍ଡିଂ ମଡ୍ୟୁଲ୍, ଯେଉଁଥିରେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର ଅଛି, ତାହା ପ୍ରପଲ୍ସନ ମଡ୍ୟୁଲ୍ରୁ ଅଲଗା ହେବ। ଲ୍ୟାଣ୍ଡିଂ ମଡ୍ୟୁଲ୍ ଅଲଗା ହେବା ପରେ ଇସ୍ରୋ ଏହାକୁ ଏପରି ଏକ କକ୍ଷପଥକୁ ଆଣିବ ଯେଉଁଥିରେ ଚନ୍ଦ୍ରଠାରୁ ନିକଟତମ ଦୂରତା ୩୦ କିମି ଓ ଦୂରତମ ଦୂରତା ୧୦୦ କିମି ରହିବ। ତା’ପରେ ଏହି କକ୍ଷପଥରୁ ଚନ୍ଦ୍ରରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ। ଇସ୍ରୋ ମୁଖ୍ୟ ଏସ୍ ସୋମନାଥଙ୍କ ସୂଚନା ଅନୁସାରେ ଚନ୍ଦ୍ରଯାନ-ର ବୁକିଛି ଠିକ୍ଠାକ୍ ଚାଲିଛି ଏବଂ ଅଗଷ୍ଟ ୨୩ରେ ଏହା ଚନ୍ଦ୍ରପୃଷ୍ଠରେ ନିରାପଦରେ ଅବତରଣ କରିବ ବୋଲି ଆଶା କରାଯାଉଛି ।