ନ୍ୟୁଜ୍ 365 (ବ୍ୟୁରୋ): କ୍ଷୀର ଛୋଟ ଠୁ ବୟଷ୍କ ସମସ୍ତଙ୍କର ପସନ୍ଦ । କ୍ଷୀର ଆମ ଶରୀର ପାଇଁ ମଧ୍ୟ ବେଶ୍ ଉପଯୋଗୀ । ଏହା ଆମ ଶରୀରକୁ ଭିଟାମିନ୍ ଏ, ବି୨ ଏବଂ ବି୧୨ ଯୋଗାଇଥାଏ । ଏହାସହିତ କ୍ଷୀରରୁ ମିଳୁଥିବା ପ୍ରୋଟିନ୍ ଓ ଏମିନୋ ଏସିଡ୍ ରାତିରେ ଭଲ ନିଦ୍ରା କରାଏ ବୋଲି ବୈଜ୍ଞାନିକମାନେ ମତ ଦିଅନ୍ତି । ହେଲେ କିଛି ଲୋକ କ୍ଷୀର ପିଇବା ପରେ ତାଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହୋଇଥାଏ । ସାଧାରଣତଃ ଅଧିକାଂଶ ଲୋକ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇ ଶୋଇଥାନ୍ତି। ସୂଚନାଅନୁଯାୟୀ, ୩୦ ବର୍ଷ ପରେ ଶରୀରରୁ ଧୀରେ ଧୀରେ ଲେକ୍ଟେଜ୍ ଏନ୍ଜାଇମ୍ ହ୍ରାସ ପାଇବାକୁ ଲାଗେ। ଫଳରେ ରାତିରେ କ୍ଷୀର ପିଇ ଶୋଇଲେ ଶରୀର କ୍ଷୀରକୁ ହଜମ କରିବାର କ୍ଷମତା ହରାଇବାକୁ ଲାଗିଥାଏ । ଯଦି ଆପଣଙ୍କ ପାଚକ ପ୍ରକ୍ରିୟାରେ କୌଣସି ଅସୁବିଧା ଥାଏ ତ ଆପଣ ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ବାରା ଅସୁବିଧା ଆହୁରି ବଢ଼ିଯାଏ। ଏହି କାରଣରୁ ଅତି କମ୍ରେ ଶୋଇବାର ୧ ଘଣ୍ଟା ପୂର୍ବରୁ କ୍ଷୀର ପିଇବା ଉଚିତ।