ନ୍ୟୁଜ୍ 365(ବ୍ୟୁରୋ): ଆସିକାରେ ଯୋର ଧରିଲା ଋଷିକୁଲ୍ୟା ଜିଲ୍ଲା ଦାବି। ଫଳରେ ଗଞ୍ଜାମ ଜିଲ୍ଲା ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ଆସିକା ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସମସ୍ତ ଦୋକନାବଜାର ସହ ଶିଷାନୁଷ୍ଠାନ, କୋର୍ଟ, ବ୍ୟାଙ୍କ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
୧୯୯୩ ମସିହାରୁ ଋଷିକୂଲ୍ୟା ଜିଲ୍ଲା ଗଠନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ସରକାର ଏଥିପ୍ରତି ଗୁୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । ଆସିକା ସମେତ ଧରାକୋଟ, ଶେରଗଡ଼, ସାନଖେମୁଣ୍ଡି, କବିସୂର୍ଯ୍ୟନଗର, ବେଗୁନିଆପଡା, ପୋଲସରା, ହିଞ୍ଜିଳିକାଟୁ ସମେତ ୮ ବ୍ଲକର ୧୫ ଲକ୍ଷରୁ ଅଧିକ ଲୋକ ଥିବାରୁ ଏହାକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁଲ ଦାବି ହୋଇଛି।