ନ୍ୟୁଜ୍ 365(ବ୍ୟୁରୋ): ଭୁବନେଶ୍ବର କଟକ ରୋଡ ସ୍ଥିତ ଦୀପାଲି ବାରରେ ବାର ଡ୍ୟାନ୍ସର ଭାବେ କାମ କରୁଥିବା ଶୁଭଲକ୍ଷ୍ମୀ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ମହିଳା କମିଶନଙ୍କ ଉଦବେଗ । କମିଶନରେଟ ପୁଲିସକୁ ୧୫ ଦିନ ମଧ୍ୟରେ ଘଟଣାର ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା । ଘଟଣାରେ ୧୫ ଜଣଙ୍କର ବୟାନ ରେକର୍ଡ ଶେଷ ହୋଇଛି। ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ୩୦୬ ଖୁବଶୀଘ୍ର ଲାଗିପାରେ ବୋଲି ସୂଚନା ମିଳିଛି। ପୋଷ୍ଟମର୍ଟମ ରିପୋର୍ଟ ଓ ସିଡିଆର୍ ମୁତାବକ ତଦନ୍ତ ଚାଲିଛି। ନିଶା ସମ୍ପର୍କିତ ସୂଚନା ପାଇଁ ଭିସେରା ଟେଷ୍ଟ ପାଇଁ ପଠାଯାଇଛି।
ସେପଟେ ଫଟୋଗ୍ରାଫର ଅନୀଲକୁ ଲକ୍ଷ୍ମୀସାଗର ଥାନା ପୋଲିସର ଜେରା ବେଳେ ଅନୀଲ କହିଛି ଅଙ୍କଲ ଓରଫ୍ ଲିଟୁ ନାମକ ଜଣେ ଯୁବକ ଭୁବନେଶ୍ବରରେ ଏହି ରାକେଟ୍ର ମୁଖ୍ୟ କାର୍ପୋଟଦାର। ଏଥିରେ କିଛି ବାର ମାଲିକ ଓ ମ୍ୟାନେଜର ମଧ୍ୟ ସାମିଲ ଅଛନ୍ତି, ସେମାନେ ବାର୍କୁ ଝିଅ ଯୋଗାଇବାକୁ ଲିଟୁ ସହ ହାତ ମିଳାଇଛନ୍ତି। ଲିଟୁ ହିଁ ଶୁଭଲକ୍ଷ୍ମୀଙ୍କୁ ବାର୍ରେ ନିୟୋଜିତ କରିଥିଲେ। ଶୁଭଲକ୍ଷ୍ମୀଙ୍କ ସମସ୍ୟା ବିଷୟରେ ଜାଣିବା ପରେ, ଆଉ ବାର୍ରେ କାମ ନକରି ମଡେଲିଂ ବା ଅନ୍ୟକିଛି କରି ରୋଜଗାର କରିବା ପାଇଁ ଅନୀଲ ତାଙ୍କୁ ପରାମର୍ଶ ଦେଇଥିଲେ। ଶୁଭଲକ୍ଷ୍ମୀ ବି ଧୀରେ ଧୀରେ ବାର୍ରୁ ଦୂରେଇବାକୁ ଚେଷ୍ଟା କରିଥିଲେ। ସେ ବାରଗାର୍ଲ କାମ ଛାଡ଼ି ଅନ୍ୟକିଛି ଯୋଜନା କରୁଥିବା ଜାଣିବା ପରେ ଦଲାଲ୍ମାନେ ତାଙ୍କୁ ତାଙ୍କୁ ବ୍ଲାକମେଲ କରିଥିଲେ। ସେମାନଙ୍କ ନିର୍ଯାତନା ସହିନପାରି ସେ ଆତ୍ମହତ୍ୟା କରିଥାଇପାରନ୍ତି ।