ନ୍ୟୁଜ୍ 365 (ବ୍ୟୁରୋ): ଖାଦ୍ୟ କେବଳ ଆମ ଶରୀରକୁ ସୁସ୍ଥ ଓ ସୁନ୍ଦର ରଖିନଥାଏ । ବରଂ ଆମ ଶରୀରରେ ଅନେକ ପ୍ରକାରର ରୋଗ ମଧ୍ୟ ସୃଷ୍ଟି କରିଥାଏ । ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଏତେ ଭୋକ ଲାଗେ ଯେ, ସେମାନେ ଦିନରେ ଅନେକ ଥର ଖାଦ୍ୟ ଖାଇଥାନ୍ତି । କ’ଣ ଆପଣଙ୍କୁ ବି ଏମିତି ଲାଗେ ? ସୂଚନାଅନୁଯାୟୀ, ଅତ୍ୟଧିକ ଭୋକ ଲାଗିବା କୌଣସି ରୋଗର ଆରମ୍ଭ ଲକ୍ଷଣ ହୋଇପାରେ । ଯଦି ଆପଣ ଅଧିକ ଶାରୀରିକ କାର୍ୟ୍ୟ କରନ୍ତି, ତେବେ ଆପଣଙ୍କୁ ସବୁବେଳେ ଭୋକ ଲାଗିବ । ହେଲେ ଯଦି ଆପଣ କୌଣସି ପ୍ରକାରର ଶାରୀରିକ କାର୍ୟ୍ୟ କରନ୍ତି ନାହିଁ, ତଥାପି ଆପଣଙ୍କୁ ବାରମ୍ବାର ଭୋକ ଲାଗେ ତେବେ ଏହା ଏକ ରୋଗର କାରଣ ହୋଇପାରେ ।
ଅତ୍ୟଧିକ ଭୋକର କାରଣ ହେଉଛି ମଧୁମେହ ବା ଡାଇବେଟିସ । ଡାଇବେଟିସ ରୋଗୀମାନେ ଖାଦ୍ୟ ଖାଇବା ପରେ ମଧ୍ୟ ସେମାନଙ୍କୁ ଶୀଘ୍ର ଭୋକ ଲାଗିଥାଏ । କାରଣ ସେମାନଙ୍କ ଶରୀର ଯଥେଷ୍ଟ ଇନସୁଲିନ୍ ତିଆରି କରିପାରେ ନାହିଁ । ଏହାସହ ଥାଇରଏଡ ଅସନ୍ତୁଳନ ହେବା ପରେ ମଧ୍ୟ ଆପଣ ଅଧିକ ଭୋକିଲା ଅନୁଭବ କରିପାରନ୍ତି । ଥାଇରଏଡରେ ହେଲେ ଆପଣଙ୍କୁ ଅଧିକ ଭୋକ ଲାଗିଥାଏ । ଓଜନ ମଧ୍ୟ ଦ୍ରୁତ ଗତିରେ ବଢ଼ିଥାଏ । କିଛି ଲୋକଙ୍କ ମୁହଁରେ କେଶ ମଧ୍ୟ ଦେଖାଯିବା ଆରମ୍ଭ କରେ । ତେଣୁ ଭୋକ ଲାଗିବାର ଏହା ମଧ୍ୟ ଏକ କାରଣ ହୋଇପାରେ ।