ନ୍ୟୁଜ୍ 365(ବ୍ୟୁରୋ): ଆପଣ ଜାଣନ୍ତିକି ଦେଶରେ ପ୍ରାୟ ୩୦% ଲୋକ କିଡନି ଜନିତ ରୋଗରେ ଜୁଝୁଛନ୍ତି । ଶରୀରରେ କିଡନୀ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ । ଏହା ଶରିର ଭିତରେ ଫିଲଟର ଭଳି କାମ କରିଥାଏ । ଅର୍ଥାତ ଶରୀରର ସମସ୍ତ ବର୍ଜ୍ୟବସ୍ତୁକୁ କିଡନି ସଫା କରିଥାଏ । ତେବ ଶରୀରକୁ ରୋଗ ମୁକ୍ତ କରିବାରେ ସାହାର୍ଯ୍ୟ କରୁଥିବା କିଡନି କିପରି ହୁଏ ରୋଗାଗ୍ରସ୍ତ । ତେବେ କାହିଁକି ହୁଏ କିଡନି ଫେଲ୍ୟୁଅର ? ତେବେ କିଡନି ରୋଗରେ ପଡିଲେ କଣ ଦେଖା ଦେଇଥାଏ ଳକ୍ଷଣ ? ଆସନ୍ତୁ ଜାଣିବା । ତା ପୂର୍ବରୁ ପ୍ରଥମେ ଜାଣିରଖିବା ଉଚିତ୍
କିଡନିର କାମ କଣ ?
ବୃକକ ବା କିଡନି ହେଉଛି ଶରୀରର ଅବିଚ୍ଛେଦ୍ୟ ଅଙ୍ଗ ତେବେ ମଣିଷ ଶରୀରେ ଦୁଇଟି କିଡନି ରହିଥାଏ ।
ମଣିଷ ଶରୀର ପାଇଁ ଯାହା ଖାଇଥାଏ ସେଥିରୁ ଆବଶ୍ୟକୀୟ ଉପାଦାନ ଶରୀର ବ୍ୟବହାର କରିଥାଏ । ବାକି ଅଦରକାରୀ ଉପାଦାନ ଗୁଡିକୁ ମଣିଷ ଝାଳ, ଝାଡା ଓ ପରିସ୍ରା ବାଟ ଦେଇ ବାହାରିଥାଏ । ଯାହା କିଡନି ମଣିଷ ଶରୀରରେ ଏକ ଫିଲଟର କାମ କରିଥାଏ ।
ସେହିପରି କିଡନି ଖରାପ ହେବର ଅନେକ ଗୁଡିଏ କରଣ ରହିଛି । ତେବେ ସବୁଠାରୁ ବଡ କାରଣ ହେଉଛି ଡାଏବେଟିସ୍ ହେବା ।ପାଖାପାଖି ୬୦ ପ୍ରତିଶତ ଲୋକଙ୍କର ଡାଓବେଟିସ୍ ଯୋଗୁହିଁ କିଡନି ଖରାପ ହୋଇଥାଏ ଏବା ବ୍ୟତିତ ଖାଇବା ପିଇବାର ଅବହେଳା ଯୋଗୁ ଏଭଳି ପରିସ୍ଥିତି ଉପୁଜିଥାଏ । ଏହା ସହିତ ଲମ୍ବା ସମୟ ଧରି ପେନ୍ କିଲର ଖାଇବା ଯୋଗୁ ମଧ୍ୟ କିଡନି ଖରାପ ହୋଇଥାଏ । ଖାଲି ସେତିକି ନୁହେଁ ପିଇବା ପାଣିରେ ଯେଉଁ ଧାତୁ ଆସିଥାଏ ତାହା ମୁଳ କାରଣ ହେଉଛି କିଡନି ଖରାପ ହୋଇଥାଏ ।
କିଡନି ଖରାପ ହେବାର ଅନେକ ଗୁଡିଏ ଲକ୍ଷଣ ରହିଛି ଶରୀରକୁ ପ୍ରତ୍ୟକ ଦିନ ଅଧଲିଟରରୁ ୭୫୦ ମିଲିଲିଟର ଜଳର ଆବଶ୍ୟକତା ରହିଥିଏ । ସେହି ଅନୁ ଅନୁସାରେ ଶରିରକୁ ଅବଶ୍ୟକ ଅନୁସାରେ ଜଳ ରକ୍ତରେ ମିଶିଥାଏ ଆଉ ବଳକା ଜଳ ପରିଶ୍ରା ଏବଂ ଝାଳ ସାହାର୍ଯ୍ୟରେ ବାହାରି ଆସିଥାଏ । କିନ୍ତୁ କିଡନି ଜନିତ ସମସ୍ୟା ରହେ ତେବେ ଶରୀରରେ ଜଳ ଜମା ରହିବା ସହ ଶରାର ରୋଗୀ ଶୁଷ୍କ ଦେଖାଯାଏ । ଖାଲି ସେତିକି ନୁହେଁ ରୋଗୀକୁ ଭୋକ ହୋଇନଥାଏ । ଦୁର୍ବଳ ଲାଗିବା ସହିତ, ଛାତିରେ ପାଣିଜମା ହେବା, ନିଶ୍ବାସ ନେବାରେ ସମସ୍ୟା ଦେଖାଯିବା, ଶୋଇବା ବେଳେ ନିଶ୍ବାସ ନେବାରେ କଷ୍ଟ ହେବା, ଚାଲିବା ସମୟରେ ଧଇଁସଇଁ ଲାଗିବା ଏସମସ୍ତ ଲକ୍ଷଣ ହେଉଛି କିଡନି ରୋଗର କାରଣ ହୋଇଥାଏ । ତେବେ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏସବୁ ପ୍ରକାରର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।