ନ୍ୟୁଜ୍ ୩୬୫(ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କୁଇନ୍ କଙ୍ଗନା ରଣାୱତ । ବଲିଉଡର ବିଭିନ୍ନ କଳାକାରଙ୍କୁ ଟାର୍ଗେଟ କରିବାରେ ରେକର୍ଡ ଭାଙ୍ଗିଛନ୍ତି କଙ୍ଗନା । ଦିନେ ଅନ୍ୟମାନଙ୍କୁ ଟାର୍ଗେଟ କରୁଥିଲେ, ଏବେ ନିଜେ ଟ୍ରୋଲିଂର ଶିକାର ହୋଇଛନ୍ତି । ଗତ କିଛି ଦିନ ତଳେ କଙ୍ଗନାଙ୍କୁ ନେଇ ଏକ ମିଛ ଖବର ପ୍ରଚାର ହୋଇଥିଲା। ସୂଚନାଅନୁଯାୟୀ, ଆଇ ଲଭ୍ ନିଉ ଇୟରରେ ଅଭିନେତା ସନ୍ନି ଦେଓଲଙ୍କ ସହ କାମ କରି କଙ୍ଗନା ପଶ୍ଚାତାପ କରିଥିଲେ। ଯେତେବେଳେ ଫିଲ୍ମ ରିଲିଜ୍ ହୋଇଥିଲା, କଙ୍ଗନା ଅନୁଭବ କରିଥିଲେ ଯେ ଏହି ଫିଲ୍ମ ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେବ ଏବଂ ସେ ରିଲିଜକୁ ରୋକିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଯାହାକୁ ନେଇ ଟ୍ରୋଲିଂର ଶିକାର ହୋଇଥିଲେ ଅଭିନେତ୍ରୀ କଙ୍ଗନା ।
ସେପଟେ ଅଭିନେତ୍ରୀ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ସେ ସନ୍ନି ଦେଓଲଙ୍କର ଜଣେ ବଡ଼ ପ୍ରଶଂସକ ଏବଂ ଗଦର-୨ ଭଲ ବ୍ୟବସାୟ କରିବ ବୋଲି ସେ ପୂର୍ବାନୁମାନ ମଧ୍ୟ କରିଛନ୍ତି। କିଛି ଲୋକ ମୋ ନାମ ନେଇ ମିଛ ଖବର ପ୍ରଚାର କରୁଛନ୍ତି। ମୁଁ ଏହା ସ୍ପଷ୍ଟ କରିବାକୁ ଚାହେ ଯେ, ମୁଁ କଦାପି ସନ୍ନି ଦେଓଲଜୀ ବା ତାଙ୍କ ସହ କାମ କରିବା ନେଇ ଏପରି କଥା କହି ନଥିଲି। ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋ ବ୍ୟତୀତ ଅନ୍ୟ କୌଣସି ଅଭିନେତ୍ରୀ ପ୍ରତିଦିନ ଏହି ପ୍ରକାରର ନକାରାତ୍ମକତାର ସମ୍ମୁଖୀନ ନହୁଅନ୍ତୁ ।