ନ୍ୟୁଜ 365 (ବ୍ୟୁରୋ): ମଣିପୁରରେ ଭାରତ ମାତାଙ୍କୁ ହତ୍ୟା କରାଯାଇଛି ବୋଲି ସଂସଦରେ ମନ୍ତବ୍ୟ ଦେଇଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ତେବେ ଏହାର ଉତ୍ତର ରଖି ରାହୁଲଙ୍କୁ କଡ଼ା ଯବାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି । ସ୍ମୃତି ଇରାନି । କହିଛନ୍ତି, ଆପଣ ଭାରତ ନୁହନ୍ତି, କାରଣ ଭାରତ ଦୁର୍ନୀତିଗ୍ରସ୍ତ ନୁହେଁ। ଭାରତ ଯୋଗ୍ୟତାରେ ବିଶ୍ବାସ କରେ ବଂଶବାଦରେ ନୁହେଁ। ବ୍ରିଟିସର ମାନଙ୍କୁ କୁ ଯେମିତି ଭାରତ ଛାଡ଼ କୁହାଯାଇଥିଲା ଆଜି ଜନସାଧାରଣ ଆପଣଙ୍କୁ ସେକଥା ସ୍ମରଣ କରାଇ ଦେଉଛନ୍ତି। ଦୁର୍ନୀତି ଭାରତ ଛାଡ଼, ବଂଶବାଦ ଭାରତ ଛାଡ଼। ସେ କହିଛନ୍ତି ଭାରତ ମାତାର ହତ୍ୟା କଥା କହୁଥିବା କଂଗ୍ରେସ ଦଳ ଏହାକୁ ନେଇ ତାଳି ମାରୁଛନ୍ତି । କଂଗ୍ରେସ ଦେଶର ଅନେକ କ୍ଷତି କରିଛି । ଅନେକ ମା ଭଉଣୀଙ୍କ ଜୀବନ ନେଇଛି କଂଗ୍ରେସ । ଗଣତନ୍ତ୍ର ନେଇ ଛାତି ପିଟୁଥିବା କଂଗ୍ରେସର ଇତିହାସ ଦେଖିଲେ କଂଗ୍ରେସ ଯାହା କରିଛି ତାହା କ୍ଷମଣୀୟ ନୁହେଁ । ମୋଦି ସରକାରଙ୍କ ସମୟରେ ଦେଶ ବିକାଶ ରାସ୍ତାରେ ଯାଉଛି । ମା ଭଉଣୀମାନେ ସବୁ କ୍ଷେତ୍ରରେ ଉନ୍ନତି କରୁଛନ୍ତି ।
ସେହିପରି ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ କଂଗ୍ରେସ ଉପରେ ଜୋରଦାର ଆକ୍ରମଣ କରିଥିଲେ । ସେ ବିରୋଧୀ ଦଳ ଉପରେ ତୀବ୍ର ଆକ୍ରମଣ କରି କହିଥିଲେ ବିରୋଧୀ ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି ଏବଂ ନିଜକୁ ଇଣ୍ଡିଆ କହୁଛନ୍ତି। କଂଗ୍ରେସ ଦେଶକୁ ଦେବାଳିଆ କରିବା ସହ ଜନସାଧାରଣଙ୍କୁ ଗରିବ କରି ରଖିଥିଲା । ମୋଦି ସରକାର ଆସିବା ପରେ ଲୋକେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନର ଲାଭ ପାଉଛନ୍ତି ।