ନ୍ୟୁଜ 365 (ବ୍ୟୁରୋ): ନ୍ୟୁଜ୍ କ୍ଲିକ୍ କୁ ନେଇ ଏବେ ଚର୍ଚା ଜୋର ଧରିଛି । ନ୍ୟୁଜ୍ କ୍ଲିକ୍ ନାମକ ପୋର୍ଟାଲ ନିଜର ଏଜେଣ୍ଡା ଚଲାଇ ମୋଦି ସରକାରଙ୍କ ବିରୋଧରେ ଖବର ପ୍ରଚାର ପ୍ରସାର କରୁଛି । ନ୍ୟୁଜ୍ କ୍ଲିକ ପାଖକୁ ଚାଇନାରୁ ପୁଳା ପୁଳା ଟଙ୍କା ଆସିଥିବା ଅଭିଯୋଗ ହୋଇଛି । ଏନେଇ ଇଡି ମଧ୍ୟ ପୂର୍ବରୁ ସନ୍ଦେହ ପ୍ରକାଶ କରି ତଦନ୍ତ ଚଳାଇଛି । ଆଉ ଏହି ଟଙ୍କାରେ ମୋଦୀଙ୍କ ବିରୁଦ୍ଧରେ ପ୍ରଚାର ପ୍ରସାର ହେଉଥିବା ଦେଖାଯାଉଛି । ଯାହାର ଏବେ ପର୍ଦ୍ଦାଫାସ ବିଦେଶୀ ଗଣମାଧ୍ୟମରେ ହୋଇଛି ।
ଆମେରିକୀୟ ଖବରକାଗଜ ‘ଦି ନ୍ୟୁୟର୍କ ଟାଇମ୍ସ’ ରେ ପ୍ରକାଶିତ ଖବର ଅନୁସାରେ ଚାଇନା ନିଜର ପ୍ରଭାବ ପକାଇବା ପାଇଁ ଭାରତୀୟ ଗଣମାଧ୍ୟମକୁ ଅସ୍ତ୍ର କରିବାକୁ ଚାହୁଁଛି । ଏଥିପାଇଁ କିଛି ଗଣମାଧ୍ୟମରେ ନିଜର ଏଜେଣ୍ଡା ଖବର ପ୍ରଚାର ପ୍ରସାର ପାଇଁ ବିପୁଳ ଅର୍ଥ ପ୍ରଦାନ କରୁଛି । ଗଣମାଧ୍ୟମର ବିକାଶ ଚିନ୍ତା କରି ଅର୍ଥ ଦେଉଥିବା କହୁଥିବା ବେଳେ ଏହି ଅର୍ଥ ମୋଦି ବିରୋଧୀ କାର୍ଯ୍ୟରେ ଲଗାଯାଉଛି । ବାମପନ୍ଥୀ ଚିନ୍ତାଧାରାକୁ ପ୍ରଚାର ପ୍ରସାର କରିବା ସହ ମୋଦିଙ୍କ ଇମେଜ ଖରାପ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଛି । ଆମେରିକାର ବ୍ୟବସାୟୀ ନେଭିଲ୍ ରୟ ସିଂଘମଙ୍କ ସହ ଚୀନ୍ ସରକାରଙ୍କ ସମ୍ପର୍କ ରହିଛି । କୋଟି କୋଟି ଟଙ୍କା ‘ନ୍ୟୁଜ୍ କ୍ଲିକ୍’ ଚୀନ ସରକାରଙ୍କଠାରୁ ପାଇଛି । ଚାଇନାର ଏଜେଣ୍ଡା ପ୍ରଚାର ପ୍ରସାର କରିବା ପାଇଁ ଏଭଳି ଗଣମାଧ୍ୟମକୁ ବ୍ୟବହାର କରାଯାଉଛି । ଭାରତ, ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଏବଂ ଆମେରିକା ଭଳି ଦେଶରେ ଚୀନ ନିଜର ଏଜେଣ୍ଡାକୁ ପ୍ରଭାବ ପକାଇଆା ପାଇଁ ପାଣି ଭଳି ଅର୍ଥ ଖର୍ଚ କରୁଛି । ଏଥିରେ ବାମପନ୍ଥୀ ନେତାମାନେ ସହଯୋଗ କରୁଥିବା ଅଭିଯୋଗ ହେଉଛି । ତେବେ ଏହି ଅଭିଯୋଗକୁ ଇଡି ମଧ୍ୟ ସତ କହିଛି ।
ଏହି ଅଭିଯୋଗରେ ଇଡି ମଧ୍ୟ ନିଜର ତଦନ୍ତ ଚଳାଇଛି ।
() କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ‘ନ୍ୟୁଜ୍ କ୍ଲିକ୍’ ନାମକ ବାମପନ୍ଥୀ ପ୍ରଚାର ପୋର୍ଟାଲକୁ ଚାଇନାର ଅର୍ଥ ପ୍ରଦାନ ସମ୍ପର୍କରେ କଂଗ୍ରେସ ଉପରେ ବର୍ଷିଛନ୍ତି । ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସେ ପ୍ରଶ୍ନ ପଚାରିଛନ୍ତି । ଚୀନ ସହ ତାଙ୍କର କଣ ଭିତିରି ସଂପର୍କ ଅଛି ତାହା ଦେଶବାସୀଙ୍କୁ ଜଣାଇବା ସହ ଏପରି କାର୍ଯ୍ୟପାଇଁ ଦେଶବାସୀଙ୍କୁ କ୍ଷମା ମାଗିବାକୁ କହିଛନ୍ତି । । ଚୀନ୍ରୁ ପାଣ୍ଠି ନେଇ ‘ନ୍ୟୁଜ୍ କ୍ଲିକ୍’ ସହିତ କଂଗ୍ରେସ କାହିଁକି ଛିଡା ହୋଇଛି ବୋଲି ସେ ପଚାରିଛନ୍ତି। ବିଜେପି ସାଂସଦ ନିଶିକାନ୍ତ ଦୁବେ ସଂସଦରେ କହିଛନ୍ତି ଯେ ଅଭିଷର ଶର୍ମା, ରୋହିଣୀ ସିଂ ଏବଂ ସ୍ବାତୀ ଚତୁର୍ବେଦୀଙ୍କ ପରି ସାମ୍ବାଦିକମାନେ ଭାରତ ବିରୋଧରେ ବିଭ୍ରାନ୍ତିମୂଳକ ଖବର ପରିବେଷଣ କରି ଭିନ୍ନ ବାତାବରଣ ସୃଷ୍ଟି କରୁଛନ୍ତି।
ବାମପନ୍ଥୀ ଏବଂ ଅନ୍ୟ ଦଳ ମଧ୍ୟ ସେମାନଙ୍କୁ ସମର୍ଥନ କରୁଛନ୍ତି
ଅନୁରାଗ ଠାକୁର
ନିଶିକାନ୍ତ ଦୁବେ
()ଭାରତର ଅନେକ ସାମ୍ବାଦିକ ସଂସ୍ଥାକୁ ସିଧାସଳଖ ଚାଇନାରୁ ମୋଟା ଅଙ୍କର ଟଙ୍କା ଆସୁଛି । ସେମାନଙ୍କର ଗୋଟିଏ ଲକ୍ଷ୍ୟ, ମୋଦୀଙ୍କୁ ବଦନାମ୍ କରିବା ଆଉ ଲୋକଙ୍କ ମନରେ ମୋଦୀ ବିରୋଧୀ ହାୱା ସୃଷ୍ଟି କରିବା । ଆଉ ଏହାକୁ ଭାରତର ବିରୋଧୀ ଦଳ ବି ସହଯୋଗ କରୁଛନ୍ତି ।
ବାଇଟ- ଅମିତ୍ ଶାହ, ଗୃହମନ୍ତ୍ରୀ
() କେନ୍ଦ୍ରରେ ମୋଦୀ ସରକାରଙ୍କୁ ହଟାଇବା ପାଇଁ ଏକଜୁଟ ହୋଇଛନ୍ତି ବିରୋଧୀ । ଆଉ ଏମାନଙ୍କୁ ପଛରୁ ସମର୍ଥନ କରୁଛି ବିଦେଶୀ ଚାଇନା ଶକ୍ତି । ମୋଦୀ ସରକାର ସମୟରେ ଚାଇନା ଭାରତରେ ନିଜର ସ୍ବାର୍ଥକୁ ଆଗକୁ ବଢ଼ାଇପାରୁନି । ଅନେକ ଚାଇନା ଦ୍ରବ୍ୟ ଉପରେ ଭାରତ ବ୍ୟାନ୍ କରିଥିବାରୁ ଚାଇନାକୁ ବଡ଼ କ୍ଷତି ସହିବାକୁ ପଡ଼ୁଛି । ଯାହା ଫଳରେ ଚାଇନା ଭାରତୀୟ ଗଣମାଧ୍ୟମରେ କିଛି ସାମ୍ବାଦିକଙ୍କୁ ହାତ କରି କୋଟି କୋଟି ଟଙ୍କା ଖର୍ଚ କରି ନିଜ ଏଜେଣ୍ଡା ଚଳାଉଛି ।