ନୂଆଦିଲ୍ଲୀ,୯।୮ : ପନିପରିବା ଦର ଦିନକୁ ଦିନ ବଢିବାରେ ଲାଗିଛି । ଟମାଟୋ ଦର କିଲୋ ପିଛା ୨ ଶହ ଟଙ୍କାରେ ବିକ୍ରି ହେଉଛି । ପୋଟଳ, କଲରା ଭେଣ୍ଡି ଆଦି ପରିବାର ଦର ମଧ୍ୟ ୮୦ ଟଙ୍କା ପାର କରି ସାରିଛି । ବର୍ତ୍ତମାନ ଏହିି ରେସରେ ପିଆଜ ମଧ୍ୟ ସାମିଲ ହୋଇଛି । କିଲୋ ପିଛା ୩୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ୮୦ ଟଙ୍କାରେ ପହଂଚିଛି । ରାଜଧାନୀ ଦିଲ୍ଲୀର ଗାଜିପୁର ମଣ୍ଡିରେ ୮୦ ଟଙ୍କା ଦରରେ ବିକ୍ରି ହେଉଛି ପିଆଜ । ଟମାଟୋ ପରେ ପିଆଜର ଦର ବୃଦ୍ଧି ଖାଉଟିଙ୍କ ସମସ୍ୟା ବଢାଇଛି । ପିଆଜ ଦର ବୃଦ୍ଧି ଯୋଗୁ ଏବେ ଲୁହ ବୋହିବା ଆରମ୍ଭ ହୋଇଛି। ବଜାର ବିଶେଷଜ୍ଞଙ୍କ ଅନୁସାରେ ଅଗଷ୍ଟ ୧୫ ସୁଦ୍ଧା ପିଆଜ ଦାମ କିଲୋଗ୍ରମା ପିଛା ୧୦୦ ଟଙ୍କା ଅତିକ୍ରମ କରିବ।
ଏହା ବ୍ୟତୀତ କଞ୍ଚା ଲଙ୍କା, ଧନିଆ ପତ୍ର ଇତ୍ୟାଦି ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଛି। ବର୍ତ୍ତମାନ ପନିପରିବା କିଣିବା ସାଧାରଣ ଲୋକଙ୍କ ବଜେଟ ବାହାରକୁ ଚାଲି ଯାଇଛି। କୁହାଯାଉଛି ପନିପରିବା ଦାମ ଉଭୟ ଅଗଷ୍ଟ ଏବଂ ସେପ୍ଟେମ୍ବର ମାସ ଯାଏଁ ମହଙ୍ଗା ରହିବ । ଦିଲ୍ଲୀ ସମେତ ପଶ୍ଚିମ ୟୁପିର ପନିପରିବା ବଜାର ବିଶେଷଜ୍ଞଙ୍କ କହିବା ଅନୁସାରେ, ବର୍ଷାଦିନେ ପ୍ରତିବର୍ଷ ପନିପରିବା ମୂଲ୍ୟ ମହଙ୍ଗା ହୋଇଥାଏ। କିନ୍ତୁ ଏଥର ଅତ୍ୟଧିକ ମହଙ୍ଗା ହୋଇଛି। ଏହାର ପ୍ରତ୍ୟକ୍ଷ କାରଣ ହେଉଛି ବଜାରରେ ପନିପରିବା ଆସିବା ହ୍ରାସ ପାଇଛି । କାରଣ ବର୍ଷା ଋତୁରେ ପନିପରିବା ସୁରକ୍ଷିତ ରହେ ନାହିଁ । ବୁଧଅନେକ ସହରରେ ପିଆଜ ଦର ଆକାଶଛୁଆଁ ହୋଇଥିବାର ଦେଖାଯାଇଛି। ଅନ୍ୟପକ୍ଷରେ ଖୁଚୁରା ବଜାର ବିଷୟରେ କହିବାକୁ ଗଲେ ଦିଲ୍ଲୀର ଗାଜିପୁର ମଣ୍ଡିରେ ପିଆଜ କିଲୋଗ୍ରାମ ପିଛା ୮୦ଟଙ୍କାରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ଅଗଷ୍ଟ ଶେଷ ହେବା ପରେ ପିଆଜର ମୂଲ୍ୟ ଆହୁରି ବୃଦ୍ଧି ପାଇବ।