ନ୍ୟୁଜ୍ ୩୬୫(ବ୍ୟୁରୋ): ବିଜୟ ଧାରାକୁ ଫେରିଛି ଟିମ୍ ଇଣ୍ଡିଆ । ଲଗାତର ଦୁଇଟି ଟି-୨୦ ଜିତିବା ପରେ ଇଣ୍ଡିଜ୍ ବିଜୟ ଧାରାରେ ଲାଗିଛି ବ୍ରେକ । ତୃତୀୟ ଟି-୨୦କୁ ୭ ୱିକେଟରେ ଜିତିଛି ଭାରତ। ସୂର୍ୟ୍ୟକୁମାର ଯାଦବଙ୍କ ୮୭ ରନର ଧୂଆଁଧାର ଅର୍ଦ୍ଧଶତକ,ତିଳକ ବର୍ମାଙ୍କ ଅପରାଜିତ ୪୯ରନର ପାରି ସାଙ୍ଗକୁ କୁଳଦୀପଙ୍କ ୩ ୱିକେଟ ବଳରେ ଭାରତକୁ ବିଜୟ ଭେଟି ଦେଇଛି। ସୂର୍ୟ୍ୟକୁମାର ଯାଦବ ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଛନ୍ତି। ଏହି ମ୍ୟାଚରେ ୩୬୦ ସୂର୍ୟ୍ୟଙ୍କ ଚମକ ଦେଖିବାକୁ ମିଳିଥିଲା। ୫ ଟିକିଆ ଏହି ମ୍ୟାଚରେ ଘରୋଇ ଓ୍ୱେଷ୍ଟ ଇଣ୍ଡିଜ୍ ଦଳ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ନେଇଥିବା ବେଳେ ତୃତୀୟ ମ୍ୟାଚକୁ କବଜା କରିଛି ଟିମ୍ ଇଣ୍ଡିଆ। ଘରୋଇ ମାଟିରେ ଖେଳା ଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ୱେଷ୍ଟ୍ ଇଣ୍ଡିଜ୍। ୨୦ଓଭରରେ ଇଣ୍ଡିଜ୍ ୧୫୯ରନ କରିଥିଲା, ଓପନର୍ ବ୍ରାଣ୍ଡନ୍ କିଙ୍ଗ୍ ସର୍ବାଧିକ ୪୨ରନ କରିଥିଲେ। ଭାରତ ୧୭.୫ ଓଭରରେ ୧୩ବଲ ପୂର୍ବରୁ ବିଜୟ ହାସଲ କରିଛି। ଇଣ୍ଡିଆ ପକ୍ଷରୁ ଟି-ଟ୍ୱେଣ୍ଟିରେ ପଦାର୍ପଣ କରିଥିଲେ ଯଶସ୍ୱୀ ଜୈସ୍ୱାଲ ।