ନ୍ୟୁଜ୍ 365(ବ୍ୟୁରୋ): ଦିନକୁ ଦିନ ନାନା ରୋଗ ସବୁ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲୋକମାନଙ୍କର ଟେନସନ ବୃଦ୍ଧି ପାଉଛି । ତେବେ ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନସର ମହିଳାଙ୍କଠାରେ ସାଧାରଣ ଅଟେ । ମହିଳାଙ୍କ କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ପ୍ରକାର କର୍କଟ ମଧ୍ୟରୁ ସ୍ତନ କର୍କଟ ହେଉଛି ଏକ ଜଟିଳ ସମସ୍ୟା । ସାରା ବିଶ୍ୱରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଅନେକ ମହିଳା ଏହି ରୋଗ ବିଷୟରେ ପ୍ରଥମରୁ ଜାଣିପାରିନଥାନ୍ତି । ଯେଉଁଥିପାଇଁ ଚିକିତ୍ସାରେ ବିଳମ୍ବ ହୋଇଯାଇଥାଏ ଏବଂ ନାନ ଅସିବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ମାତ୍ର ଏହାକୁ ସିଠିକ୍ ସମୟରେ ଚିହ୍ନଟ କରି ଚିକିତ୍ସା କରାଗଲେ ଜୀବନ ବଞ୍ଚିଯାଏ ।
ବିଶେଷଜ୍ଞଙ୍କ କହିବା ମୁତାବକ ଦେଶର ପ୍ରାୟ ୧୮ରୁ ୩୨ ପ୍ରତିଶତ ମହିଳା ସ୍ତନ କର୍କଟରେ ଆକ୍ରାନ୍ତ ହୋଇଥାନ୍ତି । ତେବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କିମାରେ ଏହି ସ୍ତନ କର୍କଟ କଣ, କାହିଁକି ହୋଇଥାଏ ଆଉ ଏହି ରୋଗକୁ ଆମେ କିଭଳି ଭାବେ ଚିହ୍ନଟ କରିବା, ଘରେ ଏହାକୁ ଚିହ୍ନଟ କରିହେବକି ଆଦି।
ସ୍ତନ କର୍କଟ ବା ବ୍ରେଷ୍ଟ କ୍ୟାନ୍ସର ସେତେବେଳେ ଆରମ୍ଭ ହୁଏ ଯେତେବେଳେ କୋଷିକାଗୁଡ଼ିକ ନିୟନ୍ତ୍ରଣ ବାହାରେ ହୋଇଯାନ୍ତି । ଅଧିକାଂଶ କ୍ଷେତ୍ରରେ ବ୍ରେଷ୍ଟ କ୍ୟାନ୍ସର କୋଷିକାରେ ଟ୍ୟୁମର ତିଆରି କରେ, ଯାହା ଏକ ଗାଢ଼ା ଟିସ୍ୟୁ ଭାବରେ ଅନୁଭବ କରିହୁଏ । ସ୍ତନରେ ଗୋଟି ପରି ଅନୁହୋଇଥାଏ ଏହା ବିଶେଷ କରି ମହିଳାମାନଙ୍କ କ୍ଷେତ୍ରରେ ଦେଖାଦେଇଥାଏ । ଯଦି ସ୍ତନରେ କୌଣସି ପ୍ରକାରର ବଥ କିମ୍ବା ଯନ୍ତ୍ରଣା ଅନୁଭବ କରୁଥିଲେ, ଏହାକୁ ସାଧାରଣ ଭାବେ ନେବା ଉଚିତ ନୁହେଁ । ସ୍ତନ ଆକାରରେ କୌଣସି ପାର୍ଥକ୍ୟ ଅଛି କି ନାହିଁ ଯାଞ୍ଚ କରନ୍ତୁ । ଯଦି ପରିବର୍ତ୍ତନ ଦେଖାଯାଉଛି କି ଯନ୍ତ୍ରଣା ହେଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଯଦି ସ୍ତନରେ ବଥ ରହିଛି ତେବେ ସଙ୍ଗସଙ୍ଗେ ଏହାର ପରୀକ୍ଷା କରାଇନେବା ଉଚିତ । ଯଦି ନିପଲର ରଙ୍ଗରେ ପରିବର୍ତ୍ତନ କିମ୍ବା କୌଣସି ଦାଗ ଦେଖାଯାଉଛି ତାହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାଇବା ଉଚିତ । ଅନ୍ୟପଟେ ଯଦି ଏଥିରୁ ଧଳା ପାଣି ଭଳି କିଛି ବାହାରୁଛି ତେବେ ଏହା କ୍ୟାନ୍ସରର କାରଣ ହୋଇପାରେ । ସ୍ତନ କର୍କଟ କହିଲେ ପ୍ରାୟତଃ ସମସ୍ତେ ସ୍ତନକୁ ଦେଖିଥାଆନ୍ତି । କିନ୍ତୁ କାଖ ମଧ୍ୟ ଏଥିପାଇଁ ଦାୟୀ ହୋଇପାରେ । ବେଳେବେଳେ କାଖରେ କୌଣସି ବଥ ହୋଇଛି କି ନାହିଁ ତାହା ମଧ୍ୟ ଯାଞ୍ଚ କରିବା ଆବଶ୍ୟକ ।
କାଖରେ ବଥ ମଧ୍ୟ କ୍ୟାନ୍ସରର କାରଣ ହୋଇପାରେ । ଯଦି ସ୍ତନକୁ ଆତ୍ମ-ପରୀକ୍ଷା କରିବାକୁ ଚାହୁଁଛନ୍ତୁ, ତେବେ ଋତୁସ୍ରାବ ହେବାର 3-5 ଦିନ ପରେ ଯାଞ୍ଚ କରିବା ଆବଶ୍ୟକ । ଏହା ପଛର କାରଣ ହେଉଛି 5 ଦିନର ଅବଧି ପରେ ସ୍ତନରେ ଫୁଲା କମିଯାଏ । ଏହି ସମୟରେ ସ୍ତନରେ ଯଦି କୌଣସି ପ୍ରକାର ସମସ୍ୟା ରହିଛି ତାହେଲେ ଚିହ୍ନଟ କରିପାରିବେ ।
କିନ୍ତୁ କୌଣସି ଦୁର୍ଲଭ ମାମଲାରେ ଏହା ପୁରୁଷଙ୍କ ମଧ୍ୟରେ ଦେଖାଯାଏ । ତେବେ ମହିଳାମାନଙ୍କୁ ବ୍ରେଷ୍ଟ କ୍ୟାନ୍ସର ବ୍ୟତୀତ ସର୍ଭାଇକଲ , ଓଭେରିୟନ ଓ ଗର୍ଭାଶୟ ସହିତ ଜଡିତ କ୍ୟାନ୍ସର ମଧ୍ୟ ହୋଇଥାଏ । ମହିଳାମାନଙ୍କ ମଧ୍ୟରେ ୭୦ ପ୍ରତିଶତ ଏହିପରି କ୍ୟାନ୍ସର ଦେଖୁବାକୁ ମିଳେ । ଅଧିକାଂଶ ମହିଳାଙ୍କୁ ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ । ବିଶେଷ କରି ୪୫ – ୫୦ ବର୍ଷର ମହିଳାମାନଙ୍କ ମଧ୍ୟରେ ବ୍ରେଷ୍ଟ ଓ ଓଭାରିଆନ କ୍ୟାନ୍ସର ଦେଖିବାକୁ ମିଳେ ।
ତେବେ କାହିଁକି ହୋଇଥାଏ ସ୍ତନ କର୍କଟ:
ତେବେ କର୍କଟ ବଂଶାନୁଗତ ବି ହୋଇପାରେ । ଗବେଷକଙ୍କ କହିବା ଅନୁସାରେ ବିଆରସିଏ – ୧ ଓ ବିଆରସିଏ – ୨ ନାମକ ଜିନ୍ ଯୋଗୁ। ମହିଳାମାନଙ୍କ ମଧ୍ୟରେ ଏହି କ୍ୟାନ୍ସରର ଆଶଙ୍କା ୪ – ୮ଗୁଣ ଅଧୁକ ବୃଦ୍ଧି ପାଏ ।ବଂଶାନୁଗତ କାରଣରୁ ୧୦ ପ୍ରତିଶତ ମହିଳାମାନଙ୍କର ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ ।
ଚର୍ବିଯୁକ୍ତ ଖାଦ୍ୟପେୟ , ମୋଟାପଣ , ବିଳମ୍ବରେ ବିବାହ , କମ୍ ପିଲା କରିବା , ଭୁଲ ପ୍ରକ୍ରିୟାରେ ସ୍ତନ୍ୟପାନ କରାଇବା ଯୋଗୁଁ ବି ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ । ମୁଖ୍ୟତ ସହରୀକରଣକୁ ବ୍ରେଷ୍ଟ କ୍ୟାନ୍ସରର ବଡ କାରଣ ବୋଲି ମଧ୍ୟ କୁହାଯାଇପାରେ।
ମହିଳାମାନଙ୍କ ମଧ୍ୟରେ ସବୁଠାରୁ ସହଜରେ ଜଣାପଡୁଥିବା କ୍ୟାନ୍ସର ହେଉଛି ସର୍ଭାଇକଲ। ଗର୍ଭାଶୟର ମୁଖ୍ୟ ଦ୍ବାରକୁ ସର୍ଭିକ୍ସ କୁହାଯାଏ । ସର୍ଭିକ୍ସରେ ସେକ୍ଟର ଅନିୟମିତ ବୃଦ୍ଧିକୁ ସର୍ଭାଇକଲ କ୍ୟାନ୍ସର ମଧ୍ୟ କୁହାଯାଏ । ଏହାର ପ୍ରମୁଖ କାରଣ ହ୍ୟୁମ୍ୟାନ ପପିଲୋମା ଭାଇରସ୍ (ଏପିଭି) କୁହାଯାଏ । ଆମ ଦେଶରେ ୨୩ ପ୍ରତିଶତ ମହିଳା ଏହି କ୍ୟାନ୍ସର ଦ୍ଵାରା ଆକ୍ରାନ୍ତ ହୋଇଥାନ୍ତି । ସେଥିପାଇଁ ୧୧ – ୧୩ ବର୍ଷର ଝିଅମାନଙ୍କୁ ଏପିଭିର ଟିକା ଲଗାଯାଏ ।
ତେବେ ସ୍ତନ କର୍କଟ ହୋଇଛି ବୋଲି କିପରି ଜାଣିବେ ?
ସ୍ତନ କର୍କଟର ପ୍ରାରମ୍ଭିକ ସ୍ତରରସ୍ଥିତିକୁ ଡିପ୍ଲେସିଆ କୁହାଯାଏ । ଏଥିରେ ସହଜରେ ଚିକିତ୍ସା କରାଯାଇ ପାରିବ । ଏହି ସମସ୍ୟାକୁ ଅଣଦେଖା କରିଲେ ଏହା କ୍ୟାନ୍ସରରେ ପରିବର୍ତ୍ତିତ ହୋଇଯାଏ । ଏହାକୁ କାନୋମା ମଧ୍ୟ କୁହାଯାଏ । ପ୍ରାରମ୍ଭିକ ସ୍ତରରେ ଏହାର ଚିହ୍ନଟ ନହୋଇ ପାରିଲେ ମଧ୍ୟ କିଛି ଶାରୀରିକ ଗତିବିଧ ବାରି ହୋଇଯାଏ । ଶାରୀରିକ ସମ୍ବନ୍ଧ ପରେ ବ୍ଲିଡିଙ୍ଗ ହେବା ବା ଯନ୍ତ୍ରଣା ହେବା ଏହାର ମୁଖ୍ୟ ଲକ୍ଷଣ । ଏହା ବ୍ୟତୀତ ମାସିକ ୠତୁସ୍ରାବ ବନ୍ଦ ହେବା ପରେ ବି ବ୍ଲିଡିଙ୍ଗ ହେବା ମଧ୍ୟ ଏହାର ମୁଖ୍ୟ ଲକ୍ଷଣ ଅଟେ । ଯଦି କୌଣସି ମହିଳାଙ୍କ କ୍ଷେତ୍ରରେ ଏହିଭଳି କୌଣସିବି ଲକ୍ଷଣ ଦେଖାଯାଉଥାଏ ତେବେ ବିଳମ୍ବ ନକରି ତୁରନ୍ତ ତାକ୍ତର ପରାମର୍ଶ ନିଅନ୍ତୁ ।