ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅଡ଼ୁଆ ବଢ଼ି ବଢ଼ି ଚାଲିଛି । ଇମ୍ରାନ ୫ ବର୍ଷ ଯାଏଁ ଲଢ଼ିପାରିବେନି । ଏନେଇ ଘୋଷଣା କରିଛି ପାକିସ୍ତାନ ନିର୍ବାଚନ କମିଶନ । ତୋଷଖାନା ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଇମ୍ରାନ । ଏହାପରେ ୫ ବର୍ଷ ନିର୍ବାଚନ ଲଢ଼ି ପାରିବେନି ଏହି ନିର୍ଦ୍ଦେଶ ତାଙ୍କ ପାଇଁ ବଡ଼ ଝଟକା ହୋଇଛି । ଖୁବଶୀଘ୍ର ପାକିସ୍ତନରେ ଶେହବାଜ ସରିଫ ସରକାରର କାର୍ୟ୍ୟକାଳ ସରୁଛି । ଏହାପରେ ଦେଶରେ ନିର୍ବାଚନ ହେବାର ସମ୍ଭାବନା ରହିଛି ।