ନ୍ୟୁଜ୍ 365(ବ୍ୟୁରୋ): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଏଡିଜେ କୋର୍ଟରେ ହାଜର ହେଲା ଅଭିଯୁକ୍ତ ଗୋପାଳ ଦାସ । ଚୌଦ୍ୱାର ଜେଲରୁ ଗୋପାଳକୁ କଡା ସୁରକ୍ଷା ବଳୟରେ ଝାରସୁଗୁଡା କୋର୍ଟକୁ ଅଣାଯାଇଥିଲା । ଏଠାରେ ଏଡିଜେ କୋର୍ଟରେ ଗୋପାଳ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ ହେବାର ଥିଲା। ମାତ୍ର ପ୍ରତିପକ୍ଷ ଡିସ୍ଚାର୍ଜ ପିଟିସନ ଦାଖଲ କରିଥିଲେ କିଛି ସମୟ ପରେ ଉକ୍ତ ପିଟିସନର ଶୁଣାଣି ଆରମ୍ଭ ହେବ । ସେପଟେ, ଗୋପାଳକୁ ପୁଣି ଥରେ ଚୌଦ୍ୱାରକୁ ନିଆଯାଇଛି ।
ଗୋପାଳ ଦାସ ନିଜ ପାଇଁ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ମହେଶ ଜେନାଙ୍କୁ ନିଯୁକ୍ତ କରିଛନ୍ତି । ଗତ ୨୬ ତାରିଖରେ ହାଜିରା ସମୟରେ ଗୋପାଳ ନିଜ ପାଇଁ ଆଇନଜୀବୀ ଠିକ କରିନଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲ ନରେଶ ନାୟକଙ୍କୁ ନିଯୁକ୍ତ କରାଯାଇଥିଲା ।