ନ୍ୟୁଜ 365 (ବ୍ୟୁରୋ): ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଟାର୍ଗେଟ କରି ମୋଦି କହିଛନ୍ତି, ଅନାସ୍ଥା ପ୍ରସ୍ତାବ ବିରୋଧୀ ଦଳର ନିଜସ୍ବ ଏକତା ଓ ବିଶ୍ବାସର ଏକ ପରୀକ୍ଷା । ବିରୋଧୀ ଦଳରେ କେଉଁମାନେ ଏକାଠି ଏବଂ କେଉଁମାନେ ଏକାଠି ନାହାନ୍ତି ତାହା ଏହି ଅନାସ୍ଥା ପ୍ରସ୍ତାବ ସ୍ପଷ୍ଟ କରିଦେବ । ସେହିପରି ବିରୋଧୀଙ୍କ ତୁଷ୍ଟୀକରଣ ରାଜନୀତିକୁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ବିରୋଧୀ ଇଣ୍ଡିଆ ମେଣ୍ଟ ୨୦୨୪ ନିର୍ବାଚନ ପୂର୍ବରୁ ଏକ ସେମି ଫାଇନାଲ୍ ଚାହୁଥିଲେ ଏବଂ ଏହାର ଫଳ ଏବେ ସମସ୍ତେ ଦେଖୁଛନ୍ତି। ବିରୋଧୀଙ୍କ ପ୍ରବଳ ବିରୋଧ ସତ୍ତ୍ବେ ଦିଲ୍ଲୀ ସର୍ଭିସ ସଂଶୋଧନ ବିଲ୍ ଗତକାଲି ଲୋକସଭାରେ ଗୃହୀତ ହେବାକୁ ଇଙ୍ଗିତ କରି ମୋଦୀ ଏହି ଟିପ୍ପଣୀ ଦେଇଛନ୍ତି।