ନ୍ୟୁଜ୍ 365(ବ୍ୟୁରୋ): ଅପେକ୍ଷାର ଘଟିଲା ଅନ୍ତ, ଆଜିଠାରୁ ମହାପ୍ରଭୁଙ୍କର ହେବ ବନକଲାଗି ନୀତି । ଦୀର୍ଘ ଦେଢମାସର ବେବଧାନ ପରେ ତୁଟିଲା ଅଡୁଆ । ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ମଧ୍ୟରେ ହୋଇଥିବା ବିବାଦର ଘଟିଲା ଅନ୍ତ । ଏଥର ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କର ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ କରାଯାଇଥିବା ନୀତି ନିର୍ଘଣ୍ଟ ଅନୁଯାୟୀ
ମହାପ୍ରଭୁଙ୍କ ଦ୍ବିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ତେବେ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେପଟେ ଦତ୍ତମହାପାତ୍ର ନିଯୋଗର କହିବାକଥା ସବୁ ବାଦବିବାଦକୁ ପଛରେ ଛାଡ଼ି ମହାପ୍ରଭୁଙ୍କ ସେବା ନୀତି ହେଉଛି ସେବାୟତଙ୍କର ପ୍ରମୁଖ କାର୍ଯ୍ୟ । ସ୍ଵତ୍ତ୍ଵଲିପି ଅନୁଯାୟୀ ଉଭୟ ବୁଧବାର ଏବଂ ଗୁରୁବାର ବନକଲାଗି ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବା ପରେ ସବୁ ବିବାଦର ଅନ୍ତ ଘଟିଛି । ଏଣୁ କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେପଟେ ମହାପ୍ରଭୁଙ୍କ ବନକଲାଗି ନୀତି ନିର୍ଦ୍ଧାରିତ ସମୟରେହିଁ କରାଯିବା ନେଇ କହିଛନ୍ତି ଦତ୍ତ ମହାପାତ୍ର ସେବାୟତ ।
ରଥଯାତ୍ରା ସମୟରେ ହେରାପଞ୍ଚମୀ ପୂର୍ବ ଦିନ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଶେଷଥର ପାଇଁ ବନକଲାଗି ନୀତି ହୋଇଥିଲା ।ତା ପରଠାରୁ ଉଭୟ ପ୍ରଶାସନ ଓ ଦତ୍ତ ମହାପାତ୍ର ନିଯୋଗ ଭିତରେ ନିଳାଦ୍ରୀ ବିଜେ ପରେ ଶ୍ରୀମନ୍ଦିର ସ୍ଵତ୍ଵଲିପିକୁ ନେଇ ବିବାଦ ଉପୁଜିଥିଲା । ଯାହା ଫଳରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଉ ଅନୁଷ୍ଠିତ ହୋଇପାରିନଥିଲା ।
ଶ୍ରୀମନ୍ଦିର ସ୍ଵତ୍ଵଲିପି ଅନୁଯାୟୀ ବୁଧବାର ଅବା ଗୁରୁବାର ବନକଲାଗି ନୀତି ହେବା ନେଇ ଉଲ୍ଲେଖ ଥିବାରୁ ଗୁରୁବାର ଦିନ ମଧ୍ୟ ବନକଲାଗି ନୀତି କରିବା ନେଇ ଅଡ଼ି ବସିଥିଲା ଦତ୍ତମହାପାତ୍ର ନିଯୋଗ । ସେପଟେ ୨୦୧୮ରେ ଶ୍ରୀମନ୍ଦିର ପରିଚାଳନା କମିଟିର ନିଷ୍ପତ୍ତି ଅନୁଯାୟୀ ପରଦିନ ଗୁରୁବାର ଏହି ନୀତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେବା ପରେ ଏହି ବିବାଦର ଅନ୍ତ ଘଟିଥିଲା । । ମହାପ୍ରଭୁଙ୍କ ନିଳାଦ୍ରୀ ବିଜେ ପରେ ଅର୍ଥାତ୍ ଦୀର୍ଘ ଦେଢ଼ ମାସ ବିତିବାକୁ ବସିଥିବାବେଳେ ମହାପ୍ରଭୁଙ୍କ ବନକଲାଗି ନୀତି ହୋଇପାରିନାହିଁ । ଯାହା ଭକ୍ତଙ୍କ ହୃଦୟକୁ ଗଭୀର ଆଘାତ ଲାଗିଛି । ତେବେ ଭକ୍ତଙ୍କ ଉଦବେଗ ଏବଂ ଆବେଗକୁ ବୁଝି ଉଭୟ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ନିଜ ଜିଦରୁ ଓହରି ମହାପ୍ରଭୁଙ୍କ ବନକଲାଗି ନୀତି ଆରମ୍ଭ କରାଇବା ସନ୍ତୋସ ଜନକ ନୁହେଁ ବରଂ ଏଭଳି ପରିସ୍ଥିତି ଭବିଶ୍ବତରେ ନଉପୁଜୁ ବାଲି ବୁଦ୍ଧିଜିବୀ ମତପ୍ରକାଶ କରିଛନ୍ତି ।