ନ୍ୟୁଜ 365 (ବ୍ୟୁରୋ): ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପମ୍ ଠାରେ ଭାରତର ଜି-୨୦ ଅଧ୍ୟକ୍ଷତା ସମ୍ପର୍କିତ ସମନ୍ୱୟ ସମିତିର ସପ୍ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ ମିଶ୍ରଙ୍କ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ଶିଖର ସମ୍ମିଳନୀର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗରେ ଆଲୋଚନା ହୋଇଛି । ଲଜିଷ୍ଟିକ୍ ଏବଂ ସୁରକ୍ଷା ଦିଗ ସହିତ ଜଡ଼ିତ ଅତୀତର ନିଷ୍ପତ୍ତିଗୁଡ଼ିକର କାର୍ଯ୍ୟକାରିତାକୁ ମଧ୍ୟ ପ୍ରମୁଖ ସଚିବ ସମୀକ୍ଷା କରିଛନନ୍ତି । ଆସନ୍ତା ମାସ ଜି-୨୦ ନେତାଙ୍କ ସମ୍ମିଳନୀ ଆୟୋଜନ ପାଇଁ ହୋଇଥିବା ସକାରାତ୍ମକ ଅଗ୍ରଗତିକୁ ପ୍ରଧାନମନ୍ତ୍ରୀ ପ୍ରମୁଖ ସଚିବ ପ୍ରଶଂସା କରିବା ସହିତ ଆସନ୍ତା କିଛି ଦିନ ମଧ୍ୟରେ ବାକି ରହିଥିବା ସମସ୍ତ ବ୍ୟବସ୍ଥା ଶେଷ କରିବାକୁ ସମସ୍ତ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଦିଲ୍ଲୀର ଉପରାଜ୍ୟପାଳ, କ୍ୟାବିନେଟ୍ ସଚିବ ଏବଂ ସମ୍ପୃକ୍ତ ମନ୍ତ୍ରଣାଳୟ/ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ବର୍ତ୍ତମାନ ସୁଦ୍ଧା ଦେଶର ପ୍ରାୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ୧୮୫ଟି ଜି-୨୦ ବୈଠକ ଶେଷ ହୋଇଛି ।