Monday, May 12, 2025
No Result
View All Result
Odisha 365

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
Odisha 365
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
    • ବିଶେଷ ଅଦ୍ୟତନଗୁଡିକ |
    • ରାଶିଫଳ
    • ଚିତ୍ତବିନୋଦନ |
    • ବ୍ୟବସାୟ
    • ଆଇନଗତ |
    • ଇତିହାସ
    • ଭାଇରାଲ୍ ଭିଡିଓଗୁଡିକ |
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
No Result
View All Result
Odisha 365
No Result
View All Result

Latest News

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
  • ଜୀବନଶ yle ଳୀ
Home ଆଧ୍ୟାତ୍ମିକ

କିଏ ନେଇଗଲା ମୋତି, ମାଣିକ୍ୟ ?

param by param
Aug 9, 2023, 04:25 pm GMT+0530
FacebookTwitterWhatsAppTelegram

ନ୍ୟୁଜ୍ 365(ବ୍ୟୁରୋ): ରତ୍ନଭଣ୍ଡାରରେ ସୁରକ୍ଷିତ ଅଛି ମହାପ୍ରଭୁଙ୍କ ସମସ୍ତ ରତ୍ନଅଳଙ୍କାର । ଏବେ ଅଳଙ୍କାର ଗଣତି କରିବା ଦରକାର ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ହାଇକୋର୍ଟରେ ଏଭଳି ସତ୍ୟପାଠ ଦାଖଲ ହୋଇଛି। ତୁରନ୍ତ ରତ୍ନଭଣ୍ଡାର ଖୋଲି ଅଳଙ୍କାର ଯାଞ୍ଚ ପାଇଁ ଦାଏର ଜନସ୍ୱାର୍ଥ ମାମଲାରେ ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଏଭଳି ସତ୍ୟପାଠ ଦାଖଲ ହୋଇଛି । ତେବେ ଏଭଳି ସତ୍ୟପାଠ ଦାଖଲ ଏବେ ସମସ୍ତଙ୍କୁ ଚକିତ କରିଛି । କାରଣ ଏଥିରୁ ଏକପ୍ରକାର ଜଣାପଡ଼ିଯାଉଛି ଯେ, ଶ୍ରୀମନ୍ଦିର ପ୍ରଶାସନ ଏବଂ ରାଜ୍ୟ ସରକାର ରତ୍ନଭଣ୍ଡାର ଖୋଲିବାକୁ ଚାହୁଁନାହାନ୍ତି । ରତ୍ନଭଣ୍ଡାରକୁ ତିନିଗୋଟି କାଟାଗୋରୀଯୁକ୍ତ କକ୍ଷ ଭାବେ ବର୍ଣ୍ଣନା କରି ଭିତର, ବାହାର ଓ ଚଳନ୍ତି ଭଣ୍ଡାର ଗୃହରେ ମହାପ୍ରଭୁଙ୍କର ସମସ୍ତ ଅଳଙ୍କାର ରଖାଯାଇଥିବା ସତ୍ୟପାଠରେ ଦର୍ଶାଯାଇଛି। ଯାହାମଧ୍ୟରେ ୧୪୯ କେଜି ୪୬୦ ଗ୍ରାମ ସୁନା ଅଳଙ୍କାର ଓ ୧୮୩ କେଜି ରୂପା ଅଳଙ୍କାର ଥିବା କୁହାଯାଇଛି।

ତେବେ ପ୍ରଶ୍ନ ଉଠୁଛି, କେଉଁ ତଥ୍ୟ ଆଧାରରେ ଏସବୁ ଅଳଙ୍କାର ଗୁଡ଼ିକର ଓଜନ ଓ ପରିମାଣ ଦର୍ଶାଯାଇଛି । ସେ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କିଛି ବି ସ୍ପଷ୍ଟ ତଥ୍ୟ ଦିଆଯାଇନାହିଁ । ଯଦି ଦୀର୍ଘଦିନ ହେବ ରତ୍ନଭଣ୍ଡାର ଖୋଲାଯାଇନାହିଁ, ତେଣୁ ଅଳଙ୍କାରର ଓଜନ କିପରି ଜଣାପଡ଼ିଲା। ସବୁଠାରୁ ବଡ଼ କଥା ହେଉଛି ରତ୍ନଭଣ୍ଡାରରେ ହୀରା, ନୀଳା, ମୋତି କିମ୍ବା ମାଣିକ୍ୟ ଭଳି ବହୁ ମୂଲ୍ୟବାନ ଅଳଙ୍କାର ଥିବା ନେଇ କୌଣସି ସୂଚନା ବି ଦିଆଯାଇନାହିଁ । ଦୀର୍ଘ ୪୫ବର୍ଷ ତଳେ ଶେଷଥର ପାଇଁ ରତ୍ନଭଣ୍ଡାର ଖୋଲାଯାଇଥିଲା । ବର୍ତ୍ତମାନ ରତ୍ନଭଣ୍ଡାରର ବାସ୍ତବ ସ୍ଥିତି କଣ ଓ କେବେ ରତ୍ନଭଣ୍ଡାର ଖୋଲାଯିବ ସେ କଥା ମଧ୍ୟ ସ୍ପଷ୍ଟ ଭାବେ କୋର୍ଟଙ୍କୁ ଜଣାଯାଇନାହିଁ । ଫଳରେ ଅନେକଗୁଡ଼ିଏ କଥା ଅନ୍ଧାରରେ ରହିଯାଇଛି ।

ଜଗନ୍ନାଥପ୍ରେମୀ, ସେବାୟତ ଏବଂ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର ଦାବି କରି ଆସୁଛନ୍ତି। ୨୦୧୮ ମସିହାରେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ପାରିତ ହୋଇଥିଲା। ଏହାସହ ଅନୁଧ୍ୟାନ ପାଇଁ ସ୍ପେସାଲ୍ କମିଟି ସଜବାଜ ମଧ୍ୟ ହୋଇଥିଲା, କିନ୍ତୁ ଭିତର ଭଣ୍ଡାର ଚାବି ନଥିବାରୁ ବାହାର ଭଣ୍ଡାରରୁ ସ୍ଥିତି ଅନୁଧ୍ୟାନ କରି ଫେରି ଆସିଥିଲା । ଯାହାକୁ ନେଇ ସେହି ସମୟରେ ବିବାଦ ସୃଷ୍ଟି ହୋଇଥିଲା । ଏହାପରେ ୨୦୨୨ ମସିହା ଅଗଷ୍ଟ ୮ ତାରିଖରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷଙ୍କୁ ଯଥାଶୀଘ୍ର ଦୁର୍ବଳ ରତ୍ନଭଣ୍ଡାର ମରାମତି ପାଇଁ ଚିଠି ଲେଖାଯାଇଥିଲା । କିନ୍ତୁ ୧୯୭୮ ମସିହା ପରଠାରୁ ଖୋଲିନଥିବା ରତ୍ନଭଣ୍ଡାରକୁ ଦୀର୍ଘ ୪୫ବର୍ଷ ପରେ ବି ଖୋଲିବାକୁ ସରକାର ଆଗ୍ରହ ଦେଖାଉନାହାନ୍ତି । ଶ୍ରୀମନ୍ଦିର ପରିଚାଳନା କମିଟି ନିୟମ ଅନୁସାରେ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ସାମଗ୍ରୀ ଗଣତି ହେବା ନେଇ ନିୟମ ରହିଛି । ମାତ୍ର ସେ ନିୟମକୁ ମଧ୍ୟ ଅନୁପାଳନ କରାଯାଇନାହିଁ ।

୨୦୧୮ ଏପ୍ରିଲ ୨୬ ତାରିଖରେ ରତ୍ନଭଣ୍ଡାର ସମ୍ପର୍କରେ ଆଇନମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଥିଲେ । ସେ ଉତ୍ତରରେ ଉଲ୍ଲେଖ କରିଥିଲେ ଯେ, ପୁରୀ ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମେ ୧୩ରୁ ୨୩ ମଧ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ଏକ ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରାଯାଇଥିଲା । ସେ ସମୟରେ ରତ୍ନଭଣ୍ଡାରରେ ୧୨ ହଜାର ୮୩୧ ଭରି ୧ ଅଣା ଓଜନର ମୂଲ୍ୟବାନ ପଥର ସହିତ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ଏବଂ ୨୨ ହଜାର ୧୫୩ ଭରି ମୂଲ୍ୟବାନ ପଥର ସହିତ, ରୁପା ବାସନ, ପୂଜା ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ରହିଥିଲା । ଏହା ବ୍ୟତିରେକ ୧୪ଟି ସୁନା ଓ ରୁପା ଜିନିଷ ଏଥିରେ ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବା ଯୋଗୁ ଉପରୋକ୍ତ ପରିମାଣର ସୁନା ଓ ରୁପାରେ ଅନ୍ତର୍ଭୁକ୍ତ ନୁହେଁ ବୋଲି ସରକାର ବିଧାନସଭାରେ କହିଥିଲେ। ଏହାଛଡା ଏହି ତାଲିକା ପ୍ରସ୍ତୁତ କରାଯିବା ବେଳେ ମୂଲ୍ୟାୟନ କରାଯାଇଥିବାର ରେକର୍ଡ ଉପଲବ୍ଧ ନଥିବାରୁ ଏବେ ଏହାର ପରିମାଣ କେତେ ତାହା ଆକଳନ ହେଲେ ଜଣାପଡିବ ବୋଲି ମଧ୍ୟ ଉତ୍ତରରେ ଆଇନମନ୍ତ୍ରୀ ସେତେବେଳେ କହିଥିଲେ ।

ଏକଭରି ଅର୍ଥାତ ୧୧.୬୬ଗ୍ରାମ ହିସାବରେ ଉପରୋକ୍ତ ପଥର ସହ ସୁନା ସାମଗ୍ରୀ ପାଖାପାଖି ଦେଢ କୁଇଣ୍ଟାଲ ଓଜନର ହୋଇଥିବା ବେଳେ ପଥର ସହିତ ରୁପା ସାମଗ୍ରୀର ଓଜନ ପ୍ରାୟ ୨୫୮ କେଜି ହେବା କଥା । ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରେ ଭିତର ଓ ବାହାର ରତ୍ନଭଣ୍ଡାର କଥା ଉଲ୍ଲେଖ କରାଯାଇଥିବା ବେଳେ ଚଳନ୍ତି ରତ୍ନଭଣ୍ଡାର ସମ୍ପର୍କରେ କିନ୍ତୁ କିଛି ଉଲ୍ଲେଖ ନାହିଁ । ତେଣୁ ସେତେବେଳେ ଓଜନ କରାଯାଇଥିବା ଏହି ସାମଗ୍ରୀ ସହିତ ଚଳନ୍ତି ରତ୍ନଭଣ୍ଡାରର ସାମଗ୍ରୀକୁ ମିଶାଯିବା ସଙ୍ଗେ ସଙ୍ଗେ ଯେଉଁ ୧୪ଟି ସୁନା ଓ ରୁପାର ସାମଗ୍ରୀ ବିଭିନ୍ନ କାରଣରୁ ୧୯୭୮ ମସିହାରେ ଓଜନ ହୋଇ ନଥିଲା ତାହା ବି ଯୋଗ କରାଯିବା କଥା।

୧୯୭୮ ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୫ବର୍ଷ ଧରି ଭିତର ରତ୍ନଭଣ୍ଡାରର କବାଟ ଖୋଲି ସାମଗ୍ରୀର ତଦାରଖ କରାଯାଇନାହିଁ କିମ୍ବା ଯେଉଁ ୧୪ଟି ସାମଗ୍ରୀ ସେତେବେଳେ ଓଜନ ହୋଇ ପାରିନଥିଲା ସେଗୁଡିକର ଓଜନ କିଏ କଲେ ସେ ସମ୍ପର୍କରେ ବି କାହା ପାଖରେ କୌଣସି ତଥ୍ୟ ନାହିଁ। ତେବେ ସେ ସମୟରେ ଭିତର ଓ ବାହାର ରତ୍ନଭଣ୍ଡାରରେ ଯେତିକି ସୁନା ଥିଲା ତାହା ଦେଢ କୁଇଣ୍ଟାଲ ପାଖାପାଖି ଥିବାବେଳେ ବର୍ତ୍ତମାନର ହିସାବ ବି ପ୍ରାୟ ସମାନ ରହିଛି । ତେବେ ଶ୍ରୀମନ୍ଦିରରେ ଏବେ ରୁପା ସାମଗ୍ରୀ ୧୮୪ କିଲୋ ଥିବା ଦର୍ଶାଯାଉଥିବାରୁ ଏହା ବଢିବା ପରିବର୍ତ୍ତେ କିପରି କମିଲା ଏବଂ ଯଦି କମିଲା ତେବେ କେଉଁଥିପାଇଁ କମିଲା ସେ ସମ୍ପର୍କରେ କେହି କିଛି ସନ୍ତୋଷଜନକ ଉତ୍ତର ଦେଇପାରୁନାହାନ୍ତି ।

ହାଇକୋର୍ଟରେ ଦାଖଲ ସତ୍ୟପାଠରେ ମହାପ୍ରଭୁଙ୍କ ସୁନା ଓ ରୂପାର ଅଳଙ୍କାର ସମ୍ପର୍କରେ ଯେଉଁ ତଥ୍ୟ ଦିଆଯାଇଛି ତାହା ସଠିକ୍ ନୁହେଁ ବୋଲି ବହୁ ଜଗନ୍ନାଥପ୍ରେମୀ କହୁଛନ୍ତି । କାରଣ ରତ୍ନଭଣ୍ଡାରରେ ବହୁ ଦୁର୍ମୂଲ୍ୟ ହୀରା, ନୀଳା, ମୋତି ଓ ମାଣିକ୍ୟ ରହିଥିବା ବାରମ୍ବାର ଶୁଣିବାକୁ ମିଳେ। ବହୁ ପୁରୁଖା ଲୋକଙ୍କ କହିବା କଥା ଜଗନ୍ନାଥଙ୍କ ସମ୍ପତ୍ତି ବହୁ ଅଧିକ। ରାଜରାଜୁଡ଼ା ସମୟରୁ ଜଗନ୍ନାଥଙ୍କର ବହୁ ସମ୍ପତ୍ତି ରତ୍ନଭଣ୍ଡାରରେ ରହିଛି । ଅପରପକ୍ଷରେ ରତ୍ନଭଣ୍ଡାର ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ବିଜେପି । ୧୯୭୮ ମସିହା ପରଠୁ ଆଉ ଗଣତି ହୋଇନଥିବା ବେଳେ ରାଜ୍ୟ ସରକାର କିଭଳି ସୁନା ଓ ରୁପା ଅଳଙ୍କାର ପରିମାଣ ଜାଣିଲେ ବୋଲି ଦଳ ପ୍ରଶ୍ନ କରିଛି। ଆସନ୍ତା ୧୪ ତାରିଖକୁ ମାମଲାର ଶୁଣାଣି ପାଇଁ ହାଇକୋର୍ଟ ଧାର୍ଯ୍ୟ କରିଛନ୍ତି । ଏବେ ଅପେକ୍ଷା ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ନେଇ ହାଇକୋର୍ଟ କି ରାୟ ଶୁଣାଉଛନ୍ତି ।

Tags: NULL
ShareTweetSendShare

RelatedNews

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର
Latest News

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
Latest News

ଆସନ୍ତା ୧୦ରେ ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ
Latest News

ଆଜି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ରେଜଲ୍ଟ

ଖୋଲିଲା କେଦାରନାଥ ଧାମ
Latest News

ଖୋଲିଲା କେଦାରନାଥ ଧାମ

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?
Latest News

ରଥଯାତ୍ରାର ମହତ୍ତ୍ୱ: କାହିଁକି ପ୍ରତିବର୍ଷ ଏତେ ଭିଡ଼ ହୁଏ?

Latest News

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ଅସ୍ତ୍ରବିରତି ପରେ କଣ ରହିଛି ଭାରତୀୟଙ୍କ ଭାବନା

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ୍‌ ସିନ୍ଦୁର ଚାଲୁରହିଛି: ପହେଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେବ ଭାରତ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କୁ ପଛରୁ ସମର୍ଥନ କରୁଛନ୍ତି ପାକିସ୍ତାନ ଓ ଚୀନ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ପହଲଗାମ ଆତଙ୍କୀ ଆକ୍ରମଣ ପରେ ୧୮ ଦିନରେ କ’ଣ କ’ଣ ଘଟିଲା

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଆମେ ପାକିସ୍ତାନ ସହ ଯୁଦ୍ଧ କରିବୁ ଆମକୁ ବନ୍ଧୁକ ଦିଅ

ଅପରେସନ ସିନ୍ଦୂର: ଭାରତର ମୁହଁତୋଡ଼ା ଜବାବ

ପ୍ରଥମେ ବିଦେଶୀଙ୍କଠାରୁ ସ୍ୱାଧୀନତା, ଏବେ ଆତଙ୍କବାଦରୁ ସ୍ୱାଧୀନତା ପାଇଁ ଲଢ଼େଇ,

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଆଇପିଏଲ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ : ରାଜୀବ ଶୁକ୍ଳା

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଓଡ଼ିଶାର ସମସ୍ତ IPS ଅଫିସରଙ୍କ ଛୁଟି ବାତିଲ କରିଛନ୍ତି ସରକାର

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ଭାରତ-ପାକିସ୍ତାନ ସୀମା ଉତ୍ତେଜନା: ଆକାଶରେ ଚାଲିଛି ଜୋରଦାର ଲଢ଼େଇ

ମିଶାଇଲ ଆକ୍ରମଣ ହେଲେ କିପରି ସୁରକ୍ଷା ନେବାକୁ ହେବ?

ଭାରତ-ପାକିସ୍ଥାନ ମଧ୍ୟରେ ଆକ୍ରମଣ ତେଜିଲା

  • Home
  • About Us
  • Contact Us
  • Privacy Policy
  • Terms & Conditions
  • Disclaimer
  • Sitemap

Copyright © Odisha-365, 2024 - All Rights Reserved.

No Result
View All Result
  • ଜାତୀୟ
  • ରାଜ୍ୟ
  • ଆନ୍ତର୍ଜାତୀୟ
  • ଭିଡିଓଗୁଡିକ
  • ରାଜନୀତି
  • ବ୍ୟବସାୟ
  • ମନୋରଞ୍ଜନ
  • କ୍ରୀଡା
  • Opinion
    • ଜୀବନଶ yle ଳୀ
  • About & Policies
    • About Us
    • Contact Us
    • Privacy Policy
    • Terms & Conditions
    • Disclaimer
    • Sitemap

Copyright © Odisha-365, 2024 - All Rights Reserved.