ନ୍ୟୁଜ 365 (ବ୍ୟୁରୋ): ବିହାରର ଜାତି ଭିତ୍ତିକ ଜନଗଣନା ନ କରିବାକୁ ସୁପ୍ରିମକୋର୍ଟରେ ଆବେଦନ ହୋଇଛି । ବିହାରରେ ଜାତି ଭିତ୍ତିକ ସର୍ଭେ ଉପରେ ରୋକ ଲଗାଯାଉ ବୋଲି ସର୍ବୋଚ୍ଚ ନ୍ୟାୟାଳୟରେ ଦାବି କରାଯାଇଛି । ନାଳନ୍ଦା ଜିଲ୍ଲାର ଅଖିଳେଶ କୁମାର ନାମକ ଜଣେ ବ୍ୟକ୍ତି ଏକ ପିଟିଶନ ଦାଖଲ କରିଛନ୍ତି।ମଙ୍ଗଳବାର ପାଟନା ହାଇକୋର୍ଟ ବିହାର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ଆବେଦନକୁ ଖାରଜ କରି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଆଇନଗତ ଏବଂ ସର୍ଭେ ପାଇଁ ରାଜ୍ୟ ସରକାରଙ୍କର ଅଧିକାର ରହିଛି। ତେବେ ପାଟନା ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ଭେ ଉପରେ ରୋକ ଲଗାଇବା ପାଇଁ ଆବେଦନ ହୋଇଛି ।