ନ୍ୟୁଜ 365 (ବ୍ୟୁରୋ): ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ଏକ ବକ୍ତବ୍ୟ ରଜ୍ୟ ସଭାରେ ହାସ୍ୟରୋଳ ସୃଷ୍ଟି କରିଛି । ରାଜ୍ୟସଭା ଅଧ୍ୟକ୍ଷଙ୍କ ବକ୍ତବ୍ୟ ଶୁଣି ରାଜ୍ୟସଭା ସଦସ୍ୟ ମାନେ ହସି ହସି ଗଡିଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ କହିଛନ୍ତି, ମୁଁ ଜଣେ ବିବାହିତ ବ୍ୟକ୍ତି ଏବଂ ବାହାହେବାର ୪୫ ବର୍ଷରୁ ଅଧିକ ସମୟ ହେଲାଣି। ମୁଁ କେବେ ରାଗେ ନାହିଁ । ଏକ ପ୍ରତିଉତ୍ତରରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଏଭଳି କହିଛନ୍ତି ଜଗଦୀପ ଧନଖଡ଼ । ଏହାପରେ ରାଜ୍ୟସଭାରେ ସମସ୍ତ ସଦସ୍ୟ ହସି ହସି ବେଦମ ହୋଇଛନ୍ତି । ସୂଚନା ଅନୁସାରେ, ଧାରା ୨୬୭ ଅନୁଯାୟୀ ମଣିପୁର ହିଂସା ଉପରେ ଆଲୋଚନା କରିବା ଲାଗି କଂଗ୍ରେସ ଅଧ୍ୟକ୍ଷ ଅନୁରୋଧ କରୁଥିଲେ। କିନ୍ତୁ, ରାଜ୍ୟସଭା ଅଧ୍ୟକ୍ଷ କହିଥିଲେ ଯେ, ଆଲୋଚନା ଧାରା ୧୭୬ ଅନୁଯାୟୀ ସ୍ବଳ୍ପ ସମୟ ପାଇଁ ସରକାର ମଣିପୁର ପ୍ରସଙ୍ଗ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି।