ନ୍ୟୁଜ 365 (ବ୍ୟୁରୋ): ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ଯଦି ପାକିସ୍ତାନ ଭାରତ ସହ ଆଲୋଚନା କରିବାକୁ ଚାହେଁ ତେବେ ଏଥିପାଇଁ ଆତଙ୍କବାଦ ଏବଂ ଶତ୍ରୁତା ମୁକ୍ତ ପରିବେଶ ତିଆରି କରବାକୁ ପଡିବ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନକୁ ଏଭଳି କହିଛନ୍ତି ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି । ବର୍ତ୍ତମାନ ସାଙ୍ଘାତିକ ପରିସ୍ଥିତେ ଦେଇ ଗତି କରୁଛି ପାକିସ୍ତାନ । ଦେଶରେ ଅର୍ଥନୀତି ଭୂଷୁଡି ପଡିଛି କହିଲେ ଚଳିବ । ଏହାରି ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତର ସହଯୋଗ ଚାହୁଛନ୍ତି । ପୁଣି ଥରେ ଭାରତ ସହ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ଶେହବାଜ ସରିଫ । ତେବେ ପାକିସ୍ତାନକୁ ଭାରତ ସହ ଆଲୋଚନା କରିବାକୁ ହେଲେ ଆତଙ୍କବାଦ ଏବଂ ଶତ୍ରୁତା ମୁକ୍ତ ପରିବେଶ ଏଥିପାଇଁ ଆବଶ୍ୟକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ।