ନ୍ୟୁଜ 365 (ବ୍ୟୁରୋ): କ୍ଷତିରେ ଚାଲିଛି ସେୟାର ମାର୍କେଟ୍ । କ୍ଷତି ସହୁଛନ୍ତି ସେୟାର ହୋଲଡର । ଏବେ ଦୁର୍ବଳ ବୈଶ୍ୱିକ ସଂକେତ ଦେଇ ଗତିକରୁଛି ଭାରତୀୟ ସେୟାର ବଜାର । ଲଗାତାର ୩ଦିନ ହେବ ଲାଲ୍ ସଂକେତରେ ବନ୍ଦ ହୋଇଛି । ସେନସେକ୍ସ ୫୪୨ ଅଙ୍କ ତଳକୁ ଖସିଥିବା ବେଳେ ନିଫ୍ଟି ୧୯,୪୦୦ ସ୍ତରକୁ ଖସିଛି । ତେବେ ମିଡ୍କ୍ୟାପ୍ ଏବଂ ସ୍ମଲ୍କ୍ୟାପରେ ଭଲ ସଂକେତ ଯୋଗୁଁ ସେୟାର ବଜାରକୁ କିଛି ବଳ ମିଳିଥିଲା । ଫାର୍ମା ଏବଂ ୟୁଟିଲିଟି ସେକ୍ଟରକୁ ଛାଡ଼ି ପ୍ରାୟ ଅନ୍ୟ ସବୁ ସେୟାରର ସୂଚକାଙ୍କ ଲାଲ୍ ସଂକେତରେ ବନ୍ଦ ହୋଇଛି । ସବୁଠୁ ଅଧିକ ହ୍ରାସ ରିୟଲ୍ଟି, ବ୍ୟାଙ୍କିଂ ଏବଂ ମେଟଲ ସେୟାରରେ ଦେଖିବାକୁ ମିଳିଛି ।
ତେବେ ଗୁରୁବାର ସେୟାର ବଜାରରେ ନିବେଶକଙ୍କୁ ପ୍ରାୟ ୧.୦୧ ଲକ୍ଷ କୋଟି ଟଙ୍କା କ୍ଷତି କ୍ସହିବାକୁ ପଡିଛି । ଅକ୍ଟୋବର ୧ରୁ ଅନ୍ଲାଇନ୍ ଗେମ୍, ଘୋଡ଼ା ଦୌଡ଼ ଓ ଜୁଆ ଖେଳ ଉପରେ ୨୮% ଜିଏସ୍ଟି ଲାଗୁ ହେବ, ୬ ମାସ ପରେ ସମୀକ୍ଷା କରିବେ ସରକାରକାରବାର ଶେଷରେ ବିଏଇର ୩୦ ସେୟାର ବିଶିଷ୍ଟ ସୂଚକାଙ୍କ ସେନସେକ୍ସ ୫୪୨.୧୦ ଅଙ୍କ ଅର୍ଥାତ୍ ୦.୮୨ ପ୍ରତିଶତ କମି ୬୫,୨୪୦.୬୮ ଅଙ୍କରେ ବନ୍ଦ ହୋଇଛି ।
ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୧୪୪.୯୦ ଅଙ୍କ ବା ୦.୭୪ ପ୍ରତିଶତ ତଳକୁ ଖସି ୧୯,୩୮୧.୬୫ ସ୍ତରରେ ବନ୍ଦ ହୋଇଛି । ବିଏସଇରେ ସୂଚୀବଦ୍ଧ କମ୍ପାନିଗୁଡିକର ମୋଟ ବଜାର ପୁଞ୍ଜି ଆଜି ଅଗଷ୍ଟ ୩ରେ କମି ୩୦୨.୩୨ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ବୁଧବାର ଏହା ୩୦୩.୩୩ ଲକ୍ଷ କୋଟି ଟଙ୍କା ଥିଲା । ଏପରି ବିଏସଇରେ ଲିଷ୍ଟେଡ୍ କମ୍ପାନିଗୁଡିକର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୧.୦୧ ଲକ୍ଷ କୋଟି କମିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତିରେ ଆଜି ପ୍ରାୟ ୧.୦୧ ଲକ୍ଷ କୋଟି ଟଙ୍କାର ହ୍ରାସ ଘଟିଛି ।