ନ୍ୟୁଜ 365 (ବ୍ୟୁରୋ): ଆପଣ ଦେଖିଥିବେ ବହୁ କମ୍ ବୟସରେ ପିଲାଙ୍କ ଚୁଟି ପାଚିଯାଇଥାଏ । ଏକ ସାଧାରଣ କଥା ହୋଇଗଲାଣି। ସାଧାରଣତ ଦେଖିବାକୁ ଗଲେ ଏହାକୁ ଅଧିକାଂଶ ଯୁବପିଢି ସାମ୍ନା କରୁଛନ୍ତି । ଚୁଟି ପାଚିଗଲେ ଚିନ୍ତାରେ ପଡି ଅନେକ ଉପାୟ ଆପଣେଇ ନିଅନ୍ତି । କିନ୍ତୁ ଏହା ପୂର୍ବରୁ ଚୁଟି ଶୀଘ୍ର ପାଚିବାର କାରଣ ଜାଣିବା ଜରୁରୀ । ମେଡିକାଲ୍ ନ୍ୟୁଜ୍ ଟୁଡେ ଅନୁଯାୟୀ, ଅଳ୍ପ ବୟସରେ ଚୁଟି ପାଚିବାର ଗୋଟିଏ ନୁହେଁ ଅନେକ କାରଣ ରହିଛି । ଏସବୁ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ମିଳିପାରିବ ।
କମ୍ ବୟସରେ ଚୁଟି ପାଚିବାର ପ୍ରମୁଖ କାରଣ ହେଉଛି ଧୂମ୍ରପାନ। ଇଟାଲୀୟ ଡର୍ମାଟୋଲୋଜି ଅନ୍ଲାଇନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଧୂମ୍ରପାନ କରୁ ନଥିବା ବ୍ୟକ୍ତିଙ୍କ ଅପେକ୍ଷା ଧୂମ୍ରପାନକାରୀ ବ୍ୟକ୍ତିଙ୍କର ୩୦ ବର୍ଷ ବୟସ ପୂର୍ବରୁ ଚୁଟି ପାଚିବାର ସମ୍ଭାବନା ଅଧିକ ରହିଛି । ଚୁଟି ରଙ୍ଗ କରିବା ପାଇଁ ବ୍ୟବହୃତ ହେୟାର କଲର୍, ସାମ୍ପୁ ଏବଂ ସମସ୍ତ ପ୍ରକାରର ହେୟାର ପ୍ରଡକ୍ଟ ମଧ୍ୟ ଚୁଟି ପାଚିବାର ଆଉ ଏକ କାରଣ ହୋଇଥାଏ । ଏହା ସହିତ ଅଧିକାଂଶ ଚୁଟି ରଙ୍ଗରେ ଥିବା ହାଇଡ୍ରୋଜେନ୍ ପେରକ୍ସାଇଡ୍ ମଧ୍ୟ ଏହାର କାରଣ ହୋଇପାରେ।
କେବଳ ସେତିକି ନୁହେଁ ବରଂ ଚୁଟି ଶୀଘ୍ର ପାଚିବାର ଅନ୍ୟ ଏକ ପ୍ରମୁଖ କାରଣ ହେଲା ଚାପ।ରେ ରହିବା ଅର୍ଥା ଚିନ୍ତାରେ ରହିବା । ନ୍ୟୁୟର୍କ ୟୁନିଭର୍ସିଟି ରିପୋର୍ଟରୁ ଜଣାପଡିଛି ଯେ ଯେତେବେଳେ ଶରୀର ଚାପରେ ଥାଏ, ଚୁଟିକୁ କଳା ରଖିବାର କୋଷଗୁଡ଼ିକ ମରିଯାଇପାରନ୍ତି। ତେଣୁ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ। ଅଟୋଇମ୍ୟୁନ ରୋଗ ସମେତ କେତେକ ଚିକିତ୍ସା ମଧ୍ୟ ଚୁଟି ପାଚିବାର କାରଣ ହୋଇଥାଏ।
୨୦୦୮ ମସିହାରେ ପ୍ରକାଶିତ ଏକ ଅନୁସନ୍ଧାନରେ ଚୁଟିର ଅସାମାନ୍ୟତା ଏବଂ ଥାଇରଏଡ୍ ଡିସ୍ଫଙ୍କ୍ସନ୍ ମଧ୍ୟରେ ଏକ ସଂଯୋଗ ଦେଖାଯାଇଥିଲା। ଏହା ସହିତ, ଆଲୋପେସିଆ ଆରେଟା ମଧ୍ୟ ଚୁଟି ପାଚିବାର କାରଣ ହୋଇପାରେ। ତେବେ ଶରୀରରେ ଭିଟାମିନ୍ ବି -୬, ବି -୧୨, ବାୟୋଟିନ୍, ଭିଟାମିନ୍ ଡି କିମ୍ବା ଭିଟାମିନ୍ ଇ ର ଅଭାବ ଚୁଟି ପାଚିବାର ଅନ୍ୟତମ କାରଣ। ଇଣ୍ଟରନ୍ୟାସନାଲ୍ ଜର୍ଣ୍ଣାଲ୍ ଅଫ୍ ଟ୍ରାଇକୋଲୋଜିର ୨୦୧୬ ଅଧ୍ୟୟନ ଅନୁଯାୟୀ, ୨୫ ବର୍ଷରୁ କମ୍ ଯୁବ ଭାରତୀୟଙ୍କ ମଧ୍ୟରେ ନିମ୍ନ ସ୍ତରର ସେରମ୍ ଫେରିଟିନ୍, ଯାହା ଶରୀରରେ ଆଇରନକୁ ଷ୍ଟୋର୍ କରିଦିଏ, ଶୀଘ୍ର ଚୁଟି ପାଚିବାର କାରଣ ହୁଏ ।