ନ୍ୟୁଜ୍ 365(ବ୍ୟୁରୋ): ବିଦେଶାରୁ କମ୍ପ୍ୟୁଟର ଆମଦାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । ଏଣିକି ଆଉ ବିଦେଶରୁ କମ୍ପ୍ୟୁଟର ଆସିପାରିବ ନାହିଁ । ଲ୍ୟାପ୍ଟପ୍, ଟ୍ୟାବ୍ଲେଟ୍ ଓ ପର୍ସନାଲ୍ କମ୍ପ୍ୟୁଟର୍ ଆମଦାନି ଉପରେ ତ୍ବରିତ୍ବ କଟକଣା ଜାରି କରିଥିବା କଥା ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ଫରେନ୍ ଟ୍ରେଡ୍ ଜାରି କରିଥିବା ନୋଟିସ୍ରେ ଉଲ୍ଲେଖ କରାଯାଇଛି ।
ଏଚ୍ଏସ୍ଏନ୍ ୮୪୭୧ ପରିସରଭୁକ୍ତ ସମସ୍ତ ଲ୍ୟାପ୍ଟପ୍, ଟ୍ୟାବ୍ଲେଟ୍, ଅଲ୍-ଇନ୍-ୱାନ୍ ପର୍ସନାଲ୍ କମ୍ପ୍ୟୁଟର୍ ଏବଂ ଅଲ୍ଟ୍ରା ସ୍ମଲ୍ ଫର୍ମ ଫ୍ୟାକ୍ଟର୍ କମ୍ପ୍ୟୁଟର୍ ଏବଂ ସର୍ଭର୍ ଉପରେ କଟକଣା ଲାଗୁ କରାଯାଇଛି । କେବଳ ବୈଧ୍ୟ ଲାଇସେନ୍ସ୍ ଥିଲେ ଉପରୋକ୍ତ ସାମଗ୍ରୀଗୁଡ଼ିକୁ ସୀମିତ ପରିମାଣରେ ଆମଦାନି କରାଯାଇ ପାରିବ। ଏହା ବାଣିଜ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି କି, ଏସବୁ ପ୍ରତିବନ୍ଧିତ ସାମଗ୍ରୀର ଆମଦାନୀ ପାଇଁ ସର୍ତ୍ତ ସହ ଅନୁମତି ପ୍ରଦାନ କରାଯିବ ।