ନ୍ୟୁଜ 365 (ବ୍ୟୁରୋ): ମାତ୍ର ୨୩ ବର୍ଷ ବୟସରେ ହେଲେ କୋଟିପତି । ଯଦି ଆପଣବି ହେବାକୁ ଚାହୁଁଛନ୍ତି ଧନୀ ତେବେତ ଦିଅନ୍ତୁ ଏହି ତିନୋଟି ଦିଗ ପ୍ରତି ଧ୍ୟାନ । କୋଟି ପତି ହେବାକୁ କିଏ ଅବା ନଚାହେଁ । ହେଲେ ନିଜେ କିଛି କରି ଦେଖାଇବାକୁ ହେଲେ କିଛି ସମୟ ଲାଗିଥାଏ । କଠିନ ପରିଶ୍ରମ ଓ ସମୟ ଅନୁସାରେ ଜଣେ ମଣିଷ ତାର ସ୍ୱପ୍ନକୁ ସାକାର କରିପାରିବ । ହେଲେ ଆପଣ ଜାଣିଛନ୍ତି କି ? ଏମିତି ଜଣେ ଯୁବକ ଅଛନ୍ତି ଯାହାରକି ବୟସ ମାତ୍ର ୨୩ ବର୍ଷ ଆଉ ସିଏ ହୋଇପାରିଛନ୍ତି କୋଟି କୋଟି ଟଙ୍କାର ମାଲିକ । ଖାଲି ଯେ ମାଲିକ ହୋଇଛନ୍ତି ତାହା ନୁହେଁ, ବରଂ ଅନ୍ୟ ଲୋକମାନଙ୍କୁ ଧନୀ ହେବାର ଟିପ୍ସ ମଧ୍ୟ ଦେଇଛନ୍ତି । କୋଟିପତି ୨୩ ବର୍ଷୀୟ ଯୁବକଙ୍କ ନାଁ ହେଉଛି ଲୁକ ଲିଣ୍ଟଜ । ସେ ବର୍ତ୍ତମାନ PR କମ୍ପାନୀ ହାଇକେ ଏଜେନ୍ସି ଚଳାଉଛନ୍ତି ।
ଏବେ ବେଶ୍ ଜଣାଶୁଣା ଚେହେରା ପାଲଟିଛନ୍ତି ଲୁକ ଲିଣ୍ଟଜ । ତାଙ୍କର ଏହି ସଫଳତା ପଛରେ ଅନେକ କାରଣ ରହିଛି । ହେଲେ ସେ ୩ଟି ମୁଖ୍ୟ ପ୍ରସଙ୍ଗକୁ ନେଇ ନିଜର ମତ ରଖିଛନ୍ତି । ସେ କହିଛନ୍ତି, ତାଙ୍କର ଏହି ସଫଳତାପ୍ରଥମ କାରଣ ବା ମୁଖ୍ୟ କାରଣଟି ହେଉଛି ସାଙ୍ଗ ମାନଙ୍କ ନିକଟରୁ ଦୂରତା ବଜାୟ ରଖିବା । ଦ୍ୱିତୀୟଟି କୌଣସି ଚିନ୍ତା ନରଖି ନିଜ ପରିବାରଠୁ ଅଲଗା ରହିବା । ଆଉ ତୃତୀୟଟି ହେଉଛି ସାରା ବିଶ୍ୱ ଭ୍ରମଣ କରିବା । ଏହି ତିନିଟି କାରଣ ଯୋଗୁଁ ସେ କୋଟିପତି ହୋଇପାରିଥିବା କହିଛନ୍ତି । ଏହା ବ୍ୟତୀତ ସେ ଆହୁରି କହିଛନ୍ତି କି, ସେ ଯେତେବେଳେ ହାଇସ୍କୁଲରେ ପଢ଼ୁଥିଲେ । ତାଙ୍କୁ ଅନେକ ପ୍ରାଧାନ୍ୟ ଦିଆଯାଉଥିଲା । ବନ୍ଧୁମାନଙ୍କ ଜନ୍ମଦିନ ଓ ବିବାହ ଉତ୍ସବରେ ସାମିଲ ହେବାକୁ କୁହାଯାଉଥିଲା । ଯାହା ତାଙ୍କୁ ତାଙ୍କ ଲକ୍ଷ୍ୟ ପଥରେ ଯିବାକୁ ବାଧା ସୃଷ୍ଟି କରୁଥିଲା । ହେଲେ ବର୍ତ୍ତମାନ ସେ ସପ୍ତାହରେ ୭ ଦିନ କାମ କରୁଛନ୍ତି । ଏ ବୟସରେ ତାଙ୍କର କୌଣସି ବନ୍ଧୁ ନଥିବାରୁ ସେ ଚିନ୍ତିତ ମଧ୍ୟ ନାହାନ୍ତି ।ହେଲେ ଲୁକ ଲିଣ୍ଟଜ ବର୍ତ୍ତମାନ ତାଙ୍କ ଦୁଇ ଭାଇ ଜୋର୍ଡାନ୍ ଏବଂ ଜ୍ୟାକସନଙ୍କ ସହ ସମ୍ପର୍କରେ ରହିଛନ୍ତି । କମ୍ପାନୀର କାମକୁ ନେଇ ସେ କେବଳ ତାଙ୍କ ସହ ଆଲୋଚନା କରିଥାନ୍ତି ।