ନ୍ୟୁଜ୍ 365(ବ୍ୟୁରୋ): ବହୁ ବାଦବିବାଦ ପରେ ଆଜି ଠୁ ଖୋଲିଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ । ହେଲେ ଖୋଲିଲାନି ଶୋ’ ରୁମ୍ । ମାର୍କେଟ ବିଲ୍ଡିଂର କେବଳ ରିଟେଲ୍ ଦୋକାନ ଗୁଡ଼ିକ ଖୋଲାଯାଇଛି । ମାତ୍ର ମାର୍କେଟ ବିଲ୍ଡିଂ ଭିତରେ ଥିବା ପ୍ରମୁଖ ଶୋ’ ରୁମ୍ ଗୁଡ଼ିକ ଖୋଲାଯାଇନାହିଁ । ସେଣ୍ଟ୍ରାଲ ମାର୍କେଟ ବିଲ୍ଡିଂ ସଂଘ- BMC ଆଲୋଚନା ଜାରି ରହିଛି । କ’ଣ ପାଇଁ ଶୋ’ ରୁମ୍ ବନ୍ଦ ରହିଛି ସେନେଇ ସଂଘ ସ୍ପଷ୍ଟ କରିନାହିଁ । ଏନେଇ ବିଏମ୍ସି ପକ୍ଷରୁ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଲିଖିତ ପ୍ରତିଶ୍ରୁତି ମିଳି ନଥିବା ସୂଚନା ମିଳିଛି ।
ଜୁଲାଇ ୧୭ ତାରିଖରୁ ବନ୍ଦ ରହିଛି ମାର୍କେଟ୍ ବିଲ୍ଡିଂ । ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂରୁ ଉଠା ଦୋକାନୀ ଉଚ୍ଛେଦ ଦାବିକୁ ନେଇ ତେଜିଛି ଅସନ୍ତୋଷ । ବିଏମସି ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବାରୁ ଏହାର ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଥିଲା । ମାର୍କେଟ ବିଲ୍ଡିଂର ସ୍ଥାୟୀ ଓ ଉଠା ଦୋକାନୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ବିଏମ୍ସି ସହ ଆଲୋଚନା ହୋଇଥିଲେ ମଧ୍ୟ ସେଭଳି ସୁଫଳ ମିଳିପାରିନାହିଁ । ଏହାରି ମଧ୍ୟରେ ଆଜିଠୁ ଖୋଲିଛି ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂ। କିନ୍ତୁ ଖୋଲିଲାନି ଶୋ’ ରୁମ୍।